ETV Bharat / state

ରାକ୍ଷୀ ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଜୋରଦାର: କେଉଁ ରଙ୍ଗର ରାକ୍ଷୀ ପିନ୍ଧନ୍ତି ମହାପ୍ରଭୁ, ଜାଣନ୍ତି କି ? - Puri Srimandir Rakhi Preparation

author img

By ETV Bharat Odisha Team

Published : Aug 16, 2024, 7:55 PM IST

Puri Srimandir Rakhi preparation: ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । ଏଥିପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି ପାଟରା ବିଷୋୟୀ ସେବାୟତ । ଜାଣନ୍ତୁ ମହାପ୍ରଭୁଙ୍କ ପାଇଁ କେଉଁଥିରୁ ପ୍ରସ୍ତୁତ ହୁଏ ରାକ୍ଷୀ । ପଢନ୍ତୁ ପୂରା ଖବର ।

Rakhi preparation
Rakhi preparation (ETV Bharat Odisha)

ପୁରୀ: ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ । ଆଉ ମାଗିବ ସୁରକ୍ଷାର ପ୍ରତିଶ୍ରୁତି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ଜଗତନାଥ ଜଗନ୍ନାଥ ବି ଏହି ପରମ୍ପରା ସହ ଜଡିତ । କେବଳ ମଣିଷ ନୁହେଁ ମହାପ୍ରଭୁ ବି ହାତରେ ବାନ୍ଧନ୍ତି ରାକ୍ଷୀ । କେଉଁ କାଳରୁ ଶ୍ରୀମନ୍ଦିରରେ ପାଳିତ ହୋଇଆସୁଛି ରକ୍ଷାବନ୍ଧନ ଉତ୍ସବ । ଭଉଣୀ ସୁଭଦ୍ରା ବଡଭାଇ ବଳଭଦ୍ର ଓ ଜଗତର ସାଆନ୍ତ ଜଗନ୍ନାଥଙ୍କ ହାତରେ ବାନ୍ଧନ୍ତି ରାକ୍ଷୀ । ଆସନ୍ତା 19ରେ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଶ୍ରୀମନ୍ଦିରରେ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାରମ୍ପାରିକ ପାଟରା ବିଷୋୟୀ ସେବାୟତ । ଚାରୋଟି ବଡ଼ ରାକ୍ଷୀ ସହ ଗୁଆମାଳ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଏହି ସେବାୟତ । ଆସନ୍ତା ସୋମବାର ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ ଏହି ରାକ୍ଷୀ ଶ୍ରୀମନ୍ଦିରକୁ ଯିବ ।

କାଳିଆ ସାଆନ୍ତେ ପିନ୍ଧିବେ ରାକ୍ଷୀ (ETV Bharat Odisha)

ବାସୁଙ୍ଗା ପାଟରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୁଏ ରାକ୍ଷୀ:

ରାକ୍ଷୀ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି କରାଯାଉଛି । ଏହି ଦିନ ବଳଭଦ୍ର ଜନ୍ମ ସହ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିବେ ଦୁଇଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ । ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଯୋଗାଇ ଦିଆଯାଇଥିବା ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ କରାଯାଉଛି ଏହି ରାକ୍ଷୀ । ପ୍ରଭୁ ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଉଛି । ପାଟରା ବିଷୋୟୀ ସନ୍ତୋଷ କୁମାର ପାତ୍ର ବେଶ ନିଷ୍ଠାର ସହ ଏହି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ତେବେ ଏହି ରାକ୍ଷୀ ସହିତ ଚାରିଗୋଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ୫୪ଟି ଗୁଆରେ ପ୍ରସ୍ତୁତ ଏହି ଗୁଆମାଳ ମଧ୍ୟ ରକ୍ଷାବନ୍ଧନ ଅବସରରେ ଲାଗି କରାଯିବାର ପରମ୍ପରା ରହିଛି । ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି ପାଟରା ବିଷୋୟୀ ସେବାୟତ ମାନେ। ପୂର୍ଣ୍ଣିମା ଦିନ ପ୍ରସ୍ତୁତ ଏହି ରାକ୍ଷୀ ଶ୍ରୀମନ୍ଦିର ଗାରଦରେ ଦିଆଯିବା ପରେ ସିଂହାରୀ ସେବାୟତ ମାନେ ଏହାକୁ ମହାପ୍ରଭୁଙ୍କ ବାହୁରେ ଲାଗି କରିଥାନ୍ତି।

କାଳିଆ ସାଆନ୍ତେ ପିନ୍ଧିବେ ରାକ୍ଷୀ

ଭାଇ-ଭଉଣୀ ନିବିଡ ସମ୍ପର୍କର ବାର୍ତ୍ତା ଦେଉଛନ୍ତି କାଳିଆ ସାଆନ୍ତେ:

ମହାପ୍ରଭୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରିଥିବା ପାଟରା ବିଷୋୟୀ ସେବାୟତ ସନ୍ତୋଷ କୁମାର ପାତ୍ର କହିଛନ୍ତି, ‘ରାକ୍ଷୀ ପ୍ରସ୍ତୁତିରେ ସେ ଦଶଦିନ ହେବ ଲାଗିଛନ୍ତି । ଏହା ଶେଷ ପର୍ଯ୍ୟାୟରେ ପହଁଚିଛି । 4ଟି ରାକ୍ଷୀ ଓ 4ଟି ଗୁଆମାଳ ପ୍ରସ୍ତୁତି ହୋଇଛି । ଏହା 19 ତାରିଖ ସକାଳେ ଆମେ ଏହାକୁ ଶ୍ରୀମନ୍ଦିରରେ ହସ୍ତାନ୍ତର କରିବୁ । ଏହି ରାକ୍ଷୀ ସମ୍ପୂର୍ଣ୍ଣ ବାସୁଙ୍ଗା ପାଟରେ ପ୍ରସ୍ତୁତ କରାଯାଏ । ଏହା ଆମର ପାରିବାରିକ ସେବା । ଶ୍ରୀକ୍ଷେତ୍ରରେ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି । ଭାଇ ଭଉଣୀ ମଧ୍ୟ ରେ କିଭଳି ନିବିଡ ସମ୍ପର୍କ ତାହା ମହାପ୍ରଭୁ ବାର୍ତ୍ତା ଦେଉଛନ୍ତି । ମହାପ୍ରଭୁଙ୍କ ଏଠି ସବୁ ବଡ । ବଡ ଠାକୁର, ବଡଦାଣ୍ଡ, ବଡଧାମ, ବଡ ଦେଉଳ । ମହାପ୍ରଭୁ ବିଶ୍ଵର ସବୁଠୁ ବଡ ରାକ୍ଷୀ ହାତରେ ପିନ୍ଧିଥାନ୍ତି । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଭକ୍ତ ବହୁତ ଆନନ୍ଦ ଲାଭ କରନ୍ତି ।

ସୁରକ୍ଷା-ଆଶୀର୍ବାଦର ପରମ୍ପରା:

ଉତ୍ତରପାର୍ଶ୍ବ ମଠ ମହନ୍ତ ନାରାୟଣ ରାମାନୁଜ ଦାଶ ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ପରମ୍ପରାକୁ ନେଇ କହିଛନ୍ତି, ‘ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀ ସୁଭଦ୍ରା ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ। ଏହାକୁ ସାରା ବିଶ୍ଵବାସୀ ପାଳନ କରୁଛନ୍ତି । ଏହି ରକ୍ଷା ବନ୍ଧନ ଉତ୍ସବ ଏକ ସନାତନ ପରମ୍ପରା । ଭାଇ ଭଉଣୀକୁ ସବୁବେଳେ କିଭଳି ସୁରକ୍ଷା ଓ ଆଶୀର୍ବାଦ ଦେଇଥାଏ ତାହା ଏହି ପରମ୍ପରା । ଶ୍ରୀ ମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ବଳଭଦ୍ର ଜନ୍ମ ନୀତି ଶେଷ ପରେ ଏହି ରାକ୍ଷୀ ପୂର୍ଣ୍ଣିମା ନୀତି ହେଇଥାଏ । ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ଠାରୁ ରାକ୍ଷୀ ପିନ୍ଧିଥାନ୍ତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ମାନେ ରାକ୍ଷୀକୁ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ପିନ୍ଧାଇ ଥାଆନ୍ତି ।’

ଶ୍ରୀମନ୍ଦିରରେ ବର୍ଷ ତମାମ ପାଳନ କରାଯାଉଥିବା ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ତ୍ବ ରହିଛି । ଆଉ ଏହି ଉତ୍ସବ ପାଇଁ ମହାପ୍ରଭୁଙ୍କ ରାକ୍ଷୀ ପ୍ରସ୍ତୁତ କରି ବେଶ ଉତ୍ସାହିତ ଅନୁଭବ କରିଥାନ୍ତି ପାଟରା ବିଷୋୟୀ ସେବାୟତ ମାନେ । ତେବେ ରାକ୍ଷୀ ପୂର୍ଣ୍ଣିମା ଯେତିକି ପାଖଉଛି ଭକ୍ତଙ୍କ ଉତ୍ସାହ ସେତିକି ବୃଦ୍ଧି ପାଇବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: ରାକ୍ଷୀ କିଣିଲେ ସୃଷ୍ଟି ହେବ ଜଙ୍ଗଲ, ପ୍ରଦୂଷଣ ନୁହେଁ ପରିବେଶକୁ ସୁରକ୍ଷା ଦେବ ସିଡ୍ ରାକ୍ଷୀ

ଏହା ମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଷ୍ଟ୍ରପତିଙ୍କ ଜିଲ୍ଲାରୁ ପଠାଗଲା ରାକ୍ଷୀ

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.