ETV Bharat / state

କେବେ ସରିବ କୋରେଇ ଭବନ ନିର୍ମାଣ କାର୍ଯ୍ୟ ? ଅସନ୍ତୁଷ୍ଟ ସ୍ଥାନୀୟ ବାସିନ୍ଦା - Korei Bhawan Construction issue

author img

By ETV Bharat Odisha Team

Published : Mar 22, 2024, 10:13 PM IST

Korei Bhawan Construction issue: ପାଣିକୋଇଲି ନିକଟରେ କୋରେଇ ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଥିଲା । ନିର୍ମାଣ କାର୍ଯ୍ୟ ଆରମ୍ଭକୁ ୮ ବର୍ଷ ବିତି ଯାଇଥିଲେ ମଧ୍ୟ ମାତ୍ର କେତୋଟି ପିଲର କରାଯାଇ ଅଟକିଛି କୋରେଇ ଭବନ କାର୍ଯ୍ୟ l ଅଧିକ ପଢ଼ନ୍ତୁ,

କୋରେଇ ଭବନ
କୋରେଇ ଭବନ
କୋରେଇ ଭବନ

ଯାଜପୁର: ସରକାରକା ମାଲ ଦରିଆ ମେ ଦାଲ,ଏହି ଉକ୍ତିଟି ସତ ପ୍ରମାଣିତ ହେଇଛି ଯାଜପୁର ଜିଲ୍ଲା କୋରେଇ ବ୍ଲକରେ l ଏହି ବ୍ଲକ ବାସୀଙ୍କ ବହୁ ଦାବି ପରେ ପାଣିକୋଇଲି ନିକଟରେ କୋରେଇ ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଥିଲା । ନିର୍ମାଣ କାର୍ଯ୍ୟ ଆରମ୍ଭକୁ ୮ ବର୍ଷ ବିତି ଯାଇଥିଲେ ମଧ୍ୟ ମାତ୍ର କେତୋଟି ପିଲର କରାଯାଇ ଅଟକିଛି କୋରେଇ ଭବନ କାର୍ଯ୍ୟ l ଏହି ଭବନ ନିର୍ମାଣ ପାଇଁ ପାଖାପାଖି ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହା ଆଜି ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି l ବର୍ଷ ପରେ ବର୍ଷ ବିତିଯାଇଛି, ହେଲେ ବଣ ଜଙ୍ଗଲ ଭିତରେ ଭଗ୍ନ ଅବସ୍ଥାରେ ନିଜର ପରିଚୟ ଖୋଜୁଛି ଏହି କୋରେଇ ଭବନ ।

ଯାଜପୁର ଜିଲ୍ଲାରେ ଥିବା ୧୦ଟି ବ୍ଲକ ମଧ୍ୟରୁ ୯ଟି ବ୍ଲକରେ ଭବନ କାର୍ଯ୍ୟ ସରି ଯାଇଥିବା ବେଳେ କୋରେଇ ଭବନଟି ଆଜି ପର୍ଯ୍ୟନ୍ତ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି l ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ପ୍ରଶାସନର ଅବହେଳା ପାଇଁ ଆଜି କୋରେଇ ଭବନ ଏକ ଜଙ୍ଗଳର ଭ୍ରମ ସୃଷ୍ଟି କରୁଛି l ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରିବାରୁ ଜାଣିନଥିବା କହି ସେ ଆଡେଇ ଦେଇଛନ୍ତି l ସେତେବେଳେର ବିଧାୟକ ତଥା ବର୍ତ୍ତମାନର ‘ମୋ କଲେଜ’ର ଅଧକ୍ଷ୍ୟ ଆକାଶ ଦାସ ନାୟକଙ୍କ ସମୟରେ ଏହି ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ସେତେବେଳର ବିଧାୟକ ଯାଇ ବର୍ତ୍ତମାନର ବିଧାୟକଙ୍କ କାର୍ଯ୍ୟ ଶେଷ ହୋଇଗଲା ପଛେ ଭବନ କାର୍ଯ୍ୟ ଶେଷ ହେବାର ନାଁ ଧରୁନାହିଁ । ବର୍ତ୍ତମାନର ବିଧାୟକ ତଥା କୋରେଇ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଭବନର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ କୌଣସି ଆଗ୍ରହ ପ୍ରକାଶ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ରାଜନେତା ଓ ପ୍ରଶାସନର ଅବହେଳା ପାଇଁ କୋରେଇ ଭବନ ଆଜି ଏଭଳି ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ କରିଛନ୍ତି ବାସିନ୍ଦା ।

ଏହା ମଧ୍ୟ ପଢ଼ନ୍ତୁ.... ବିଧାୟକଙ୍କ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର, ସମାଧାନ ନହେଲେ ଭୋଟ ବର୍ଜନ - Harijan Slum Boycott Vote

ଅତିତରେ ରାଜ୍ୟର ଅନେଜ ଦକ୍ଷ ରାଜନେତା ଏହିଠାରୁ ନିର୍ବାଚିତ ହୋଇ ଓଡିଶାରେ ନିଜର ପରିଚିୟ ସୃଷ୍ଟି କରିଛନ୍ତି l ହେଲେ ଦୁଃଖ ଓ ପରିତାପର ବିଷୟ ବିଚକ୍ଷଣ ରାଜନେତା ତିଆରି କରିଥିବା କୋରେଇ ଆଜି ଅବହେଳିତ ଅବସ୍ଥାରେ ରହିଛି I କୋରେଇ ଭବନର ପୁନଃରୁଦ୍ଧାର ପାଇଁ ଗତ କିଛିଦିନ ତଳେ ଅଞ୍ଚଳ ବାସିନ୍ଦା ପୂର୍ବତନ 5T ସଚିବଙ୍କୁ ଦରଖାସ୍ତ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ସେପଟେ ବିକାଶର ଲୋଭ ଦେଖାଇ ଭୋଟ ନେଉଥିବା ଶାସକ ଦଳ ସବୁବେଳେ କୋରେଇର ବିନାଶ କରୁଥିବାର ଅଭିଯୋଗ କରିଛନ୍ତି କୋରେଇ ସଂଗ୍ରାମ ସମିତିର ଆବାହକ । ଏ ସମ୍ପର୍କରେ ଆମେ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଛନ୍ତି । ଇଚ୍ଛାଶକ୍ତି ଅଭାବ ଯୋଗୁ ଅବହେଳିତ ଅବସ୍ଥାରେ ପଡ଼ି ରହିଛି କୋରେଇ ଭବନ । ତେବେ କେବେ ଏହି ଭବନ କାର୍ଯ୍ୟ ଶେଷ ହେଇ ସାଧାରଣ ଲୋକଙ୍କ କାମରେ ଲାଗୁଛି ତାହାକୁ ଅପେକ୍ଷା ରହିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.