ETV Bharat / state

ପୁଣି ଥରେ ରାଜ୍ୟସଭା ଯିବେ ମମତା ମହାନ୍ତ; ବିଜେପିରୁ ହେଲେ ରାଜ୍ୟସଭା ପ୍ରାର୍ଥୀ, କାଲି ଭରିବେ ନାମାଙ୍କନ ! - Mamata Mohanta Rajya Sabha Nominee

author img

By ETV Bharat Odisha Team

Published : Aug 20, 2024, 7:00 PM IST

Updated : Aug 20, 2024, 8:26 PM IST

Mamata Mohant Became BJPs Rajya Sabha Candidate: ମମତା ମହାନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ଗତ ମାସ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ । ଅଧିକ ପଢ଼ନ୍ତୁ

Mamata Mohanta
Mamata Mohanta (ETV Bharat Odisha)

ଭୁବନେଶ୍ବର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ମମତା ମହାନ୍ତ ହେଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ । ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟର ମମତା ମହନ୍ତ । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ମମତା । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ତାରିଖ । ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ । ଗତ ମାସ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ ।

Mamata Mohanta (ETV Bharat Odisha)

ପୁଣିଥରେ ରାଜ୍ୟସଭା ଯିବେ ମମତା:

ପୁଣିଥରେ ରାଜ୍ୟସଭା ଯିବେ ମମତା ମହନ୍ତ । ନିକଟରେ ବିଜେଡି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ମମତା ବିଜେପିରେ ସାମିଲ ହୋଇଥିଲେ । ଏହାପରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡ଼ିଶାରୁ କିଏ ରାଜ୍ୟସଭା ଯିବ ସେନେଇ କଳ୍ପନାଜଳ୍ପନା ଲାଗିରହିଥିଲା । ଆଉ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବରେ ମମତାଙ୍କ ନାଁରେ ମୋହର ମାରିଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ବିଜେପିର ଆବଶ୍ୟକ ସଦସ୍ୟ ଥିବାରୁ ମମତା ମହନ୍ତ ପୁଣିଥରେ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଛି ।

କାଲି ଭରିବେ ନାମାଙ୍କନ:

ଦେଶର ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ପାଇଁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଉପନିର୍ବାଚନ ହେବାକୁ ଥିବା ବେଳେ ଅଗଷ୍ଟ ୧୪ ତାରିଖରୁ ନାମାଙ୍କନ ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି (ଅଗଷ୍ଟ ୨୧ ତାରିଖ) ନାମାଙ୍କନ ଭରିବାର ଶେଷ ତାରିଖ ଥିବା ବେଳେ କାଲି ହିଁ ବିଜେପି ପ୍ରାର୍ଥୀ ଭାବରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ମମତା ମହନ୍ତ ।

ମମତା ମହନ୍ତଙ୍କ ପ୍ରତିକ୍ରିୟା:

ବିଜେପି ରାଜ୍ୟସଭା ପ୍ରାର୍ଥୀ ହେବା ପରେ ମମତା ମହନ୍ତ କହିଛନ୍ତି, "ପୁଣିଥରେ ଓଡ଼ିଶାବାସୀଙ୍କ ସେବା କରିବାକୁ ଯାଉଥିବାରୁ ମୁଁ ବହୁତ ଖୁସି ଅଛି । ଆଜି ବିଜେପି ନେତୃମଣ୍ଡଳୀ ରାଜ୍ୟସଭା ପ୍ରାର୍ଥୀ ଭାବରେ ମୋ ନାଁ ଘୋଷଣା କରିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନାତୃବୃନ୍ଦଙ୍କୁ ମୁଁ କୃତଜ୍ଞତା ଜଣାଉଛି । ମୋର ଗୋଟିଏ ଲକ୍ଷ୍ୟ ଲୋକଙ୍କ ସେବା ଓ ଓଡ଼ିଶାବାସୀଙ୍କ ସେବା । ଡବଲ ଇଞ୍ଜିନ ସରକାର ଅଛି ନିଶ୍ଚିନ୍ତ ବିକାଶ ହେବ ।"

କେଉଁ ରାଜ୍ୟରୁ କିଏ ବିଜେପି ପ୍ରାର୍ଥୀ:

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଆଜି 9 ଜଣଙ୍କ ନାଁ ଘୋଷଣା କରିଛନ୍ତି । ଓଡ଼ିଶାରୁ ମମତା ମହନ୍ତ, ରାଜସ୍ଥାନରୁ ରଭନୀତ ସର୍ଦ୍ଦାର ସିଂ ବିଟ୍ଟୁ, ହରିୟାଣାରୁ କୀରଣ ଚୌଧୁରୀ, ତ୍ରୀପୁରାରୁ ରାଜୀବ ଭଟ୍ଟାଚାର୍ଯ୍ୟ, ମଧ୍ୟପ୍ରଦେଶରୁ ଜର୍ଜ କୁରିୟାନ, ମହାରାଷ୍ଟ୍ରରୁ ଧର୍ଯ୍ୟଶୀଳ ପାଟିଲ ବିହାରରୁ ମନନ କୁମାର ମିଶ୍ର, ଆସାମରୁ ମିଶନ ରଞ୍ଜନ ଦାସ ଓ ରାମେଶ୍ବର ତେଲିଙ୍କୁ ପ୍ରାର୍ଥୀ କରିଛି ବିଜେପି ।

କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ ମମତା:

ମମତା 2020ରେ ବିଜେଡିରୁ ରାଜ୍ୟସଭା ଯାଇଥିଲେ । ତାଙ୍କ କାର୍ଯ୍ୟକାଳ 2026ରେ ଶେଷ ହେବାକୁ ଥିଲା । ମାତ୍ର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସହ ବିଜେଡିରୁ ଇସ୍ତଫା ଦେଇଥିଲେ । ପରେ ସେ ବିଜେପିରେ ଯୋଗ ଦୋଇଥିଲେ । ଆଜି ବିଜେପି ପୁଣିଥରେ ରାଜ୍ୟସଭା ପାଇଁ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ତୁଟୁନି ‘ମମତା’ କଳି: ସଂଗଠନ ଦୁର୍ବଳ ମାନିଲା ବିଜେଡି, ଗଣେଶ୍ବର କହିଲେ ପର ଘର ଭାଙ୍ଗୁଛନ୍ତି - Mamata Mohanta Switching Politics

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 20, 2024, 8:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.