ETV Bharat / state

କେବେ ହେବ ରତ୍ନ ଗଣତି ମଣତି ? ଏମିତି କହିଲେ କମିଟି ଅଧ୍ୟକ୍ଷ - Ratna Bhandar Ornaments Counting

author img

By ETV Bharat Odisha Team

Published : Jul 24, 2024, 7:33 PM IST

Ratna Bhandar Ornaments Counting: ମହାପ୍ରଭୁ ଶ୍ରୀମନ୍ଦିରରେ ନଥିବା ସମୟରେ ଖୋଲାଯାଇଥିଲା ରତ୍ନଭଣ୍ଡାର । ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ସହ ଗଣତି ମଣତି ପ୍ରସଙ୍ଗରେ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ କ'ଣ କହିଛନ୍ତି ଜାଣନ୍ତୁ ।

Ornaments Counting
Ornaments Counting (ETV Bharat Odisha)

ପୁରୀ: ରତ୍ନ ଅଳଙ୍କାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ସେ କହିଛନ୍ତି, "ମହାପ୍ରଭୁଙ୍କ ଆଶୀର୍ବାଦରୁ ଏସବୁ କାର୍ଯ୍ୟ ହୋଇଛି । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରତ୍ନଗଣନା ହେଉଛି ପ୍ରାଥମିକତା । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବା ପରେ ରତ୍ନଗଣତି କାମ କରାଯିବ ।" ଆଜି (ବୁଧବାର) ସୁପ୍ରିମକୋର୍ଟ ଜଷ୍ଟିସ ଏକେ ଗୋଏଲଙ୍କ ସହ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଜଷ୍ଟିସ ବିଶ୍ବନାଥ ରଥ । ମହାପ୍ରଭୁ ଶ୍ରୀମନ୍ଦିରରେ ନଥିବା ସମୟରେ ଖୋଲାଯାଇଥିଲା ରତ୍ନଭଣ୍ଡାର । ଏଥିପାଇଁ ମହାପ୍ରଭୁଙ୍କୁ କ୍ଷମା ମାଗିବା ପାଇଁ ପୁରୀରେ ପହଞ୍ଚିଥିଲେ ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ।

Ornaments Counting (ETV Bharat Odisha)

ଅଳଙ୍କାର ଗଣତି ପାଇଁ SOP: ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ପ୍ରଣାମ କରି କ୍ଷମା ପାର୍ଥନା କରିଥିଲେ । ମହାପ୍ରଭୁ ଯେତେବେଳେ ଶ୍ରୀମନ୍ଦିରରେ ନଥିଲେ ସେହି ସମୟରେ ତାଙ୍କ ରତ୍ନ ଭଣ୍ଡାର ଖୋଲି ଅଳଙ୍କାର ସ୍ଥାନାନ୍ତରଣ କରାଯାଇଥିଲା । ଯାହାକୁ ନେଇ ସେ ନିଜେ ବ୍ୟସ୍ତ ବିବ୍ରତ ଥିଲେ ବୋଲି କହିଥିଲେ । କାରଣ ମହାପ୍ରଭୁଙ୍କ ଅନୁପସ୍ଥିତିରେ ତାଙ୍କ ରତ୍ନ ଅଳଙ୍କାର ଖୋଲାଯାଇଥିଲା । ଗତ ୧୪ ତାରିଖରେ ପ୍ରଥମେ ରତ୍ନଭଣ୍ଡାରକୁ ଯାଇ ଅନୁଧ୍ୟାନ କରିଥିଲେ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଗତ ୧୮ ତାରିଖରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ କରାଯାଇଥିଲା । ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, "ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅଳଙ୍କାର ଗଣତି ପାଇଁ ରାଜ୍ୟ ସରକାର SOP ଦେଇସାରିଛନ୍ତି । ଏହା ଗୁପ୍ତ ହୋଇ ଥିବରୁ ସାର୍ବଜନୀନ କରାଯାଇପାରିବ ନାହିଁ।"

ଏହା ବି ପଢନ୍ତୁ...ଜଗନ୍ନାଥ ସେନାକୁ ଘାରିଲା ରତ୍ନ ଲୁଟ ହେବା ଭୟ, ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟି କଲା ଏମିତି ଦାବି - RATNA BHANDAR ORNAMENTS COUNTING

ରତ୍ନଭଣ୍ଡାର ମରାମତି କରିବ ASI:

ସେ ଆହୁରି କହିଛନ୍ତି, "ASI କିଭଳି ସୁରକ୍ଷିତ ଭାବେ ରତ୍ନଭଣ୍ଡାର ମରାମତି କରିବ ସେନେଇ ଆଲୋଚନା ଚାଲିଛି । ଆଧୁନିକ ଯନ୍ତ୍ରପାତି ମରାମତିରେ ବ୍ୟବହାର ହେଲେ ଶ୍ରୀମନ୍ଦିର ମୌଳିକ ଢାଞ୍ଚାରେ ବିପଦ ସୃଷ୍ଟି ହୋଇପାରେ । ଜଗନ୍ନାଥ ମନ୍ଦିର ବହୁ ପୁରାତନ ମନ୍ଦିର ହୋଇଥିବାରୁ ଏହାର ସୁରକ୍ଷା ପ୍ରାଥମିକତା ରହିଛି । ତେବେ ASI ଶ୍ରୀମନ୍ଦିରର ଅନେକ ମରାମତି କାର୍ଯ୍ୟ ସାରିଛି । କେବଳ ରତ୍ନ ଭଣ୍ଡାର ମରାମତି ବାକି ରହିଛି । ଆଗାମୀ 100 ବର୍ଷକୁ ଦୃଷ୍ଟିରେ ରଖାଯାଇ ମରାମତି କାର୍ଯ୍ୟ କରାଯିବ । ତେବେ ରତ୍ନ ଭଣ୍ଡାରରେ ସୁଡ଼ଙ୍ଗ ଥିବା ଆଜି ଯାଏ କୌଣସି ତଥ୍ୟ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ । ରତ୍ନଭଣ୍ଡାର ମରାମତି ପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କରାଯିବ ।"

କେବେ ଖୋଲିଥିଲା ରତ୍ନଭଣ୍ଡାର?

ଜୁଲାଇ ୧୪ ତାରିଖରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବାଧୀନ 11ଜଣିଆ ଉଚ୍ଚସ୍ତରୀୟ କମିଟି ତତ୍ତ୍ବାବଧାନରେ ଦୀର୍ଘ 46 ବର୍ଷ ପରେ ‘ରତ୍ନଭଣ୍ଡାର’ ଖୋଲାଯାଇଛି । ବାହାର ଭଣ୍ଡାରରୁ ରତ୍ନ ଅଳଙ୍କାର ବାହାର କରାଯାଇ ଶ୍ରୀମନ୍ଦିର ଭିତର ବେଢାରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯିବା ପରେ ଏହାକୁ ପୁନଃ ସିଲ୍‌ କରାଯାଇଛି ।

କେଉଁଠି ଅଛି ରତ୍ନ ଅଳଙ୍କାର ?

ଜୁଲାଇ ୧୮ରେ ଆଉ ଥରେ ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଶୁଭବେଳା ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଭିତର ଭଣ୍ଡାର ଖୋଲାଯାଇଥିଲା । ଏହା ପରେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ନୂଆ ସିନ୍ଦୁକରେ ରହିଛି ଅଳଙ୍କାର । ଭିତର ରତ୍ନ ଭଣ୍ଡାରର ଅଳଙ୍କାରକୁ ଶ୍ରୀମନ୍ଦିର ଭିତରେ ଖଟଶେଯ ଗୃହରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.