ETV Bharat / state

ମୋକ୍ଷ ଓ ମୁକ୍ତିର ମାର୍ଗ ମହାପ୍ରଭୁ; ଆଜି ଅଧରପଣା ଢାଳି ଅଶରିରୀଙ୍କୁ କରିବେ ତୃପ୍ତ - Adhara Pana ritual

Adhara Pana ritual of Lord Jagannath: ଆଜି ତିନି ରଥରେ ଶ୍ରୀଜିଉଙ୍କ ଠାରେ ଲାଗି ହେବ ଅଧରପଣା । ମହାପ୍ରଭୁଙ୍କ ଅଧାରପଣା ପିଇ ତୃପ୍ତ ହେବେ ଚଣ୍ଡି ଚାମୁଣ୍ଡା । କାହିଁକି ହୁଏ ଏହି ନୀତି, କ'ଣ ରହିଛି ମାହାତ୍ମ୍ୟ, ପଢନ୍ତୁ

author img

By ETV Bharat Odisha Team

Published : Jul 18, 2024, 9:43 AM IST

ମୋକ୍ଷ ଓ ମୁକ୍ତିର ମାର୍ଗ ମହାପ୍ରଭୁ; ଆଜି ଅଧରପଣା ଢାଳି ଅଶରିରୀଙ୍କୁ କରିବେ ତୃପ୍ତ
ମୋକ୍ଷ ଓ ମୁକ୍ତିର ମାର୍ଗ ମହାପ୍ରଭୁ; ଆଜି ଅଧରପଣା ଢାଳି ଅଶରିରୀଙ୍କୁ କରିବେ ତୃପ୍ତ (ETV Bharat Odisha)

ପୁରୀ: ବଡଦାଣ୍ଡରେ ମାନବୀୟ ଲୀଳାଖେଳା କରୁଛନ୍ତି ମହାପ୍ରଭୁ ଜଗନ୍ନାଥ । ରଥାରୁଢ ପ୍ରଭୁଙ୍କ କାଲି ସୁନାବେଶ ସରିବା ପରେ ଆଜି ଅନୁଷ୍ଠିତ ହେବ ଅଧରପଣା ନୀତି । ସନ୍ଧ୍ୟାରେ ରଥ ଉପରେ ଶ୍ରୀଜିଉଙ୍କ ଠାରେ ଅଧରପଣା ଲାଗି ହେବ । ତିନି ରଥରେ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ସର, କଦଳୀ, ଛେନା, ଗୋଲମରିଚ, କର୍ପୁର, ଜାଇଫଳ ଆଦି ଦ୍ରବ୍ୟ ପଡି ପଣା ପ୍ରସ୍ତୁତ ହୋଇଥାଏ । ୯ଟି ହାଣ୍ଡିରେ ପଣା କରାଯାଇ ହାଣ୍ଡିକୁ ସାମଗ୍ରୀରେ ପ୍ରସ୍ତୁତ ୯ଟି ଅଧର ହାଣ୍ଡିକୁ ରଥରେ ଥିବା ପାର୍ଶ୍ବ ଦେବଦେବୀ ଓ ଅଶରିରୀଙ୍କ ତୃପ୍ତି ଉଦ୍ଦେଶ୍ୟରେ ଭଙ୍ଗାଯାଇଥାଏ ।

ETV Bharat Odisha
ETV Bharat Odisha (ETV Bharat Odisha)

କାହିଁକି କୁହାଯାଏ ଅଧରପଣା ? ଓଡ଼ିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଯାହାଙ୍କର ଅଧର ମଧୁର, ବଚନ ମଧୁର ଓ ରୂପ ବି ମଧୁର । ତାଙ୍କର ଚକା ଆଖି ପାଇଁ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ ଆଉ ନାଲି ଓଠ ପାଇଁ ଅନୁଷ୍ଠିତ ହୁଏ ଅଧରପଣା । ସୁନାବେଶ ପରଦିନ ସିଂହଦ୍ବାରରେ ରଥ ଉପରେ ଏହି ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଅଧର ସମାନ ଲାଉ ତୁମ୍ଭ ଭଳି ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ସ୍ୱତନ୍ତ୍ର ପଣା ଭୋଗ ହେଉଥିବା ହେତୁ ଏହି ନୀତିକୁ ଅଧରପଣା ନୀତି କୁହାଯାଏ ।

ETV Bharat Odisha
ETV Bharat Odisha (ETV Bharat Odisha)

ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରାରେ ରଥ ସହିତ ଅନେକ ଦେବାଦେବୀ, ଚଣ୍ଡି ଚାମୁଣ୍ଡା, ତଥା ଅଶରିରୀମାନେ ଯାତ୍ରା କରିଥାନ୍ତି । ମହାପ୍ରଭୁ ନୀଳକନ୍ଦରକୁ ବିଜେ ପୂର୍ବରୁ ଏମାନଙ୍କ ଉଦ୍ଧାର ନିମନ୍ତେ ତଥା ସନ୍ତୋଷ ପ୍ରଦାନ ନିମନ୍ତେ ଏହି ଅଧର ପଣା ନୀତି ଅନୁଷ୍ଠିତ ହୋଇଥାଏ । ଏହି ନୀତି ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ପରେ ହୋଇଥାଏ । ମହାପ୍ରଭୁଙ୍କ ଅଧର ପଣା ପ୍ରସ୍ତୁତି ମଧ୍ୟ ସ୍ବତନ୍ତ୍ର । ଶ୍ରୀମନ୍ଦିର ସମ୍ମୁଖରେ ଥିବା କୂପରୁ ଜଳ ନିଆଯାଇ ସ୍ବତନ୍ତ୍ର ହାଣ୍ଡିରେ ରଖାଯାଏ । କ୍ଷୀର, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଯାଇ ଫଳ, ଶର୍କରା ଆଦି ବିଭିନ୍ନ ସୁବାସିତ ଦ୍ରବ୍ୟ ମିଶାଯାଇ ସ୍ବତନ୍ତ୍ର ପଣା ପ୍ରସ୍ତୁତ ହୋଇଥାଏ ।

ମୋକ୍ଷ ଓ ମୁକ୍ତିର ବାଟ ମହପ୍ରଭୁ: ପ୍ରତି ରଥରେ ୩ଟି ହାଣ୍ଡି ହିସାବରେ ମୋଟ ୯ଟି ଭୋଗ ଲାଗିବା ପରେ ଏହି ହାଣ୍ଡିଗୁଡିକୁ ଭାଙ୍ଗି ଦିଆଯାଏ । ପଣାଗୁଡି଼କ ରଥ ତଳକୁ ବହିଯାଏ । ଯାହାପରେ ଅପେକ୍ଷାରତ ଦେବାଦେବୀ, ଚଣ୍ଡି ଚାମୁଣ୍ଡା, ଅଶରିରୀମାନେ ଏହି ପଣାକୁ ପାନ କରି ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି । ପରଦିନ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଥାଏ । ତେବେ ପୂର୍ବ କାଳରେ ଅଧରପଣା ନୀତି ତିନି ଦିନ ଅନୁଷ୍ଠିତ ହେଉଥିଲା । ପରବର୍ତ୍ତୀ ସମୟରେ ଏହି ଅଧରପଣା କେବଳ ସୁନାବେଶ ପରଦିନ ପାଳନ ନେଇ ଶ୍ରୀମନ୍ଦିର ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼େ ।

ମହାପ୍ରଭୁ ସମସ୍ତଙ୍କ ପାଇଁ ମୋକ୍ଷ ଓ ମୁକ୍ତିର ବାଟ । ତେଣୁକରି ମହାପ୍ରଭୁ ନୀଳ କନ୍ଦରକୁ ବିଜେ ପୂର୍ବରୁ ଅଶରିରୀଙ୍କ ତଥା ଅନ୍ୟାନ୍ୟ ଦେବାଦେବୀଙ୍କ ଉଦ୍ଧାର ଓ ସନ୍ତୋଷ ପ୍ରଦାନ ନିମନ୍ତେ ଏହି ଅଧର ପଣା ନୀତି ଅନୁଷ୍ଠିତ ହୁଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.