ETV Bharat / state

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ଆଲୋଚନା ହେଲାନି ରତ୍ନ ଭଣ୍ଡାର ପ୍ରସଙ୍ଗ - RATHA YATRA 2024 Schedule

author img

By ETV Bharat Odisha Team

Published : Jun 25, 2024, 8:24 PM IST

Puri Ratha Yatra 2024 Schedule Approved: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଚୂଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ହେଲା ଅନୁମୋଦନ । ରତ୍ନ ଭଣ୍ଡାର ପ୍ରସଙ୍ଗ ଆଲୋଚନା ନହେବାରୁ ଅସନ୍ତୋଷ ପ୍ରକାଶ କଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ (ETV Bharat Odisha)

ପୁରୀ: ବଡ଼ଦାଣ୍ଡସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ରଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ସୋମବାର ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ରଥଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଚୂଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଆଜି ମୋହର ମାରିଛି ପରିଚାଳନା କମିଟି ।

ଚଳିତ ବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ୧୯୭୧ ମସିହାରେ ଅନୁଷ୍ଠିତ ହୋଇଥିବା ନୀତିକାନ୍ତି ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରା ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ପୁରୁଣା ରେକର୍ଡ ଗୁଡ଼ିକ ସବୁ ଡିଜିଟାଇଜେସନ୍‌ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ । ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାବେଳେ ଏହାର ପୂର୍ବଦିନ ଜୁଲାଇ ୬ରେ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ । ଏହାପରେ ତିନି ରଥକୁ ଟଣାଯାଇ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ । ତେବେ ଚୂଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ୬ ତାରିଖରେ ମହାପ୍ରଭୁଙ୍କ ୭ଟାରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ନୀତି ବଢ଼ିବା ପରେ ୮ଟା ୪୫ରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବ । ଜୁଲାଇ ୭ରେ ରାତ୍ର ୨ଟାରେ ମଙ୍ଗଳ ଆଳତୀ, ୭ଟା ୩୦ରୁ ୧୨ଟା ୩୦ ମଧ୍ୟରେ ସେନାପଟା ଲାଗି, ପୂର୍ବାହ୍ନ ୧୧ଟାରେ ରଥ ପ୍ରତିଷ୍ଠା, ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ପହଣ୍ଡି ଶେଷ ହେବ । ଅପରାହ୍ନ ୪ଟାରେ ଗଜପତି ମହାରାଜାଙ୍କ ଦ୍ବାରା ଛେରା ପହଁରା ନୀତି ପରେ ୫ଟାରେ ରଥଟଣା ଆରମ୍ଭ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ଚୂଡ଼ାନ୍ତ ହେଲା ରଥଯାତ୍ରା ନୀତି ନିର୍ଘଣ୍ଟ - Ratha Yatra 2024 Schedule

ରଥଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କିଭଳି ସୂଚାରୁରୂପେ ହୋଇପାରିବ, ସେନେଇ ବୈଠକରେ ବିଶେଷ ଗୁରୁତ୍ବ ଦିଆଯାଇଛି । ତେବେ ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ପାଇଁ ଅନେକ ଗୁଡ଼ିଏ ନୀତିକାନ୍ତି ଥିବାରୁ ଭକ୍ତମାନେ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ । ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ଅନ୍ୟପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ପରିଚାଳନା କମିଟି ବୈଠକରେ କୌଣସି ଆଲୋଚନା ହୋଇନଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କ କହିବାନୁଯାୟୀ ୨୦୧୮ ମସିହାରୁ ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଥିବାନେଇ ବାରମ୍ବାର ଏଏସ୍‌ଆଇ ଚିଠି ଲେଖି ଆସୁଛି । ଏନେଇ କ'ଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପରିଚାଳନା କମିଟି ପଦକ୍ଷେପ ନେଉନାହିଁ ତା'କୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି । ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି ପାଇଁ କ'ଣ ପଦକ୍ଷେପ ନିଆଯିବ, ତାହା ପରବର୍ତ୍ତୀ କଥା । କିନ୍ତୁ ପ୍ରଥମେ ରତ୍ନଭଣ୍ଡାରର ମନ୍ଦିରକୁ ସୁରକ୍ଷା ଦିଆଯିବା ସହ ଏହାର ମରାମତି ନିହାତି ଆବଶ୍ୟକ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.