ETV Bharat / state

ସୁବ୍ୟବସ୍ଥିତ ରଥାଯାତ୍ରା ଉପରେ ଫୋକସ, ପୁରୀର ବିଭିନ୍ନ ସ୍ଥାନରେ ହେବ ଅସ୍ଥାୟୀ ସୂଚନା କେନ୍ଦ୍ର - RATH YATRA 2024

author img

By ETV Bharat Odisha Team

Published : Jun 20, 2024, 11:23 AM IST

Puri Rath Yatra 2024: ପୁରୀର ବିଭିନ୍ନ ସ୍ଥାନରେ ହେବ ଅସ୍ଥାୟୀ ସୂଚନା କେନ୍ଦ୍ର । ଲୋକସମ୍ପର୍କ ବିଭାଗ କଲା ସମୀକ୍ଷା ବୈଠକ । ଜାଣନ୍ତୁ ପୁରୀର କେଉଁଠି ଖୋଲିବ ସୂଚନା କେନ୍ଦ୍ର । ଅଧିକ ପଢନ୍ତୁ

ସୁବ୍ୟବସ୍ଥିତ ରଥାଯାତ୍ରା ଉପରେ ଫୋକସ, ପୁରୀର ବିଭିନ୍ନ ସ୍ଥାନରେ ହେବ ଅସ୍ଥାୟୀ ସୂଚନା କେନ୍ଦ୍ର
ସୁବ୍ୟବସ୍ଥିତ ରଥାଯାତ୍ରା ଉପରେ ଫୋକସ, ପୁରୀର ବିଭିନ୍ନ ସ୍ଥାନରେ ହେବ ଅସ୍ଥାୟୀ ସୂଚନା କେନ୍ଦ୍ର (ETV Bharat Odisha)

ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଥିବା ବେଳେ ଆସନ୍ତାମାସ 7 ତାରିଖରେ ହେବାକୁ ଯାଉଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିସାଲେଣି । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିଭିନ୍ନ ବିଭାଗଗୁଡିକ ଏଥିପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ହେବାକୁ ଥିବା ଏହି ମହାପର୍ବରେ ସୂଚନା ଓ ଲୋକସମ୍ପର୍କ ବିଭାଗର ମଧ୍ୟ ଗୁରୁ ଦାୟିତ୍ବ ରହିଛି । ଏହି ଦାୟିତ୍ବକୁ ସୁବ୍ୟବସ୍ଥିତ ଓ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗତକାଲି ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ପ୍ରସ୍ତୁତି ବୈଠକ । ବୈଠକରେ ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି । ପ୍ରାରମ୍ଭରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଗତବର୍ଷ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଚଳିତବର୍ଷର ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଚଳିତବର୍ଷ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ କରାଯିବ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସଂଖ୍ୟା ବଢାଇବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସହରର ପ୍ରମୁଖ ସ୍ଥାନ ସିଂହଦ୍ୱାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତିପାଟପୁର, ସୁଭାଷ ବୋଷ ଛକ, ପାନ୍ଥଭବନ, ତାଳବଣିଆ, ସମଙ୍ଗ ପାର୍କିଂ ସ୍ଥଳ, ଶ୍ରୀଦାଣ୍ଡ ଏବଂ ରେଳଷ୍ଟେସନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରଥଯାତ୍ରାର ସିଧାପ୍ରସାରଣ, ଲାଇଭ କମନ ଫିଡ, ରଥଯାତ୍ରା ଦିନ ସିଂହଦ୍ୱାରରେ ବିଶିଷ୍ଟ ଅତିଥିମାନଙ୍କ ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପୁରୀର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହଯୋଗରେ ଅସ୍ଥାୟୀ ସୂଚନା କେନ୍ଦ୍ରଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଏହା ସହ ପ୍ରତ୍ୟହ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଭଜନ ପରିବେଷଣ କରାଯିବ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ରଥଯାତ୍ରା ବିଶେଷାଙ୍କ ତଥା ଜଗନ୍ନାଥ ଜଣାଣ ପ୍ରକାଶନ କରାଯାଇ ବିକ୍ରୟ କରାଯିବ । ଟେଲିଭିଜନ ଓ ଫଟୋ କଭରେଜ, ରେଡ଼ିଓ ଜିଙ୍ଗଲ ଏବଂ ବିଜ୍ଞାପନ ପ୍ରସାରଣ ବ୍ୟବସ୍ଥା ସହ କଟକରୁ ପୁରୀ ଜାତୀୟ ରାଜପଥରେ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ହୋର୍ଡିଂ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ବ୍ୟବସ୍ଥା କରାଯିବ । ଖବରକାଗଜରେ ବିଜ୍ଞାପନ ଏବଂ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ତାମିଲନାଡୁ ମଦମୃତ୍ୟୁ ଘଟଣା, ମୃତକଙ୍କ ସଂଖ୍ୟା 33କୁ ବୃଦ୍ଧି; 88ଜଣଙ୍କ ଚିକିତ୍ସା ଜାରି - Tamil Nadu Hooch Tragedy

ରଥଯାତ୍ରା ଅବସରରେ ପୁରୀ ପଲ୍ଲିଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଗନ୍ନାଥ ସଂସ୍କୃତି ଏବଂ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଧାରିତ ଯେଉଁ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥାଏ । ତାହାକୁ ଆହୁରି ଆକର୍ଷଣୀୟ କରିବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଓଡ଼ିଶାର ୩୦ଟି ଜିଲ୍ଲାରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ସ୍ଥାନଗୁଡ଼ିକରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ବିକ୍ରୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଶୃଙ୍ଖଳିତ ଢଙ୍ଗରେ କାର୍ଯ୍ୟ ସମ୍ପାଦନ ସହ ସଫଳ କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ବୈଠକରେ ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି, ଗୁରବୀର ସିଂହ, ବିଶ୍ୱଜିତ ଦାଶ, କ୍ଷେତ୍ର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ପୁରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.