ETV Bharat / state

ଓଟିଡିସି ପକ୍ଷରୁ ଉଦଘାଟିତ ହେଲା ରଜ ମହୋତ୍ସବ ୨୦୨୪, ପିଠାପଣାରେ ମହକିଲା ପାନ୍ଥନିବାସ - Raja Celebration in Bhubaneswar - RAJA CELEBRATION IN BHUBANESWAR

Raja 2024: ଭୁବନେଶ୍ୱରସ୍ଥିତ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ରଜ ମହୋତ୍ସବ ୨୦୨୪ ଉଦଘାଟିତ ହୋଇଯାଇଛି। ଅଧିକ ପଢ଼ନ୍ତୁ,

Raja 2024
Raja 2024 (ETV Bharat Odisha)
author img

By ETV Bharat Odisha Team

Published : Jun 13, 2024, 10:51 PM IST

ଭୁବନେଶ୍ବର: ଓଟିଡିସି ପକ୍ଷରୁ ରଜ ମହୋତ୍ସବ ୨୦୨୪ ଅନୁଷ୍ଠିତ, ସଜବାଜରୁ ଆରମ୍ଭ ହେଲା ରଜ ପର୍ବ। ପିଠାପଣାରେ ମହକିଲା ପାନ୍ଥନିବାସ। ଓଡ଼ିଶାର ଗଣପର୍ବ ରଜକୁ ନେଇ ସବୁଠି ଉତ୍ସବ ମନାଯାଉଥିବା ବେଳେ ଓଟିଡିସି ପକ୍ଷରୁ ରଜ ମହୋତ୍ସବ ୨୦୨୪ ଅନୁଷ୍ଠିତ ହୋଇଛି। ଏହି ମହୋତ୍ସବକୁ ନେଇ ପାନ୍ଥନିବାସରେ ଜମିଥିଲା ପିଠାପଣାର ଆସର ଆଉ ସଜେଇ ହୋଇଥିଲା ତାର ପରିସର। ସୁନ୍ଦର ଭାବରେ ସଜା ହୋଇଥିବା ଦୋଳି ପାଲଟିଥିଲା ଆକର୍ଷିଣ । ତେବେ ଏହି ଉତ୍ସବର ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ। ଓଡ଼ିଶାର ଗଣପର୍ବ ରଜକୁ ନେଇ ଆଜି ଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

Raja 2024 (ETV Bharat Odisha)

ରାତି ପାହିଲେ ପହିଲି ରଜ। ଘରେ ଘରେ କୁଆଁରୀ ଝିଅ ଓ ନବବଧୂ ମାନେ ପାଦରେ ଅଳତା ସାଙ୍ଗକୁ ହାତରେ ମେହେନ୍ଦି ଓ ମୁହଁରେ କୁଁକୁମ ମାଖି ସଜେଇ ହେଲେଣି। କେବଳ ଗାଁ ନୁହେଁ ସହରରେ ମଧ୍ୟ ରଜ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଏସବୁ ମଧ୍ୟରେ ଆଜି ସଜବାଜ ଅବସରରେ ଭୁବନେଶ୍ଵର ପାନ୍ଥନିବାସ କଳିଙ୍ଗ କନଭେନସନ ହଲ୍ ଠାରେ ଓଟିଡିସି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରଜ ମହୋତ୍ସବର ଆୟୋଜନ କରାଯାଇଥିଛି। ଛୋଟ ଛୋଟ ପିଲା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦୋଳି ଖେଳିବା ସହିତ ପୋଡ ପିଠା ଓ ପାନ ଖାଇ ରଜର ମଜା ଉଠାଇଛନ୍ତି। ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାୟକ ବାବୁ ସିଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଉ ସାଂସଦ ମଧ୍ୟ ଏହି ରଜ ଦୋଳିର ମଜା ନେଇଛନ୍ତି। ଏହାସହ ଆଜିଠାରୁ ସହରବାସୀ କିଭଳି ରଜରେ ପିଠା ଖାଇବେ ଓ ତାର ମଜା ନେବେ ସେଥିପାଇଁ ସ୍ୱେଣ୍ଡିଙ୍ଗ ଅନ ୱିଲର ଉଦଘାଟନ କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ.. ରାଜ୍ୟରେ ୪୮ ଘଣ୍ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି, ରଜରେ ଗୁଳୁଗୁଳି କରିବ କଲବଲ - ODISHA WEATHER UPDATES

ସ୍ୱେଣ୍ଡିଙ୍ଗ ଅନ ୱିଲ ସହରସ ବିଭିନ୍ନ ଛକରେ ରହି ଲୋକଙ୍କ ମନ ପସନ୍ଦର ପିଠା ଯୋଗାଇବେ। ଖାଲି ସେତିକି ନୁହେଁ ରଜର ଭେଟି ଭାବେ ସାଂସଦ ୧୦ ହଜାର ଓ ବିଧାୟକ ବାବୁ ସିଂ ୧୫ ହଜାରର ପିଠା ଓ ମିଠା କିଣି ନେଇ ଓଟିଟିସି ଗେଷ୍ଟ ସାଧାରଣ ଲୋକଙ୍କୁ ବାଣ୍ଟିଥିଲେ। ତେବେ ଆଧୁନିକ ଯୁଗରେ ବି ରାଜଧାନୀବାସୀ ନିଜ ପର୍ବ ପର୍ବାଣୀ ଓ ପରମ୍ପରାକୁ ଭୁଲି ନାହାଁନ୍ତି। ଗଣପର୍ବ ରଜ ଆସିଥିବାରୁ ସମସ୍ତେ ନିଜ ନିଜର ପ୍ରସ୍ତୁତିରେ ଲାଗିପଡିଛନ୍ତି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପ୍ରତିବର୍ଷ ବେଶ ଆଡ଼ମ୍ବରରେ ରଜ ମହୋତ୍ସବ ପାଳିତ ହୋଇଆସୁଛି। ଯାହା ଆମ ପରମ୍ପରାକୁ ବଜାୟ ରଖିଛି। ୩ଦିନ ଧରି ରଜ ମହୋତ୍ସବ ପାଳନ ହେବାକୁ ଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ମଧ୍ୟ ସ୍ଵତନ୍ତ୍ର ପ୍ରସ୍ତୁତିର ଆୟୋଜନ କରାଯାଇଛି। ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କାର୍ଯ୍ୟକ୍ରମରେ ଭୁବନେଶ୍ଵରର ସାଂସଦ ଓ ଏକାମ୍ର ବିଧାୟକ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.