ETV Bharat / state

ରଥଯାତ୍ରାରେ ଆସିବେ ରାଷ୍ଟ୍ରପତି ପ୍ରସ୍ତୁତ ପୁରୀ ପୋଲିସ ପ୍ରଶାସନ: ଏସପି - Security System for Ratha Yatra

author img

By ETV Bharat Odisha Team

Published : Jun 30, 2024, 10:44 PM IST

Security System for Ratha Yatra: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୂଚନା ଦେଲେ ପୁରୀ ଏସପି । ଅଧିକ ପଢ଼ନ୍ତୁ

Security System for Ratha Yatra
Security System for Ratha Yatra (ETV Bharat Odisha)

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କର ଘୋଷଯାତ୍ରା । ଆସନ୍ତା 7 ଜୁଲାଇରେ ହେବାକୁ ଥିବା ଏହି ଦିବ୍ୟ ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି। ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ସହ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ ପୁରୀ ସହର । ପୁରୀ ପୋଲିସ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି କରାଯାଉଥିବା ବେଳେ ସହରରେ ଟ୍ରାଫିକ ସୁପରିଚାଳନା ପାଇଁ ଜଣେ ଦକ୍ଷ ଏଡିଜି ଦାୟିତ୍ଵ ଭାରରେ ରହିଥିବା ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର । ଏହା ସହିତ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏସପି ରଥଯାତ୍ରା ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ରଥଯାତ୍ରା ଦିନ ନେତ୍ରୋତ୍ସବ, ନବଯୌବନ ଓ ରଥଯାତ୍ରାର ନୀତିକାନ୍ତି ଗୋଟିଏ ଦିନରେ ଥିବାରୁ ଭକ୍ତଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ ରହିବ। ତେବେ ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ ଜିଲ୍ଲା ପ୍ରଶାସନ ସହିତ ଛତିଶା ନିଯୋଗ ଏବଂ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପରାମର୍ଶରେ ସମସ୍ତ ପ୍ରକାରର ବ୍ୟବସ୍ଥା ହେବ ବୋଲି କହିଛନ୍ତି ପୁରୀ ଏସପି । ତେବେ ସମଙ୍ଗ ପାର୍କିଂରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ କରିବା ପାଇଁ ଅସ୍ଥାୟୀ ହେଲିପ୍ୟାଡ ବ୍ୟବସ୍ଥା କରାଯାଇ ହେଲିପ୍ୟାଡ ନିର୍ମାଣ କରାଯାଉଛି । ନବନିର୍ମିତ ଶ୍ରୀସେତୁ ଓ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ଠାରେ ରାଷ୍ଟ୍ରପତି ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ପ୍ରୋଟକଲ୍ ଅନୁଯାୟୀ ସବୁ ବ୍ୟବସ୍ଥା କରାଯାଉଥିବା ପୁରୀ ଏସପି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ପୁରୀରେ ରେଳମନ୍ତ୍ରୀଙ୍କ ସମୀକ୍ଷା; ରଥଯାତ୍ରା ପାଇଁ 315 ସ୍ବତନ୍ତ୍ର ଟ୍ରେନ, ଷ୍ଟେସନରେ 15 ହଜାର ଭକ୍ତଙ୍କ ରହଣି ସୁବିଧା - SPECIAL TRAINS FOR RATH YATRA

ଗତ 2022 ନଭେମ୍ବର 10 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ଶ୍ରୀମନ୍ଦିର ଆସିଥିଲେ । ତେବେ ଆଗାମୀ ରଥଯାତ୍ରାରେ ରାଷ୍ଟ୍ରପତିଙ୍କ ଏହା ଦ୍ଵିତୀୟ ପୁରୀ ଗସ୍ତ ରହିବ । ଏଣୁ ରାଷ୍ଟ୍ରପତିଙ୍କ କାର୍ଯକ୍ରମକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ରହିଛି । ଚଳିତ ବର୍ଷ ରଥଯାତ୍ରା ଏକ ବିରଳ ରଥଯାତ୍ରା ହେବାକୁ ଯାଉଥିବାବେଳେ ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେଉଥିବାରୁ ଏହା ଏକ ଐତିହାସିକ ରଥଯାତ୍ରା ଭାବେ ପରିଗଣିତ ହେବ ବୋଲି ସମସ୍ତଙ୍କର ଆଶା ରହିଛି । ଯାହା ପାଇଁ ଖୋଦ ଆଇନ ମନ୍ତ୍ରୀ ମଧ୍ୟ ପୁରୀ ଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରବା ସହିତ କାର୍ଯ୍ୟ ସମୀକ୍ଷା ମଧ୍ୟ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.