ETV Bharat / state

ରାଉରକେଲାରେ ରାହୁଲ ଗାନ୍ଧୀ, ବିଶାଳ ରୋଡ ଶୋ ସହ ଜନସାଧାରଣଙ୍କୁ ଦେବେ ଉଦବୋଧନ - Rourkela Sundargarh

Bharat Jodo Nyay Yatra in Odisha : ଓଡିଶାରେ କଂଗ୍ରେସ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି ଦ୍ୱିତୀୟ ଦିନ । ରାଉରକେଲାରେ ରାହୁଲ ଗାନ୍ଧୀ ବିଶାଳ ରୋଡ ଶୋ ସହ ଜନସାଧାରଣଙ୍କୁ ଦେବେ ଉଦବୋଧନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 7, 2024, 10:04 AM IST

ରାଉରକେଲା: ଓଡିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି (ବୁଧବାର) ଦ୍ୱିତୀୟ ଦିନ । ଆଜି ରାଉରକେଲାରୁ ସୁନ୍ଦରଗଡ ଯିବ ଏହି ଯାତ୍ରା । ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁରଠାରେ ଏହି ଯାତ୍ରାକୁ ଆରମ୍ଭ କରିଥିଲେ । ଆଜି ରାହୁଲ ଗାନ୍ଧୀ ପ୍ରଥମେ ବେଦବ୍ୟାସ ଶୈବପୀଠକୁ ଯାଇ ସେଠାରେ ମହାଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ରାଉରକେଲା ଉଦିତନଗର ଏସପି ଅଫିସ ସମ୍ମୁଖ ଛକରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହାପରେ ପାନପୋଷ ଛକଠାରେ ଦିନ 11ଟାରେ ପହଞ୍ଚିବେ । ସେଠାରେ ରାହୁଲ ଗାନ୍ଧୀ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବେ ।

ଏହାପରେ ଆଗକୁ ବଢି ରାଜଗାଙ୍ଗପୁରର ରାଣୀବନ୍ଧ ଠାରୁ ପୁଣି ଯାତ୍ରା ଆରମ୍ଭ ରିବେ ଏବଂ କୁତ୍ରାରେ ସେ ଜନସାଧାରଣଙ୍କୁ ଉଦବୋଧନ ଦେବେ । ବଡଗାଁ ଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ବଡଗାଁରୁ ବାହାରିବା ପରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ୍ ଛକରେ ଅପରାହ୍ନ ସାଢେ 4ଟାରେ ପହଞ୍ଚି ପଦଯାତ୍ରା କରିବେ । ଏହି ପଦଯାତ୍ରା ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇଯିବ । ସେଠାରୁ ଝାରସୁଗୁଡା ଅଭିମୁଖେ ଯାଇ ଅମଲିପାଲି ଠାରେ ରାତ୍ରୀଯାପନ କରିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

ଏହାମଧ୍ୟ ପଢନ୍ତୁ.. ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ; ପ୍ରତି ଲୋକଙ୍କ ଦୁଃଖ ଶୁଣିବୁ କହିଲେ ରାହୁଲ

ଓଡ଼ିଶାରେ ଗତକାଲି ଠାରୁ ପହଞ୍ଚି ସାରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ । ଆଜି ରାଉରକେଲାରେ ପହଞ୍ଚିଛନ୍ତି । ରାଉରକେଲାରେ ରାହୁଲଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ରାଜ୍ୟର ତମାମ ବରିଷ୍ଠ ନେତା । ରାଜ୍ୟ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଓ ତାରା ବାହିନୀପତି, ସୁର ରାଉତରାୟ, ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମେତ ସମସ୍ତ ବିଧାୟକ ଏବଂ ଜିଲ୍ଲା କଂଗ୍ରେସ ଠାରୁ ଆରମ୍ଭ କରି ନେତା ଏବଂ କର୍ମୀ ଉପସ୍ଥିତ ରହି ରାହୁଲଙ୍କୁ ରାଉରକେଲାକୁ ସ୍ବାଗତ କରିଛନ୍ତି । ଗତକାଲି ବୀରମିତ୍ରପୁରରେ ଆରମ୍ଭ ହୋଇଥିଲା ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ।

ଆଜି ରାଉରକେଲାରୁ ଆରମ୍ଭ ହୋଇ ସୁନ୍ଦରଗଡ଼ ଯାଏ ଯିବ ଏହି ଭାରତ ଯୋଡ ନ୍ୟାୟ ଯାତ୍ରା । ସୁନ୍ଦରଗଡ଼ ଓ ଝାରସୁଗୁଡା ଦେଇ ଏହି ନ୍ୟାୟ ଯାତ୍ରା ଆଗକୁ ବଢ଼ିବ । ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଓ କଂଗ୍ରେସ ପତାକାରେ ସଜେଇ ହୋଇଛି ରାଉରକେଲା ସହରର ପ୍ରତ୍ୟେକ ଛକ । କଂଗ୍ରେସ ନେତା, କର୍ମୀ ଓ ସମର୍ଥକମାନେ ରାଉରକେଲାରେ ଭିଡ ଜମାଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.