ETV Bharat / state

ପୁଣି ଝଲସିଲା ଶ୍ରୀମନ୍ଦିର, ଚାରିପାର୍ଶ୍ୱରେ ହେଲା ଆଲୋକୀକରଣ ବ୍ୟବସ୍ଥା - Srimandir Beautification Lights - SRIMANDIR BEAUTIFICATION LIGHTS

Srimandir Beautification Lights: ଶ୍ରୀମନ୍ଦିର ଚାରିପାର୍ଶ୍ୱରେ ପୁଣି ଲାଗିଲା ଲାଇଟ । ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ପରେ ପୁଣି ଲାଇଟ୍ ଲଗାଇଛି । ଅଧିକ ପଢ଼ନ୍ତୁ

ପୁଣି ଝଲସିଲା ଶ୍ରୀମନ୍ଦିର
ପୁଣି ଝଲସିଲା ଶ୍ରୀମନ୍ଦିର (ETV Bharat Odisha)
author img

By ETV Bharat Odisha Team

Published : Jun 8, 2024, 8:34 PM IST

ପୁରୀ: ଶ୍ରୀମନ୍ଦିର ଚାରିପଟେ ଲାଗିଥିବା ଲାଇଟ୍ କଢ଼ାଯିବା ଘଟଣା । ପୁଣି ଲଗାଗଲା ଲାଇଟ୍ । ରାଜ୍ୟରେ ସରକାର ବଦଳିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଆଲୋକୀକରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ରାତାରାତି ଲାଇଟ୍ ଖୋଲି ନେଇଯିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା । ଆଜି (ଶନିବାର) ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ହସ୍ତକ୍ଷେପ ପରେ ପୁଣି ଲାଇଟ୍ ଲଗାଇଛି ।

ପୁଣି ଝଲସିଲା ଶ୍ରୀମନ୍ଦିର (ETV Bharat Odisha)

ଶ୍ରୀମନ୍ଦିର ଉପରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରିଥିବା ଏଜେନ୍ସି ହଠାତ୍ କୌଣସି ସୂଚନା ନ ଦେଇ ଲାଇଟ୍ ଗୁଡିକ କାଢିନେବାକୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ପରେ ମୁଖ୍ୟ ଶାସନ ସଚିବ ଏଥିରେ ହସ୍ତକ୍ଷେପ କରିଥିଲେ । ତୁରନ୍ତ ପୂର୍ବ ଭଳି ଶ୍ରୀମନ୍ଦିର ଉପରକୁ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରାଯିବାକୁ ପୁରୀ ଜିଲ୍ଲା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ଏଥି ସହିତ କିଭଳି ପ୍ରଶାସନକୁ କୌଣସି ସୂଚନା ଦିଆ ନ ଯାଇ ଲାଇଟ କଡ଼ାଗଲା, କିଏ ଏହି କାର୍ଯ୍ଯ କରିଛି ତାହାର ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ତେବେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଆସିବା ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ଲାଇଟ୍ ଏଜେନ୍ସି 4 ଜଣଙ୍କୁ ପୋଲିସ ଅଟକ ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ...ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ତିନି ରଥର ଚାଲିଛି ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ - PURI RATH YATRA 2024

ତେବେ ପୁରୀ ଜିଲ୍ଲାପାଳଙ୍କ କହିବା ଅନୁସାରେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ପାଇଁ ଏହି ଲାଇଟ୍ ବ୍ୟବସ୍ଥା ହୋଇଥଲା । ଶ୍ରୀମନ୍ଦିର ସିଂହଦ୍ଵାର, ଗାଣ୍ଡୁଆ ଚଉରା ଛକରେ ଉଚ୍ଚ ମାନର ଉଜ୍ଜ୍ବଳ ଆଲୋକ ପାଇଁ ଲାଇଟ୍ ବ୍ୟବସ୍ଥା ହୋଇଥିଲା । ଯେଉଁ ଲାଇଟ୍ ଦ୍ଵାରା ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଦୃଶ୍ୟ ରାତିରେ ସ୍ପଷ୍ଟ ଭାବେ ଦେଖା ଯାଉଥିଲା । ଯାହାକି ବେଶ୍ ଆକର୍ଷଣୀୟ ଦେଖାଯାଉଥିଲା । ଗତ ଗୁରୁବାର ଲାଇଟ୍ ଲଗାଇବା ଦାୟିତ୍ଵ ନେଇଥିବା ସଂସ୍ଥା ପ୍ରଶାସନକୁ କୌଣସି ସୂଚନା ନ ଦେଇ ଲାଇଟ୍ କାଢି ନେଇଥିଲେ । ଫଳରେ ଶ୍ରୀମନ୍ଦିର ଅନ୍ଧକାରରେ ରହିଥିଲା ।

ଯାହାକୁ ନେଇ ଭକ୍ତ ଓ ସେବାୟତ ଅସନ୍ତୋଷ ବ୍ୟକ୍ତ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ପୁଣି ଶ୍ରୀମନ୍ଦିରକୁ ରାତିରେ ଉଜ୍ଜ୍ବଳ ଆଲୋକରେ ଆଲୋକିତ କରିବା ପାଇଁ ଏକ ନୂଆ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି । ପୂର୍ବରୁ ଯେଉଁ ସ୍ଥାନରେ ଲାଇଟ୍ ଲହାଯାଇଥିଲା ସେ ସ୍ଥାନରେ ଲାଇଟ୍ ଲଗାଯାଇଛି । ସେପଟେ କୌଣସି ସୂଚନା ନ ଦେଇ ଲାଇଟ୍ ନେଇ ଯିବାରୁ ସେବାୟତ ସମାଲୋଚନା କରିଛନ୍ତି । ଏଭଳି କାର୍ଯ୍ୟ ନିନ୍ଦନୀୟ । ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.