ETV Bharat / state

ଅଣସର ନୀତିର ଏକାଦଶୀ ତିଥି: ଜଗନ୍ନାଥ ଜ୍ବରରେ ପିଡିତ, ଲାଗି ହେବ ଦଶମୂଳ ମୋଦକ, ମାଧବ ମାମୁଁ ଘରୁ ଆସିଲା ପଥି - Lord Jagannath anasara rituals

Lord Jagannath anasara rituals: ଅସୁସ୍ଥ ମହାବାହୁଙ୍କ ଚାଲିଛି ଅଣସର ନୀତି । ଆଜି ଏକାଦଶୀ ତିଥିରେ ଲାଗି ହେବ ଦଶମୂଳ ମୋଦକ । ସେପଟେ ନିଆଳି ମାମୁଁଘରୁ ଆସିଲା ଅଣସର ଭାର । ପ୍ରସ୍ତୁତ ହେବ ପଥି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 2, 2024, 11:31 AM IST

Lord Jagannath anasara rituals
Lord Jagannath anasara rituals (ETV Bharat Odisha)

ପୁରୀ/ନିଆଳି: ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ମହାବାହୁ । ଆଜି(ମଙ୍ଗଳବାର) ଅଣସର ଏକାଦଶୀରେ ଦଶମୂଳ ମୋଦକ ସେବନ କରି ସୁସ୍ଥ ହେବେ ଶ୍ରୀଜିଉ । ଏକାଦଶୀ ତିଥିରେ ଜ୍ବରରେ ଆକ୍ରାନ୍ତ ଶ୍ରୀଜିଉମାନଙ୍କୁ ଲାଗି ହେବ ଦଶମୂଳ ମୋଦକ । ଗତକାଲି(ସୋମବାର) ରାଜବୈଦ୍ୟ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରି ଶ୍ରୀମନ୍ଦିରରେ ଦେଇଥିଲେ । ଏହି ଆୟୁର୍ବେଦ ଦଶମୂଳ ମୋଦକ ମହାପ୍ରଭୁ ସେବନ କରି ସୁସ୍ଥ ହେବେ । ସେପଟେ ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କଠାରେ ଲାଗି ହେବ ରଙ୍ଗବେରଙ୍ଗର ପୁଷ୍ପ ଓ ତୁଳସୀ ।

କିପରି ପ୍ରସ୍ତୁତ ହୁଏ ଦଳମୂଳ ମୋଦକ: ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଥାଏ ଏହି ଦଶମୂଳ ମୋଦକ । ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୁର୍ବେଦ ଚେରମୂଳରେ ଏହା ପ୍ରସ୍ତୁତ ହୋଇଥାଏ । ଏହାକୁ ସେବନ କରିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି । ଏହାକୁ ପ୍ରସ୍ତୁତ କରି ଅଣସର ଦଶମୀ ତିଥିରେ ଶ୍ରୀମନ୍ଦିରରେ ଦେଇଥାନ୍ତି ରାଜବୈଦ ।

ଅନ୍ୟପଟେ ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କଠାରେ ଲାଗି ହେବ ରଙ୍ଗବେରଙ୍ଗର ପୁଷ୍ପ ଓ ତୁଳସୀ । ଶ୍ରୀମନ୍ଦିରରେ ବାଜିବ ଘଣ୍ଟ ଘଣ୍ଟାର ଶବ୍ଦ । ସନ୍ଧ୍ୟାଧୂପ ପରେ ଆରମ୍ଭ ହେବ ଏହି ନୀତି । ସୁଦ୍ଧସୂଆର ମାନେ ଖଳି ପ୍ରସ୍ତୁତ କରି ମନ୍ଦିରକୁ ଦେବା ପରେ ଦଇତାପତିଙ୍କ ଦ୍ୱାରା ମଧ୍ୟାହ୍ନ ଧୂପ ହେବ । ଏହାପରେ ଲାଗି କରାଯାଇ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି କରାଯିବ । ଆସନ୍ତାକାଲି (ବୁଧବାର) ଅଣସର ଦ୍ୱାଦଶୀ ତିଥିରେ ସକାଳଧୂପ ପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ଯିବେ ଦଇତାପତି ସେବାୟତମାନେ । ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି ନିମନ୍ତେ ଗଜପତିଙ୍କୁ ବାର୍ତ୍ତା ଦେବେ ।

ଏହାମଧ୍ୟ ପଢନ୍ତୁ.. ଆଜି ଚକାନୟନଙ୍କ ଚକାବିଜେ ନୀତି; ଶ୍ରୀମନ୍ଦିରକୁ ଦଶମୂଳ ମୋଦକ ପ୍ରେରଣ କଲେ ରାଜବୈଦ୍ୟ - Raja Baidya prepare Dasamula Modaka

ଅନ୍ୟପଟେ ଜ୍ୱରରେ ପୀଡିତ ଜଗନ୍ନାଥଙ୍କ ପାଇଁ ମାମୁଁ ଘର ନିଆଳିରୁ ଶ୍ରୀମନ୍ଦିର ଆସିଲା ଅଣସର ଭାର । ମହାବାହୁ ସୁସ୍ଥ ହେବା ପାଇଁ ଔଷଧ ସହିତ ପଥି ସେବନ କରିଥାନ୍ତି ।‌ ସେହି ପଥି ପାଇଁ ଶ୍ରୀଜିଉଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ବ୍ଳକର ମାଧବାନନ୍ଦଜୀୟୁଙ୍କ ପୀଠରୁ ଅଣସରର ଭାର ଯାଇଛି ।‌ ଏକାଦଶୀରେ ଫଳ ଭୋଗ ହୋଇଥାଏ ।‌ ଏହି ତିଥିରେ ମାଧବାନନ୍ଦଜୀୟୁଙ୍କ ମନ୍ଦିର ଟ୍ରଷ୍ଟ ଓ ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ ରାଜ୍ଯ ବାହାରୁ ଏବଂ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ଫଳମୂଳ ସଂଗ୍ରହ କରାଯାଇ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ପଠାଯାଇଛି ।

ସେଓ, କମଳା, ଡାଳିମ୍ବ, ଅଙ୍ଗୁର, ବିଭିନ୍ନ ରକମର ଆମ୍ବ, ପଣସ, ନଡିଆ, କଦଳୀ ଇତ୍ୟାଦି ସାଙ୍ଗକୁ ଫୁଲ, କର୍ପୁର ମଧ୍ୟ ଅଣସର ଭାରରେ ପ୍ରେରଣ କରାଯାଇଛି ବୋଲି ମାଧବାନନ୍ଦଜୀୟୁଙ୍କ ମନ୍ଦିର ପୂଜକ କହିଛନ୍ତି । ଆଜି ସକାଳୁ ସକାଳୁ ମନ୍ଦିର ପରିସରରେ ଏକ ବଢାର୍ଣ୍ଣ ଏବଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଝାଞ୍ଜ, ଖୋଳ ଓ ମୃଦଙ୍ଗ ବଜାଇ ଅଣସର ଭାର ପୁରି ଅଭିମୁଖେ ଯାତ୍ରା କରିଛି । ଏହାକୁ ସେବନ କରି ଭଣଜା ଭାଣିଜୀ ସୁସ୍ଥ ହେବେ ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି ।‌

ଇଟିଭି ଭାରତ, ପୁରୀ/ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.