ETV Bharat / state

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି - Srimandir Management Committee

author img

By ETV Bharat Odisha Team

Published : Aug 5, 2024, 10:25 PM IST

Srimandir Management Committee Meeting: ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ମୋଟ ୬ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଅଧିକ ପଢ଼ନ୍ତୁ

Srimandir Management Committee Meeting
Srimandir Management Committee Meeting (ETV Bharat Odisha)

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଅନୁମୋଦନ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ନିଷ୍ପତ୍ତି ହୋଇଛି । ବୈଷୟିକ ଓ ବିଶେଷଜ୍ଞମାନଙ୍କ ସହାୟତା ନିଆଯାଇ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ସହ ମରାମତି କରାଯିବ । ସେହିପରି ଶ୍ରୀମନ୍ଦିର ଜମିକୁ ଦଲାଲମୁକ୍ତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଭିତର ଭଣ୍ଡାରରେ ଥିବା ସିନ୍ଦୁକ ଓ ଆଲମୀରାକୁ ନିଳାଦ୍ରୀ ମ୍ୟୁଜିୟମକୁ ସ୍ଥାନାନ୍ତର ନେଇ ସ୍ୱତନ୍ତ୍ର ଏସଓପି:

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅତ୍ୟାଧୁନିକ ବୈଜ୍ଞାନିକ ଉପାୟରେ ଯାଞ୍ଚ ନେଇ ନୂଆ ଏସଓପିକୁ ଅନୁମୋଦନ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି ।‌ ରାଜ୍ୟ ସରକାରଙ୍କ ଅନୁମତି ପରେ ଏଏସଆଇ ଅତ୍ୟାଧୁନିକ ବ୍ୟବସ୍ଥା ବ୍ୟବହାର କରି ରତ୍ନଭଣ୍ଡାର ଗୃହର ଯାଞ୍ଚ କରିବ । ଏଥିପାଇଁ ବୈଷୟିକ ଓ ବିଶେଷଜ୍ଞମାନଙ୍କ ସହାୟତା ନିଆଯାଇ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ସହ ମରାମତି କରାଯିବ । ସେହିପରି ଭିତର ଭଣ୍ଡାର ଘରେ ଥିବା ସିନ୍ଦୁକ ଓ ଆଲମୀରା ଗୁଡିକୁ ନିଳାଦ୍ରୀ ମ୍ୟୁଜିୟମକୁ ସ୍ଥାନାନ୍ତର ନେଇ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯାଇଛି । ଶ୍ରୀମନ୍ଦିର ଅଧିନରେ ଥିବା ଜମିଜମା ଗୁଡିକର କିଣାବିକା ନେଇ ପ୍ରସ୍ତୁତ ହୋଇଥିବା ଶ୍ରୀମନ୍ଦିର ଜମି ପରିଚାଳନା ନିୟମ ୨୦୨୪ର ଚିଠା ପ୍ରସ୍ତାବ ଅନୁମୋଦନ ହୋଇଅଛି ।

ମିନି ଇ-ବସ ଓଏସଆରଟିସିଙ୍କୁ ହସ୍ତାନ୍ତର କରାଯିବା:

ସେହପରି ଜମି ବିକ୍ରୟ କାର୍ଯ୍ୟର ସୁପରିଚାଳନା ନେଇ ପ୍ରସ୍ତୁତ ହୋଇଥିବା ଏହି ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ଯ୍ୟକାରୀ କରାଯିବ । ଭକ୍ତଙ୍କ ବ୍ୟବହାର ପାଇଁ ଉଦ୍ଧିଷ୍ଟ ୩୫ଟି ବ୍ୟାଟେରୀ ଚାଳିତ ବସ ଖତ ଖାଉଥିବା ବେଳେ ଏହାର ପରିଚାଳନା ନେଇ ସରକାରଙ୍କ ଅଧିକୃତ ଓଏସଆରଟିସି ସଂସ୍ଥାକୁ ଦାୟିତ୍ୱ ଦିଆଯିବ ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।

ସିଂହଦ୍ୱାର ଥାନାକୁ ମଡେଲ ଥାନା କରିବା ପାଇଁ ସ୍ୱତନ୍ତ୍ର ଜାଗା ଓ ଭିତ୍ତିଭୂମି:
ଏଥର ଶ୍ରୀମନ୍ଦିର କର୍ମଚାରୀ ନିୟୋଜନ ପାଇଁ ରାଜ୍ୟ ସରକାରଙ୍କ ଅଧିକୃତ ସଂସ୍ଥା ଦ୍ୱାରା କରାଯିବାକୁ ନିଷ୍ପତ୍ତି ହୋଇଅଛି । ପୂର୍ବରୁ କର୍ମଚାରୀ ନିୟୋଜନ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ହୋଇ ଆସୁଥିବା ବେଳେ ସ୍ୱଚ୍ଛତା ଆଣିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ସେହିପରି ଗଚ୍ଛିତ ରହିଥିବା ଅର୍ପଣ ଚାଉଳ ବିନିଯୋଗ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ସମ୍ପୃକ୍ତ ନିଯୋଗ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବେ । ଖଣି ଖାଦାନର ନିୟମ ପରିବର୍ତ୍ତନ ହୋଇଥିବାରୁ ଏହାର ନିଲାମ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ ସିଂହଦ୍ୱାର ଥାନାକୁ ମଡେଲ ଥାନା କରିବା ପାଇଁ ସ୍ୱତନ୍ତ୍ର ଜାଗା ଓ ଭିତ୍ତିଭୂମି ଯୋଗାଇବା ପାଇଁ ଏସ୍‌ପିଙ୍କ ପ୍ରସ୍ତାବ ନେଇ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଘଟିବ କି 119 ବର୍ଷର ଅପେକ୍ଷାର ଅନ୍ତ: ଜଗାର ବିରଳ ରଘୁନାଥ ବେଶ ଦେଖିବାକୁ ଚାହିଁ ବସିଛି ଜଗତ, କାହିଁକି ସ୍ବତନ୍ତ୍ର ଏହି ବେଶ ? - Lord Jagannath Raghunath Besha

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଭର୍ଚୁଆଲରେ ରହି ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ରଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ଭାଗ ନେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.