ETV Bharat / state

ସକାଳେ ପସାୟତ, ରାତିରେ ବିଶ୍ବନାଥ; ତେଜିଲା ରାଜନୀତି - Ratna Bhandar Politics

author img

By ETV Bharat Odisha Team

Published : Jul 5, 2024, 8:49 PM IST

RATNA BHANDAR POLITICS: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ବିଜେଡି ସରକାର ସମୟରେ ଗଠନ ହୋଇଥିବା ଅରିଜିତ ପସାୟତ କମିଟି ମାଟିରେ ମିଶିଛି । ନୂଆ ସରକାର ଆଉ ଏକ କମିଟି ଗଠନ କରିଛନ୍ତି । ଯାହାକୁ ନେଇ ତେଜିଲାଣି ରାଜ୍ୟ ରାଜନୀତି । ଅଧିକ ପଢନ୍ତୁ

Ratna Bhandar Politics
Ratna Bhandar Politics (ETV Bharat Odisha)

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ମୋହନ ସରକାରରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ 16 ଜଣିଆ କମିଟି ଗଠନ ହୋଇଛି । ଫଳରେ ବିଜେଡି ସରକାର ସମୟରେ ଗଠନ ହୋଇଥିବା ଜଷ୍ଟିସ ଅରିଜିତ ପସାୟତ କମିଟି ଲୀନ ହୋଇଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀ ବିଜେଡି ଓ କଂଗ୍ରେସ ଏନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

ସକାଳେ ପସାୟତ, ରାତିରେ ବିଶ୍ବନାଥ; ତେଜିଲା ରାଜନୀତି (ETV Bharat Odisha)

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ରାଜ୍ୟ ସରକାର ନୂଆ କମିଟି ଗଠନ କରିଛନ୍ତି । ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ 16 ଜଣିଆ ନୂଆ କମିଟି ରାଜ୍ୟ ସରକାର ଗଠନ କରିଛନ୍ତି । ଫଳରେ ବିଜେଡି ସରକାର ସମୟରେ ଗଠନ ହୋଇଥିବା ଅରିଜିତ ପସାୟତ କମିଟି ମାଟିରେ ମିଶିଛି । କିଛି ଦିନ ପୂର୍ବରୁ ଅରିଜିତ ପସାୟତ ପୁରୀ ଆସି ରତ୍ନଭଣ୍ଡାର ସମ୍ପର୍କିତ କମିଟିର ଅଧ୍ୟକ୍ଷତାରେ କରିବାର ଗସ୍ତ କାର୍ଯ୍ୟକ୍ରମ ପ୍ରକାଶ ପାଇଥିଲା । ଗତକାଲି ସକାଳେ ଅରିଜିତ ପସାୟତ ଭୁବନେଶ୍ବରରେ ମଧ୍ୟ ପହଞ୍ଚିଥିଲେ । ସରକାରଙ୍କ ନିଷ୍ପତ୍ତି ଅନୁସାରେ ରତ୍ନଭଣ୍ଡାର ଖୋଲିବା ନେଇ ସୂଚନା ଦେଲେ । କିନ୍ତୁ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ନୂଆ କମିଟି ନେଇ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ।

ଏହା ବି ପଢନ୍ତୁ- ରତ୍ନଭଣ୍ଡାର ଖୋଲିବା ନେଇ 16ଜଣିଆ କମିଟି ଘୋଷଣା, ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଲେ ଜଗନ୍ନାଥଙ୍କ ଆଶୀର୍ବାଦରୁ ଠିକ୍ ସମୟରେ କାର୍ଯ୍ୟ କରାଯିବ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ଯାଞ୍ଚ ସହ ଅଳଙ୍କାର ଗଣନା ପାଇଁ ନବୀନ ପଟ୍ଟନାୟକ ସରକାର 2024 ମାର୍ଚ୍ଚ 2 ରେ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ବିଜେଡିର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, "ସେମାନେ କେତେବେଳେ କଣ କହୁଛନ୍ତି, ତାହା ଜଣାପଡୁନାହିଁ । ତାଙ୍କର କଣ ଉଦ୍ଦେଶ୍ୟ ସାରା ଓଡ଼ିଶାବାସୀ ଜାଣିଛନ୍ତି । କେତେବେଳେ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି, ପୁଣି ପରେ ମନା କରୁଛନ୍ତି । ତାଙ୍କର ଉଦେଶ୍ୟ ସେମାନେ ଠିକ କଥା କରିବେନାହିଁ । ଠିକ୍ ବାଟରେ ଯିବେ ନାହିଁ । ଖାଲି ଲୋକଙ୍କୁ ଭୁଆଁ ବୁଲେଇବେ । ନିର୍ଦ୍ଦିଷ୍ଟ ଭାବେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ରହିଛି । ନହେଲେ ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନଭଣ୍ଡାର କମିଟି ଭଙ୍ଗାଯାଇଛି । ଅରିଜିତ ପଶାୟତଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଟେଇ ଦିଆଗଲା । ଓଡ଼ିଶାର ସେ ଜଣେ ସୁନାମଧନ୍ୟ ବ୍ୟକ୍ତି ।"

ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "କାହିଁକି କମିଟି ଭାଙ୍ଗିଲେ କିଛି ବୁଝାପଡୁନାହିଁ । କମିଟି ଭାଙ୍ଗିବାର କୌଣସି କାରଣ ହିଁ ନଥିଲା । ରତ୍ନଭଣ୍ଡାରକୁ ନେଇ ବୋଧେ କୌଣସି ଅସ୍ପଷ୍ଟ ଚିତ୍ର ରହିଛି ଆମେ ସନ୍ଦେହ କରୁଛୁ । ଯେତେବେଳେ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ବିଶ୍ବଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିଲେ । କଥା ସେବେଳୁ ହୋଇଛି । ତାଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ଏବେ ଆଇନ ମନ୍ତ୍ରୀ । ସେ 2 ଜଣ ହିଁ କହିପାରିବେ କାହିଁକି କମିଟି ପରିବର୍ତ୍ତନ ହେଲା । ବର୍ତ୍ତମାନର କମିଟି ଅଧ୍ୟକ୍ଷଙ୍କ ବାପା ହିନ୍ଦୁ ମହାସଭା ନେତା ଥିଲେ । କିନ୍ତୁ କମିଟି କାହିଁକି ଭାଙ୍ଗିଲେ ଆଇନ ମନ୍ତ୍ରୀ ହିଁ କହିପାରିବେ ।"

ଏହା ବି ପଢନ୍ତୁ- କେବେ ଖୋଲିବ ରତ୍ନଭଣ୍ଡାର ଭଣ୍ଡାର, ଏମିତି କହିଲେ ଜଷ୍ଟିସ ଅରିଜିତ ପଶାୟତ

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବା ଉପରେ ବିଶ୍ବର ନଜର ରହିଛି । ରତ୍ନଭଣ୍ଡାର ଖୋଲିବା ତାରିଖ ବାରମ୍ବାର ବଦଳୁଛି । କୌଣସି ସ୍ପଷ୍ଟ ଆଭାସ ଆସୁନାହିଁ । ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ନୂଆ ସରକାର ଅଗ୍ରସର ହେଉଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ଆଭାସ ମିଳିଛି । ଆଉ ଏହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରତ୍ନଭଣ୍ଡାର ଠାରୁ ଅଧିକ ଗୁରୁତ୍ବ ରଖୁଛି ଶ୍ରୀମନ୍ଦିର ସୁରକ୍ଷା । ପାଣି ଗଳୁଥିବା ଅଭିଯୋଗ ଆସୁଛି । ଏହାର ମରାମତି ଲାଗି ରଥଯାତ୍ରା ହିଁ ପ୍ରକୃଷ୍ଟ ସମୟ । ସରକାର ଯେତେବେଳେ ବଦଳିଲା, କମିଟି ମଧ୍ୟ ନୂଆ ସରକାର ବଦଳେଇ ନୂଆ କମିଟି ଗଠନ କରିଛନ୍ତି । କମିଟି ବଦଳିବା ଏକ ଗତାନୁଗତିକ ପ୍ରକ୍ରିୟା । କମିଟି ବଦଳିବାର ଆବଶ୍ୟକତା ଅନୁଭବ କରି ବଦଳେଇଛନ୍ତି । କମିଟି ବଦଳୁ କିନ୍ତୁ ରତ୍ନଭଣ୍ଡାର ଖୋଲି ଯାହା ଆବଶ୍ୟକ ତାହା କରାଯାଉ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.