ETV Bharat / state

ଅଣସର ଘରେ ମହାପ୍ରଭୁ, ସୁସ୍ଥତା ପାଇଁ ଆଜିଠୁ ଓଷଲାଗି - Osalagi rituals of Lord Jagannth

author img

By ETV Bharat Odisha Team

Published : Jun 28, 2024, 11:38 AM IST

Lord Jagannath Osalagi Niti: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ଅଛନ୍ତି ଦାରୁ ଦିଅଁ । ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ପରେ ଆଜିଠୁ ଓଷଲାଗି ନୀତି ଆରମ୍ଭ ହେବାକୁ ଯାଉଛି ।ଅଧିକ ପଢନ୍ତୁ

Lord Jagannath Osalagi Niti
Lord Jagannath Osalagi Niti (ETV Bharat Odisha)

ପୁରୀ: ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ମହାପ୍ରଭୁ । ସୁସ୍ଥ ହେବା ପାଇଁ ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଚାଲିଛି ନୀତିକାନ୍ତି । ମହାପ୍ରଭୁ ସୁସ୍ଥତା ପାଇଁ ଆଜି (ଶୁକ୍ରବାର)ଠୁ ଓଷଲାଗି ନୀତି । ଆଜି ମଧ୍ୟାହ୍ନ ଧୂପ ପରେ ଝୁଣା, ତେଲ ଓ ବିଭିନ୍ନ ଚେରମୂଳିରେ ପ୍ରସ୍ତୁତ ଔଷଧକୁ ଶ୍ରୀଅଙ୍ଗରେ ଲଗାଯିବ । କାଲି ପଞ୍ଚମୀ ତିଥି ଅବସରରେ ଲାଗି ହୋଇଥିଲା ଫୁଲୁରୀ ତେଲ ।

୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ଅଛନ୍ତି ଦାରୁ ଦିଅଁ । ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରଖିଛନ୍ତି ଦଇତାପତି ସେବକମାନେ । ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଥିଲା । ଯାହାପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଆଜିଠୁ(ଶୁକ୍ରବାର) ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ ।

ଆଜି ମଧ୍ୟାହ୍ନ ଧୂପ ପରେ ଶୁଦ୍ଧଶୁଆରମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେରମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଅଙ୍ଗରେ ଲଗାଇବେ । ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ । ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ । ଫଳରେ କିଛି ମାତ୍ରାରେ ଶ୍ରୀଜିଉ ଜ୍ୱରରୁ ଉପଶମ ପାଇବେ। ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ ।

ଏହାମଧ୍ଯ ପଢନ୍ତୁ.. ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ; ଆଜି ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ - Phuluri Oil Treatment

ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କର ଏବେ ଅଣସର ଘରେ ଚାଲିଛି ଅସୁସ୍ଥତାର ଉପଚାର। ଗତକାଲି ଅଣସର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହୋଇଛି ଫୁଲୁରୀ ତେଲ । ଏହି ଫୁଲୁରୀ ତେଲକୁ ପରମ୍ପରା ଅନୁସାରେ ବହୁବର୍ଷ ଧରି ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଆସୁଅଛି । ଘଣାପେଡ଼ା ରାଶି ତେଲରେ ବେଣଚେର, ମାଳତି, କିଆ, କେତକୀ, ବଉଳଫୁଲ ଭଳି ସ୍ୱତନ୍ତ୍ର ସୁବାସିତ ଫୁଲ ଓ ୮ ପ୍ରକାର ଚେରମୂଳି ପକାଯାଇ ଏହି ତେଲ ପ୍ରସ୍ତୁତ କରାଯାଇଥାଏ । ଅଣସର ପଞ୍ଚମୀ ତିଥିରେ ଏହାକୁ ମଠ ପକ୍ଷରୁ ଶ୍ରୀମନ୍ଦିର ନିଆଯିବା ପରେ ଦଇତାପତିମାନେ ଏହାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ବିଶ୍ୱାସ ରହିଛି ଏହି ତେଲ ଲାଗିପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଥାନ୍ତି ।

ଇଟିିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.