ETV Bharat / state

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ! ଭିତର ବେଢ଼ାର ଫଟୋ ଭାଇରାଲ - ପୁରୀ ଶ୍ରୀମନ୍ଦିର

Sri Mandir Inside Photo Viral: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ଥରେ ପ୍ରଶ୍ନବାଚୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିତର ବେଢ଼ାର ଫଟୋ । ଅଧିକ ପଢନ୍ତୁ

Sri Mandir Inside Photo Viral
ଭିତର ବେଢ଼ାର ଫଟୋ ଭାଇରାଲ
author img

By ETV Bharat Odisha Team

Published : Feb 8, 2024, 10:13 AM IST

Updated : Feb 8, 2024, 10:27 AM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି । ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ବେଢ଼ା ଫଟୋ । ଏହାକୁ ନେଇ ସେବାୟତ ଓ ଭକ୍ତ ମହଲରେ ନିନ୍ଦା କରାଯାଇଛି । ମନ୍ଦିର ମଧ୍ୟକୁ ଯୁବକ ଜଣକ କିଭଳି ମୋବାଇଲ ନେଲେ ଏବଂ ପୋଲିସ କିଭଳି ଅବଗତ ହୋଇପାରିଲାନି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ପୁଣି ଶ୍ରୀମନ୍ଦିରର ଭିତର ବେଢ଼ା ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଭାଇରାଲ ହୋଇଥିବା ଫଟୋ ସତ୍ୟନାରାୟଣ ମନ୍ଦିର ନିକଟର ବୋଲି ଜଣାପଡିଛି । ଫଟୋରେ ସତ୍ୟନାରାୟଣ ମନ୍ଦିରଠାରୁ ଭିତର ବେଢ଼ା ଏବଂ ବଟବୃକ୍ଷ ସହିତ ଅନ୍ୟ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହେଉଛି । ତେବେ ଏହି ଫଟୋକୁ ଜନି ଦତ୍ତ ନାମକ ଜଣେ ଯୁବକ ନିଜ ଇନ୍‌ଷ୍ଟଗ୍ରାମ୍‌ରେ ପୋଷ୍ଟ କରିଛନ୍ତି । ଏହାକୁ ସେବାୟତ ଓ ଭକ୍ତ ମହଲରେ ନିନ୍ଦା କରାଯାଇଛି । ତୁରନ୍ତ ସଂପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେବାୟତ ଓ ଭକ୍ତମାନେ ଦାବି କରିଛନ୍ତି । ବାରମ୍ବାର ଏଭଳି ଫଟୋ ଭାଇରାଲ୍ ହେବା ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା

ପ୍ରକାଶଥାଉକି, ଶ୍ରୀ ମନ୍ଦିର ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ କ୍ଷେତ୍ରରେ ସ୍ମାର୍ଟ ଫୋନ୍ ପ୍ରବେଶ କ୍ଷେତ୍ରରେ କଟକଣା ଜାରି କରାଯାଇଛି । ଏଥିପାଇଁ ମନ୍ଦିର ବାହାରେ ମୋବାଇଲ ଷ୍ଟାଣ୍ଡ ମଧ୍ୟ କରାଯାଇଛି । ଯିଏ ନିୟମଉଲ୍ଲଂଘନ କରିବ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ୧ହଜାର ଟଙ୍କା ଜରିମାନା ବ୍ୟବସ୍ଥା କରାଯାଇଛି । ମୋବାଇଲ୍ ଯାଞ୍ଚ ପାଇଁ ମାଳ ମାଳ ପୋଲିସ ଶ୍ରୀମନ୍ଦିର ଚାରିଦ୍ଵାରରେ ଥିବା ବେଳେ ମୋବାଇଲ କିଭଳି ଭିତରକୁ ଗଲା ସେ ନେଇ ପ୍ରଶ୍ନ ଉଠିଛି । ଡ୍ୟୁଟିରେ ଥିବା ପୋଲିସମାନେ ସଠିକ୍ ଡ୍ୟୁଟି କରୁନଥିବା ନେଇ ଭକ୍ତମାନେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କରିଥିବା ଯୁବକ କାହା ସହିତ ପ୍ରବେଶ କଲେ ଏବଂ ତାଙ୍କୁ ଜାଞ୍ଚ କରଯାଇଛି କି ନାହିଁ ସିସିଟିଭି ଫୁଟେଜ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ସୂଚନାଥାଉକି, ଶ୍ରୀମନ୍ଦିରର ଭିତର ପାର୍ଶ୍ବର ଫଟୋ ଭାଇରାଲ ହେବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଅନେକ ଥର ଶ୍ରୀମନ୍ଦିର ଭିତର ପାଖର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ଗତ ଡିସେମ୍ବର 31 ତାରିଖରେ ନିର୍ମାଲ୍ୟ ଖଳାର ଭିଡିଓ ଭାଇରାଲ ହୋଇଥିଲା । ଜଣେ ଯୁବତୀ ଶ୍ରୀମନ୍ଦିର ଭିତରେ ଥିବା ନିର୍ମାଲ୍ୟ ଖଳାରେ ଠିଆ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Feb 8, 2024, 10:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.