ETV Bharat / state

ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ, ସାମିଲ ହେବେ ଓଡ଼ିଆ ଛାତ୍ରଛାତ୍ରୀ - PRESIDENT To MEET ODIA STUDENTS - PRESIDENT TO MEET ODIA STUDENTS

Raksha Bandhan 2024: ରାଷ୍ଟ୍ରପତି ଭବନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରକ୍ଷା ବନ୍ଧନ ପାଳିବେ ଓଡ଼ିଆ ଛାତ୍ରଛାତ୍ରୀ । ଏଥିପାଇଁ ଆଜି ଛାତ୍ରଛାତ୍ରୀ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ

Raksha Bandhan President Droupadi Murmu
Raksha Bandhan President Droupadi Murmu (ETV Bharat Odisha)
author img

By ETV Bharat Odisha Team

Published : Aug 18, 2024, 10:56 PM IST

ଭୁବନେଶ୍ବର: ଚଳିତ ବର୍ଷ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହେଉଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଏହି ଉତ୍ସବ ପାଳନ କରିବେ ଓଡ଼ିଆ ଛାତ୍ରଛାତ୍ରୀ । ଏଥିପାଇଁ ଓଡ଼ିଶାର ବିଭିନ୍ନ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ମୋଟ ୨୫ ଜଣ ଛାତ୍ରଛାତ୍ରୀ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ।

ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ:

ଆସନ୍ତାକାଲି ଅର୍ଥାତ ସୋମବାର ରାକ୍ଷୀ ପୂର୍ଣ୍ଣିମା । ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟରେ ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯିବ । ଏଥିରେ ଓଡ଼ିଶାରୁ 25 ଜଣ ଛାତ୍ରଛାତ୍ରୀ ୟୋଗ ଦେବେ । ରକ୍ଷା ବନ୍ଧନ ଉତ୍ସବ ପାଳନ ପରେ ମହାମହିମ ରାଷ୍ଟ୍ରପତିଙ୍କ ସହିତ ଛାତ୍ରଛାତ୍ରୀମାନଙ୍କର ଏକ ସ୍ଵତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ରହିଥିବା ନେଇ ସୂଚନା ରହିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବେ ବୋଲି ରାଜ୍ୟ ସରକାରଙ୍କ ଲୋକ ସମ୍ପର୍କ ଅଧିକାରୀ ଲୋଜାଲିନ ସାହୁ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହାୟତାରେ ୨୫ ଜଣ ଛାତ୍ରଛାତ୍ରୀଙ୍କ ସହିତ ୫ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଓ ଜଣେ ନୋଡ଼ାଲ୍ ଅଧିକାରୀ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ।

କେଉଁ ଜିଲ୍ଲାରୁ କେତେ ଜଣ ଛାତ୍ର ଛାତ୍ରୀ:

ନୂଆଦିଲ୍ଲୀ ଗସ୍ତ କରିଥିବା ୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାସ୍ଥିତ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝର ଜିଲ୍ଲାସ୍ଥିତ ଡ଼ି.ଏନ୍ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର ଜିଲ୍ଲାସ୍ଥିତ ଉମରକୋଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାସ୍ଥିତ ବୁଢ଼ାରାଜା ଉଚ୍ଚ ବିଦ୍ୟାଳୟ ଏବଂ ଢେଙ୍କାନାଳ ଜିଲ୍ଲାସ୍ଥିତ ବି.ବି. ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀ ଠାରେ ଏହି ଛାତ୍ରଛାତ୍ରୀମାନଙ୍କ ରହଣି ପାଇଁ ଜାତୀୟ ବାଲ୍ ଭବନରେ ସମସ୍ତ ଆୟୋଜନ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କମଳା ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ମୋଦି - Kamala send Rakhi to Modi

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.