ETV Bharat / state

ଶଙ୍ଖ ଭବନରେ ସମ୍ମୁଖରେ ଚିଲିକା କଳି, ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିରୋଧ କରି ଗର୍ଜିଲେ ରଘୁନାଥଙ୍କ କର୍ମୀ - Protest Against Prasanna Patsani

author img

By ETV Bharat Odisha Team

Published : Mar 22, 2024, 5:53 PM IST

Former MLA Raghunath Sahu Supporter Protest: ଶଙ୍ଖ ଭବନ ସମ୍ମୁଖରେ ରଘୁନାଥ ସାହୁଙ୍କ ସମର୍ଥକଙ୍କ ବିକ୍ଷୋଭ । ଯଦି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପ୍ରାର୍ଥୀ କରାଯାଏ ତେବେ ରଘୁନାଥ ସାହୁଙ୍କୁ ସ୍ବାଧୀନରେ ଛିଡା କରାଇବୁ କହିଲେ ବିକ୍ଷୋଭକାରୀ । ଅଧିକ ପଢନ୍ତୁ

Raghunath Sahu Supporter Protest
Raghunath Sahu Supporter Protest
Raghunath Sahu Supporter Protest

ଭୁବନେଶ୍ବର: ବିଧିବଦ୍ଧ ଭାବେ ନାମ ଘୋଷଣା ନହେଉଣୁ ଆଭାସରେ ଚେତିଲା ଚିଲିକା କଳି । ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଗ୍ରୀନ ସିଗନାଲକୁ ବିରୋଧ କରି ଶଙ୍ଖ ଭବନ ନିକଟରେ ଗର୍ଜିଲେ ରଘୁନାଥଙ୍କ ସମର୍ଥକ । ରଘୁନାଥ ସମର୍ଥନରେ ବାହାରିଲେ ହଜାର ହଜାର କର୍ମୀ। ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ହଜାର ହଜାର ସମର୍ଥକମାନେ ପ୍ରତିବାଦ କରିଛନ୍ତି। ପ୍ରସନ୍ନ ପାଟ୍ଟଶାଣୀଙ୍କ ବଦଳରେ ରଘୁନାଥ ସାହୁଙ୍କୁ ବିଜେଡି ପ୍ରାର୍ଥୀ କରୁ ବୋଲି ଗର୍ଜିଛନ୍ତି ଚିଲିକାର ହଜାର ହଜାର ବିଜେଡିକର୍ମୀ ।

ଶଙ୍ଖ ଭବନ ସାମ୍ନାରେ ପାଟଶାଣି ବିରୋଧୀ ମେଳି: ତେଜିଲା ପାଟ୍ଟଶାଣୀ ବିରୋଧୀ ମେଳି। ଶଙ୍ଖ ଭବନରେ ରଘୁନାଥ ସାହୁଙ୍କ ସମର୍ଥକଙ୍କ ଭିଡ଼ । ପୁରୀ ସଂସଦୀୟ କ୍ଷେତ୍ରରେ ବିଜେଡିର ଗୋଷ୍ଠୀ କନ୍ଦଳ ଚରମ ସୀମାରେ । ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରସନ୍ନ ପାଟ୍ଟଶାଣୀ ପ୍ରାର୍ଥୀ ହେବା ପାଇଁ ନବୀନ ସରକାର ଗ୍ରୀନ ସିଗନାଲ ଦେବା ପରେ ତୀବ୍ର ହୋଇଛି ଦଳୀୟ ଅନ୍ତ କନ୍ଦଳ । ପ୍ରସନ୍ନଙ୍କୁ ବିରୋଧ କରିବା ପାଇଁ ଚିଲିକାରୁ ହଜାର ହଜାର ବିଜେଡିକର୍ମୀ ଶଙ୍ଖ ଭବନ ସାମ୍ନାରେ ଏକଜୁଟ ହୋଇଛନ୍ତି । ଦଳୀୟ ନେତାକୁ ପ୍ରାର୍ଥୀ ନକରି ପ୍ରସନ୍ନ ପାଟ୍ଟଶାଣୀଙ୍କୁ କରିବା ନେଇ ଆମେ ଗଣମାଧ୍ୟମରେ ଖବର ଦେଖିଛୁ । ଆମେ ଏହାକୁ ତୀବ୍ର ବିରୋଧ କରୁଛି ବୋଲି ବିକ୍ଷୋଭ ବିଜେଡୀ କର୍ମୀ କହିଛନ୍ତି ।

ସମର୍ଥକଙ୍କ ପ୍ରତିକ୍ରିୟା: ଏନେଇ ସମର୍ଥକମାନେ କହିଛନ୍ତି, ଚିଲିକା ନିର୍ବାଚନ ମଣ୍ଡଳୀକୁ ଅନେକ ନେତା ଆସୁଛନ୍ତି ଆଉ ଯାଉଛନ୍ତି । ହେଲେ ରଘୁନାଥ ସାହୁ ୨୦୨୪ ନିର୍ବାଚନରେ ଟିକେଟ ପାଇବା ଉଚିତ । ସେ ଲୋକଙ୍କ ପାଖରେ ରହୁଛନ୍ତି । କିନ୍ତୁ ଆମେ ଶୁଣୁଛୁ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଚିଲିକାରୁ ପ୍ରାର୍ଥୀ କରିବ ବିଜେଡି । ଆମେ ଏହାକୁ ଦୃଢ ବିରୋଧ କରୁଛୁ । ଯଦି ରଘୁନାଥଙ୍କୁ ପ୍ରାର୍ଥୀ ନକରାଯାଏ ତାହେଲେ ଆମେ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା କରିବୁ । ଯେ ପର୍ଯ୍ୟନ୍ତ କୌଣସି ନିଷ୍ପତି ନହୋଉଛି ସେ ପର୍ଯ୍ୟନ୍ତ ବିରୋଧ କରାଯିବ ।"

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ପୁରୀ ସଂସଦୀୟ କ୍ଷେତ୍ରର ସମ୍ଭାବ୍ୟ ବିଜେଡି ପ୍ରାର୍ଥୀ, ନେଲେ ମହାପ୍ରଭୁଙ୍କ ଆଶୀର୍ବାଦ - BJD LEADERS AT SRIMANDIR

ପ୍ରକାଶ ଥାଉକି, ଗୁରୁବାର ପୁରୀ ସଂସଦୀୟ କ୍ଷେତ୍ରର ଲୋକସଭା ଓ ସମସ୍ତ ବିଧାନସଭାର ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ତେବେ ଏହି ସମୟରେ ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ଚିଲିକା ସହିତ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମ ନେଇଥିଲେ । ସମୟ ଆସିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି କହିଥିଲେ । ଏହି ଖବର ପ୍ରକାଶିତ ହେବା ପରେ ବିଜେଡିକର୍ମୀ ପ୍ରସନ୍ନଙ୍କୁ ବିରୋଧ କରି ଶଙ୍ଖ ଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରଘୁନାଥ ସାହୁକଙ୍କ ସପକ୍ଷରେ ଆସି ତାଙ୍କୁ ପ୍ରାର୍ଥୀ କରିବା ପାଇଁ ପ୍ରତିବାଦ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.