ETV Bharat / state

ସରିଲା ଲୀଳାଖେଳ; ନୀଳକନ୍ଦର ବାହୁଡ଼ିଲେ ନୀଳାଦ୍ରିନାଥ, ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ - Homecoming of Holy Trinity

Concluding Ritual OF Annual Rath Yatra: ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରାର ଶେଷ ଅଙ୍କ ନୀଳାଦ୍ରି ବିଜେ । ନୀଳକନ୍ଦରକୁ ବାହୁଡିଲେ ଦାରୁବ୍ରହ୍ମ । ମହାପ୍ରଭୁଙ୍କ ମାନବୀୟ ଲୀଳାର ଅନନ୍ୟ ନିଦର୍ଶନ ଲକ୍ଷ୍ମୀ ନାରାୟଣ କଳି ଦେଖିଲା ଜଗତ । ପତ୍ନୀ ତଥା ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କଲେ କାଳିଆ ସାଆନ୍ତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 20, 2024, 1:00 AM IST

Niladri Bije
Niladri Bije (ETV Bharat Odisha)

ପୁରୀ: ସରିଲା ଦ୍ବାଦଶ ଦିନର ଯାତ୍ରା । ନୀଳକନ୍ଦର ବାହୁଡିଲେ ନୀଳାଦ୍ରିନାଥ । ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ଦିନରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଛି । ଗୋଟି ପହଣ୍ଡିରେ ତିନି ଦିଅଁ ବଡ଼ଦେଉଳକୁ ବିଜେ କରିଛନ୍ତି । ଭକ୍ତଙ୍କ ଗହଳି ଚହଳିରେ ଲୋକାରଣ୍ୟ ହୋଇଥିଲା ଶ୍ରୀକ୍ଷେତ୍ର । ରଥଯାତ୍ରାରେ ଦାରୁବ୍ରହ୍ମ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ କରିଥିବା ବେଳେ ନୀଳାଦ୍ରି ବିଜେରେ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବାହୁଡିଛନ୍ତି । ବଡ଼ ସାଆନ୍ତେ ଓ ଭଗିନୀ ସୁଭଦ୍ରା ସୁରୁଖୁରୁରେ ବଡ଼ଦେଉଳରେ ପ୍ରବେଶ କରିଥିଲେ । କିନ୍ତୁ କାଳିଆ ସାଆନ୍ତେଙ୍କ ବାଟ ଓଗାଳିଥିଲେ ରୋଷ କରିଥିବା ମହାଲକ୍ଷ୍ମୀ । ଏହି ସମୟରେ ଅପୂର୍ବ ଲକ୍ଷ୍ମୀ ନାରାୟଣ ଭେଟର ଦୁର୍ଲଭ ଦୃଶ୍ୟ ଦେଖିଥିଲେ ଅଗଣିତ ଭକ୍ତ ।

ଗୋଟି ପହଣ୍ଡିରେ ବଡ଼ ସାଆନ୍ତେ
ଗୋଟି ପହଣ୍ଡିରେ ବଡ଼ ସାଆନ୍ତେ (X)

ନୀତି ନିର୍ଘଣ୍ଟ ଅନୁଯାୟୀ, ଅପରାହ୍ନ 4ଟାରେ ନୀଳାଦ୍ରି ବିଜେ ନୀତି ଆରମ୍ଭ ହୋଇଥିଲା । ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହ ଦକ୍ଷିଣୀ ଘରେ ବିଜେ କରିବା ପରେ ଚକ୍ରରାଜ ସୁଦର୍ଶନଙ୍କ ଗୋଟି ପହଣ୍ଡି ହୋଇଥିଲା । ଏହାପରେ ଗୋଟି ପହଣ୍ଡିରେ ବାହାରିଥିଲେ ବଡ଼ ଠାକୁର ବଳଭଦ୍ର । ବଡ଼ ଭାଇ ପଛେ ପଛେ ସୁଭଦ୍ରାଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଶେଷରେ କାଳିଆ ଠାକୁରଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥିଲା ।

ନୀଳାଦ୍ରି ବିଜେରେ ଲକ୍ଷ୍ମୀ ନାରାୟଣ ଭେଟ
ନୀଳାଦ୍ରି ବିଜେରେ ଲକ୍ଷ୍ମୀ ନାରାୟଣ ଭେଟ (File Photo)

ଜଗତ ଦେଖିଲା ଲକ୍ଷ୍ମୀ-ନାରାୟଣ କଳି:-

ନୀଳାଦ୍ରି ବିଜେର ସବୁଠୁ ଦୁର୍ଲଭ ଦୃଶ୍ୟ ହେଉଛି ଲକ୍ଷ୍ମୀନାରାୟଣ କଳି । କାଳିଆ ଠାକୁର ରଥରେ ଭଉଣୀଙ୍କୁ ସାଙ୍ଗରେ ନେଇ ଗଲେ । କିନ୍ତୁ ନବ ବିବାହିତା ପତ୍ନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ବଡ଼ ଦେଉଳରେ ଛାଡ଼ି ଚାଲିଗଲେ । ଏଥିଲାଗି ମହାଲକ୍ଷ୍ମୀ ରୋଷ କରିଛନ୍ତି । ହେରାପଞ୍ଚମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ପ୍ରଭୁଙ୍କୁ ଶ୍ରୀମନ୍ଦିର ଫେରି ଆସିବାକୁ ଡାକିଥିଲେ । ହେଲେ ବଡ଼ ଦେଉଳକୁ ଫେରିଲେନି କାଳିଆ ଠାକୁର । ଫଳରେ ଲକ୍ଷ୍ମୀ ଠାକୁରାଣୀଙ୍କ କ୍ରୋଧ ପ୍ରଚଣ୍ଡ ରୂପ ଧାରଣ କରିଥିଲା । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିବା ସମୟରେ ନନ୍ଦିଘୋଷ ରଥର କାଠ ଖଣ୍ଡେ ଭାଙ୍ଗି ଦେଇଆସିଥିଲେ ।

ଏହା ବି ପଢନ୍ତୁ- ନୀଳାଦ୍ରି ବିଜେ ନୀତି ଆରମ୍ଭ, ନୀଳକନ୍ଦର ବାହୁଡ଼ିବେ ନୀଳାଚଳିଆ

ଆଉ ବାହୁଡ଼ା ଯାତ୍ରା ଦିନ ଶ୍ରୀନଅର ଠାରେ ନନ୍ଦିଘୋଷ ଲାଗିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥିଲା । ତଥାପି ମହାଲକ୍ଷ୍ମୀଙ୍କ ରାଗ ଶାନ୍ତ ହୋଇନି । ନୀଳାଦ୍ରି ବିଜେ ସମୟରେ କାଳିଆ ଠାକୁରଙ୍କ ବାଟ ଓଗାଳିବାକୁ ଚାହାଣି ମଣ୍ଡପରେ ଜଗିଥିଲେ ଲକ୍ଷ୍ମୀ । ସିଂହଦ୍ବାର କାଳିଆ ପାଇଁ ବନ୍ଦ କରିଦେଇଥିଲେ । ପତ୍ନୀଙ୍କୁ ତୋଷ କରିବାର ଉପାୟ ମଧ୍ୟ କାଳିଆକୁ ଜଣା । ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ ପାଇଁ ସାଙ୍ଗରେ ରସଗୋଲା ଆଣିଛନ୍ତି । ଆର ବରଷକୁ ସାଥୀରେ ନେଇଯିବେ ବୋଲି ମାଆଙ୍କୁ ପ୍ରତିଶୃତି ଦେବା ପରେ ତରଳିଛି ମହାଲକ୍ଷ୍ମୀଙ୍କ ହୃଦୟ । ରସଗୋଲା ଖାଇ ତୋଷ ହୋଇ ମହାଲକ୍ଷ୍ମୀ ସିଂହଦ୍ବାର ଖୋଲିବା ପରେ କାଳିଆ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି ।

ଶ୍ରୀବିଗ୍ରହଙ୍କଠାରେ ଲାଗି ହେଲା ରସଗୋଲା
ଶ୍ରୀବିଗ୍ରହଙ୍କଠାରେ ଲାଗି ହେଲା ରସଗୋଲା (X)

ପ୍ରତି ଓଡ଼ିଆ ପାଳିଲା ରସଗୋଲା ଦିବସ:-

ନୀଳାଦ୍ରି ବିଜେରେ ଶ୍ରୀଜିଉଙ୍କଠାରେ ରସଗୋଲା ଲାଗି ଓଡ଼ିଆ ସଂସ୍କୃତିର ଏକ ନିଆରା ପରମ୍ପରା । ଏହି ଦିନ ରୋଷ କରିଥିବା ପତ୍ନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥାନ୍ତି ଜଗନ୍ନାଥ । ନୀଳାଦ୍ରି ବିଜେ ଦିନ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ରସଗୋଲା ଖୋଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା । ତେବେ ଜଗନ୍ନାଥ ସଂସ୍କୃତି ସହ ରସଗୋଲାର ସମ୍ପୃକ୍ତି କାହିଁ କେଉଁ କାଳରୁ ରହିଆସିଛି । ଏଥିଲାଗି ଆଜିର ଦିନରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ନିକଟରେ ରସଗୋଲା ଭୋଗ ଲାଗି କରିଥାନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.