ETV Bharat / state

ସଫଳ ମାଛଚାଷୀ କୈଳାସ; କମାଉଛନ୍ତି ଲକ୍ଷାଧିକ ଟଙ୍କା, ଅନ୍ୟକୁ ଦେଉଛନ୍ତି ରୋଜଗାର - fish farming in gop

author img

By ETV Bharat Odisha Team

Published : Jun 29, 2024, 9:48 AM IST

FISH FARMING: ଆପଣ ମାଛଚାଷ ପାଇଁ ଇଚ୍ଛୁକ କି ? ପୁରୀ ସୁବର୍ଣ୍ଣପୁର ଅଞ୍ଚଳର ଜଣେ ସଫଳ ମାଛଚାଷୀ କୈଳାଶ ଚନ୍ଦ୍ର ସାହୁ । ସେ ନିଜେ ସ୍ବାବଲମ୍ବୀ ହେବା ସହ ଅନେକ ଯୁବକଙ୍କୁ ଦେଇଛନ୍ତି ରୋଜଗାର । ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ।ଅଧିକ ପଢନ୍ତୁ

KAILASH CHANDRA SAHU BECOME SELF SUFFICIENT BY FISH FARMING
KAILASH CHANDRA SAHU BECOME SELF SUFFICIENT BY FISH FARMING (ETV Bharat Odisha)

ନିମାପଡ଼ା: କଠିନ ପରିଶ୍ରମ ହେଉଛି ସଫଳତାର ପ୍ରକୃତ ଚାବିକାଠି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଗୋପ ଅଞ୍ଚଳର କୈଳାଶ ସାହୁ । ଶିକ୍ଷିତ ହୋଇ ମଧ୍ୟ ଚାକିରି ପଛରେ ନପଡି ମାଛଚାଷକୁ ଆପଣାଇ ସ୍ଵାବଲମ୍ୱୀ ହେବା ସହିତ ଅନ୍ୟକୁ ରୋଜଗାର ଯୋଗାଇ ପାରିଛନ୍ତି କୈଳାଶ । ନିଜର ଘର ପାଖରେ ଥିବା ଗୋଟେ ଛୋଟ ପୋଖରୀରୁ ଦିନେ ଆରମ୍ଭ କରିଥିଲେ ମାଛଚାଷ । ଆଜିର ଦିନରେ ନିଜର ୪୦ରୁ ଊର୍ଦ୍ଧ୍ବ ପୋଖରୀରେ ମାଛ ଜାଆଁଳ ଚାଷ କରି କୈଳାଶ ହୋଇପାରିଛନ୍ତି ପରିଚିତ ଚେହେରା ।

ପୁରୀ ଜିଲ୍ଲା ଗୋପ ବ୍ଲକ ସୁବର୍ଣ୍ଣପୁର ଅଞ୍ଚଳର ବାସିନ୍ଦା ହେଉଛନ୍ତି କୈଳାଶ ଚନ୍ଦ୍ର ସାହୁ ।୨୦୦୦ମସିହାରେ ପ୍ରଥମେ ନିଜର ଏକ ଛୋଟ ପୋଖରୀରୁ ଆରମ୍ଭ କରିଥିଲେ ମାଛଚାଷ । ଆଜି ସେହି ଚାଷ ସଫଳତାର ସହ ୨୪ବର୍ଷ ଅତିକ୍ରମ କରିବା ସହିତ କୈଳାଶଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଏବେ ନିଜର ୨୫ ଏକରରୁ ଊର୍ଦ୍ଧ୍ବ ଜମିରେ ୪୦ରୁ ଊର୍ଦ୍ଧ୍ବ ପୋଖରୀ କରି ସେଥିରେ ଉନ୍ନତ ଧରଣର ବ୍ରିଡ଼ ଦ୍ୱାରା ରୋହି, ଭାକୁର, ଗ୍ରାସକାର୍ପ, ମିରିକାଳୀ ସହିତ ଆନୁବଂଶିକ ପଦ୍ଧତିରେ ବିକଶିତ ହୋଇଥିବା ବିଭିନ୍ନ ମାଛ ଜାଆଁଳ ପ୍ରସ୍ତୁତ କରି ନିଜେ ରୋଜଗାରକ୍ଷମ ହେବା ସହିତ ନିଜ ଅଞ୍ଚଳର ଅନେକ ଯୁବକଙ୍କୁ କରିଛନ୍ତି ରୋଜଗାରକ୍ଷମ । ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କୈଳାଶ ।

ଏହା ମଧ୍ୟ ପଢନ୍ତୁ...ନୂଆ ରାହା ଦେଖାଇଲା ପାନ ଚାଷ, ସ୍ବାବଲମ୍ବୀ ହେଲେ ମହିଳା - Betel Leaf Cultivation

ଅତ୍ୟାଧୁନିକ ପ୍ରଣାଳୀ ଓ ବୈଜ୍ଞାନିକ ପଦ୍ଧତିକୁ ଆପଣାଇ କୈଳାଶ ଆଜି ଜଣେ ସଫଳ ମାଛଚାଷୀ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ପରିଚିତ । ଏବେ ୭ରୁ ଊର୍ଦ୍ଧ୍ବ ଜିଲ୍ଲାର ଚାଷୀମାନଙ୍କୁ କୈଳାଶ ମାଛ ଜାଆଁଳ ଯୋଗାଇବା ସହ ସେମାନଙ୍କୁ ଉନ୍ନତ ମାଛ ଚାଷ ପ୍ରଣାଳୀ ମଧ୍ୟ ଶିକ୍ଷା ଦେଉଛନ୍ତି । କୈଳାଶଙ୍କ ସଫଳତା ଆଜି ତାଙ୍କୁ ଦେଇଛି ନୂଆ ପରିଚୟ । ନିଜର ଏକ ମାତ୍ର ପୁଅ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କୁ ସେ ନିଜ ଚାଷ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ତାଙ୍କୁ ମଧ୍ୟ ଜଣେ ସଫଳ ଯୁବଚାଷୀ ଭାବେ ପରିଚିତ କରିପାରିଛନ୍ତି । ସେଥିପାଇଁ ସେ ଆଜି ଆଖପାଖ ଅଞ୍ଚଳର ଯୁବକମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.