ETV Bharat / state

ରତ୍ନଭଣ୍ଡାର ପାଇଁ ନୂଆ SOP; କିଏ ଯିବେ ଭିତରକୁ ? ଉପସ୍ଥିତ ରହିବେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ! - Ratna Bhandar Reopening

author img

By ETV Bharat Odisha Team

Published : Jul 12, 2024, 2:22 PM IST

SOP for Ratna Bhandar: ଆସନ୍ତା ୧୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ସେନେଇ ଆଜିକାଲି ମଧ୍ୟରେ ଏସଓପି ସ୍ପଷ୍ଟ ହେବ । ଅଧିକ ପଢନ୍ତୁ

ରତ୍ନଭଣ୍ଡାର ପାଇଁ ନୂଆ SOP; କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ?
ରତ୍ନଭଣ୍ଡାର ପାଇଁ ନୂଆ SOP; କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ? (ETV Bharat Odisha)

ଭୁବନେଶ୍ବର: ବହୁଚର୍ଚ୍ଚିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆସନ୍ତା ୧୪ ତାରିଖରେ ଖୋଲିବା ପ୍ରାୟତଃ ସ୍ପଷ୍ଟ ହୋଇଛି । ଏହାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ବଢିବାରେ ଲାଗିଛି ଉତ୍କଣ୍ଠା । ସମସ୍ତଙ୍କ ଅପେକ୍ଷା ସେହି ବହୁପ୍ରତୀକ୍ଷିତ ମୁହୂର୍ତ୍ତକୁ । ତେବେ କେମିତି ଖୋଲିବ ରତ୍ନଭଣ୍ଡାର ? କ'ଣ ସବୁ ବ୍ୟବସ୍ଥା ହେବ ? କିଏ କିଏ ପ୍ରବେଶ କରିବେ ଭିତର ରତ୍ନଭଣ୍ଡାରରେ, ଏସବୁ ବିଷୟ ଆସନ୍ତାକାଲି ସୁଦ୍ଧା ଜଣାପଡିବ । ଆଜି କିମ୍ବା ଆସନ୍ତାକାଲି ମଧ୍ୟରେ ରତ୍ନଭଣ୍ଡାର ଏସଓପି ସ୍ପଷ୍ଟ ହେବ । ଏବେ ଏହାର ଆଇନଗତ ଓ ବିଭିନ୍ନ ଦିଗଗୁଡିକର ତର୍ଜନା କରାଯାଉଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ରତ୍ନଭଣ୍ଡାର ପାଇଁ ନୂଆ SOP (ETV BHARAT ODISHA)

ରତ୍ନଭଣ୍ଡାରକୁ ନେଇ ବହୁ କାହାଣୀ, କିମ୍ବଦନ୍ତୀ ଓ ଲୋକଶ୍ରୁତି ରହିଛି । ରତ୍ନଭଣ୍ଡାରେ ଭିତରେ ବିଷଧର ସାପ ଅଛି ଏବଂ ସାପ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାରର ସୁରକ୍ଷା କରୁଛି ବୋଲି ଶୁଣିବାକୁ ମିଳେ । ୧୯୭୮ରେ ଶେଷ ଥର ପାଇଁ ଖୋଲିଥିଲା ରତ୍ନଭଣ୍ଡାର । ଦୀର୍ଘ ୪୬ ବର୍ଷ ପରେ ଆଉ ରତ୍ନଭଣ୍ଡାର ଖୋଲିବାକୁ ଯାଉଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ତେବେ ଯାହା ଚର୍ଚ୍ଚା ହେଉଛି, ସାପ ଭୟ ଥିବାରୁ ରତ୍ନଭଣ୍ଡାର ଖୋଲାଯିବା ବେଳେ ସ୍ନେକ ହେଲ୍ପଲାଇନ ଓ ଡାକ୍ତର ଉପସ୍ଥିତ ରହିବେ । ଏଥିସହ ଭିତରେ ପ୍ରବେଶ କରିବାକୁ ଥିବା ଅଧିକାରୀ ଏବଂ ସେବାୟତମାନେ ଧୋତି ଗାମୁଛି ପିନ୍ଧି ଭିତରକୁ ଯିବେ ।

ଏହା ପୂର୍ବରୁ ୨୦୧୮ରେ ତତ୍କାଳୀନ ବିଜେଡି ସରକାର ସମୟରେ ରତ୍ନଭଣ୍ଡାର ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପ୍ରତ୍ନତତ୍ତ୍ବ ବିଭାଗ, କୋର କମିଟି ସଦସ୍ୟ ଓ ସେବାୟତ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ । ସେମାନେ ଧୋତି ଓ ଗାମୁଛା ବ୍ୟତୀତ ଦେହରେ କୌଣସି ଅଳଙ୍କାର କିମ୍ବା ପ୍ରସାଧନ ସାମଗ୍ରୀ ପିନ୍ଧିପାରିବେ ନାହିଁ । କେବଳ ଚଷମା ବ୍ୟବହାରକୁ ଅନୁମତି ଦିଆଯିବ । ଏଥିସହ ଖଣି ଅଞ୍ଚଳରେ ବ୍ୟବହାର ହେଉଥିବା ଏଲଇଡି ଲାଇଟ୍ ମୁଣ୍ଡରେ ଲଗାଇବାକୁ ବ୍ୟବସ୍ଥା କରାଯିବ । ଏହି ସମୟରେ ବାହାରେ ଆମ୍ବୁଲାନ୍ସ, ଡାକ୍ତର ଓ ସ୍ନେକ ହେଲ୍ପଲାଇନ ତୟାର ରଖାଯିବ ଇତ୍ୟାଦି ନାନା ବ୍ୟବସ୍ଥା କରାଯାଇଥିଲା । ହେଲେ ଜିଲ୍ଲାପାଳ ଟ୍ରେଜେରରୁ ଆସିଥିବା ଚାବିରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରିନଥିଲା । ତେବେ ଏଥର ମଧ୍ୟ ସରକାର ସେହିସବୁ ବ୍ୟବସ୍ଥା ଗ୍ରହଣ କରିବେ ବୋଲି କୁହାଯାଇଛି । ତେବେ ଏନେଇ ଏସଓପି ଆସିବା ପରେ ସବୁକିଛି ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ: ଖୋଲିବ ରତ୍ନଭଣ୍ଡାର: ଯାଞ୍ଚ କମିଟିର ସୁପାରିଶରେ ବାଜିଲା ମୋହର, ସମ୍ପତ୍ତିର ପୂର୍ବ ତାଲିକା ମାଗିଲା କଂଗ୍ରେସ - Ratna Bhandar To Reopen

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.