ETV Bharat / state

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ରଥଯାତ୍ରାକୁ ରେଳପଥରେ ଆସୁଛନ୍ତି କି ? ମାନି ନିଅନ୍ତୁ ପୂର୍ବତଟ ରେଳପଥ ଏସବୁ ପରାମର୍ଶ - East Coast Railway - EAST COAST RAILWAY

Puri Ratha Yatra 2024: ରଥଯାତ୍ରାରେ ଟ୍ରେନମାନଙ୍କରେ ମାତ୍ରାଧିକ ଭିଡ଼ ଏବଂ ଜନସମାବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେଇଛି । ଅଧିକ ପଢ଼ନ୍ତୁ

East Coast Railway
East Coast Railway (ETV Bharat Odisha)
author img

By ETV Bharat Odisha Team

Published : Jul 6, 2024, 10:09 PM IST

ଭୁବନେଶ୍ବର: ରାତି ପାହିଲେ ରଥଯାତ୍ରା । ରଥଯାତ୍ରା ସମୟରେ ଟ୍ରେନମାନଙ୍କରେ ମାତ୍ରାଧିକ ଭିଡ଼ ଦେଖିବାକୁ ମିଳିଥାଏ । ପୁରୀ ଷ୍ଟେସନ ଠାରେ ବିପୁଳ ଜନସମାବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ତୀର୍ଥଯାତ୍ରୀ, ଭକ୍ତମାନଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେଇ ସୁବିଧାଜନକ ଯାତ୍ରା ପ୍ରତି ଧ୍ୟାନ ଦେଇଛି । ଏହି ମହୋତ୍ସବ ସମୟରେ ଯାତ୍ରୀମାନଙ୍କ ଯାତାୟାତରେ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ପୂର୍ବତଟ ରେଳପଥ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିଛି । ଯାହା ଅତ୍ୟଧିକ ଜନଗହଳିପୂର୍ଣ୍ଣ ଟ୍ରେନରେ ଯାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସହାୟକ ହେବ ।

East Coast Railway
East Coast Railway (East Coast Railway)

ପୂର୍ବତଟ ରେଳପଥ ପକ୍ଷରୁ ଅନୁରୋଧ: ତୀର୍ଥଯାତ୍ରୀ ଏବଂ ଯାତ୍ରୀମାନଙ୍କୁ ଫୁଟବୋର୍ଡ, ବଫର୍ କିମ୍ବା ଟ୍ରେନ୍ କମ୍ପାର୍ଟମେଣ୍ଟର ଛାତ ଉପରେ ଯାତ୍ରା କରିବା ଭଳି ବିପଦପୂର୍ଣ୍ଣ ଆଚରଣରୁ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି । ଯାତ୍ରୀମାନଙ୍କ ସୁରକ୍ଷା ହେଉଛି ରେଳବାଇର ସର୍ବୋଚ୍ଚ ପ୍ରାଥମିକତା । ପୂର୍ବତଟ ରେଳପଥ ତୀର୍ଥଯାତ୍ରୀ ଏବଂ ଭକ୍ତମାନଙ୍କୁ ମଧ୍ୟ କୌଣସି ଜ୍ୱଳନ୍ତ ଜିନିଷ ନ ନେବାକୁ, ଅପରିଚିତ ବ୍ୟକ୍ତିଙ୍କ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ନ କରିବା ଏବଂ ଅପ୍ରତ୍ୟାଶିତ ବ୍ୟାଗ କିମ୍ବା ସନ୍ଦେହଜନକ ଜିନିଷ ନ ଛୁଇଁବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଯାତ୍ରୀମାନଙ୍କୁ ସଚେତନ କରିବା ବ୍ୟତୀତ, ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ଏବଂ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀଙ୍କୁ ନିୟୋଜନ କରି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ନିରନ୍ତର ଯାତାୟାତ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସଜାଗ ରହିବା, ସମସ୍ତ ଯାତ୍ରୀ, ବିଶେଷକରି ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ସୁରକ୍ଷା ତଥା ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆରପିଏଫ୍ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

East Coast Railway
East Coast Railway (East Coast Railway)
ଭିଡ଼ ଏଡ଼ାଇବା ପାଇଁ ସ୍ବତନ୍ତ୍ର ଟ୍ରେନ:ରଥଯାତ୍ରା ସମୟରେ ଯାତ୍ରୀଙ୍କ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ 315ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ସହିତ ପଶ୍ଚିମବଙ୍ଗ, ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରିଛି । ଏହି ଅତିରିକ୍ତ ଟ୍ରେନ ଗୁଡିକ ଗୁଣ୍ଡିଚା ଯାତ୍ରା, ସାନ୍ଧ୍ୟ ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ ଏବଂ ଅଧରପଣା ଦିବସରେ ଯୋଗଦେଉଥିବା ତୀର୍ଥଯାତ୍ରୀଙ୍କ ଯାତ୍ରା ସୁବିଧା ପ୍ରତି ଧ୍ୟାନ ଦିଆଯାଇ ଚଳାଚଳ କରାଯାଉଅଛି । ଏହା ମଧ୍ୟ ପଢ଼ନ୍ତୁ...ଶରଧାବାଲିରେ ଝାଡୁ ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଲେ ସ୍ୱଚ୍ଛତା ବାର୍ତ୍ତା - CM Mohan Sweeps Bada Danda

ଯାତ୍ରୀଙ୍କ ପାଇଁ ସୁବିଧା:
ଯାତ୍ରୀଙ୍କ ଯାତ୍ରା ସୁବିଧା ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନରେ ଅତିରିକ୍ତ ଟିକେଟ୍ କାଉଣ୍ଟର, ଅନୁସନ୍ଧାନ କାଉଣ୍ଟର ଏବଂ ସୂଚନା କେନ୍ଦ୍ର ଯୋଗାଇ ଦେଇଛି । ସମସ୍ତ ଯାତ୍ରୀଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ କ୍ୟାଟରିଂ ସେବା, ପରିମଳ ସୁବିଧା, ଚିକିତ୍ସା ସହାୟତା ବୁଥ ଏବଂ ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ସୁବିଧା ବ୍ୟବସ୍ଥା କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.