ETV Bharat / state

ତାତିରୁ ତ୍ରାହି, ମେଘୁଆ ପାଗ ସହ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା - WEATHER UPDATE

author img

By ETV Bharat Odisha Team

Published : Apr 11, 2024, 11:38 AM IST

Weather Update: ରାଜ୍ୟରେ ମେଘୁଆ ପାଗ ସହ କିଛି ଅଞ୍ଚଳରେ ବର୍ଷା ଜାରି ରହିଛି । 10ଟି ଜିଲ୍ଲା ସମେତ ଟ୍ବିନ ସିଟିର କିଛି ସ୍ଥାନରେ ହାଲୁକା ବର୍ଷା । ଅଧିକ ପଢନ୍ତୁ

Weather Update
Weather Update
WEATHER UPDATE

ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ । ଖରାରୁ ସାମାନ୍ୟ ଆଶ୍ବସ୍ତି ପାଇଲେ ରାଜ୍ୟବାସୀ । ରାଜ୍ୟରେ ମେଘୁଆ ପାଗ ସହ କିଛି ଅଞ୍ଚଳରେ ବର୍ଷା ଜାରି ରହିଛି । ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳରରେ ଏକ ଚାପରେଖା ସୃଷ୍ଟି ହୋଇଛି । ବାୟୁମଣ୍ଡଳର ମଧ୍ୟ ଓ ଉପରିଭାଗର ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି । ରାଜ୍ୟର 10ଟି ଜିଲ୍ଲା ସମେତ ଟ୍ବିନ ସିଟିର କିଛି ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି ।

ଏହା ମଧ୍ୟ ପଢନ୍ତୁୃ-ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - Odisha Weather

ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୋଳ ଏବଂ ଦେବଗଡ ଜିଲ୍ଲାର କେତକ ଅଞ୍ଚଳରେ ମେଘୁଆ ପାଗ ସହ ସକାଳୁ ବର୍ଷା ଲାଗି ରହିଛି । ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ବାୟୁ ଚଳାଚଳ ପ୍ରଭାବରେ କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ଲାଗି ରହିଛି । କାଳବୈଶାଖୀ ବର୍ଷା ପ୍ରଭାବରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ କାଁଭାଁ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା 13 ତାରିଖ ପରଠାରୁ ରାଜ୍ୟରେ ପୁଣି ତାତି ବଢିବ ବୋଲି ପୂର୍ବାନୁମାନ କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଅଞ୍ଚଳରେ 40 ଡ଼ିଗ୍ରୀ ଛୁଇଁବା ଆଶଙ୍କା ରହିଛି । ଏହାକୁ ଲକ୍ଷ୍ୟ କରି ପାଣିପାଗ ବିଭାଗ ପକ୍ଷରୁ ସଚେତନତା ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ତାତିରୁ ଆଶ୍ବସ୍ତି ଆଣିଛି କାଳବୈଶାଖୀ ବର୍ଷା, ପୁଣି ୧୩ରୁ ବଢିବ ତାତି - WEATHER UPDATE

ଗତ 24 ଘଣ୍ଟାରେ ରାଜ୍ୟରେ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ସର୍ବାଧିକ 17.00 ମିମି ବର୍ଷା କନ୍ଧମାଳର ବାଲିଗୁଡ଼ାରେ ରେକର୍ଡ କରାଯାଇଥିଲା । ସେହିପରି ନୂଆପଡ଼ାରେ 13.02 ମିମି ବର୍ଷା ରେକର୍ଡ ହୋଇଛି । ଗ୍ରୀଷ୍ମର ପ୍ରବାହ ଯୋଗୁଁ କଲବଲ ହେଉଥିଲେ ରାଜ୍ୟବାସୀ । ଅସହ୍ୟ ଖରା ରାଜ୍ୟବାସୀଙ୍କୁ କଲବଲ କରୁଥିଲା । ସକାଳ 9ଟା ହେବା ମାତ୍ରେ ଘରୁ ବାହାରିବା ମଧ୍ୟ ମୁସକିଲ ହୋଇପଡୁଥିଲା । କିନ୍ତୁ ପାଗ ବଦଳିବା କାରଣରୁ ତାତିରୁ ତ୍ରାହି ମିଳିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.