ETV Bharat / state

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ! ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢାର ଫଟୋ, ରଥଯାତ୍ରା ମଧ୍ୟରେ ୨ ଥର - Puri Jagannath Temple photo Viral - PURI JAGANNATH TEMPLE PHOTO VIRAL

Puri Lord Jagannath Temple inside photo Viral again: ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ । ଏକ ମାସ ମଧ୍ୟରେ ୨ ଥର ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନ୍ଦିର ମଧ୍ୟକୁ ମୋବାଇଲ ନେବା ବାରଣ ସତ୍ତ୍ବେ ଓ ଶ୍ରୀମନ୍ଦିରରେ ଏତେ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ମନ୍ଦିର ମଧ୍ୟକୁ ଲୋକେ ମୋବାଇନ ନେଇ ପ୍ରବେଶ କରୁଛନ୍ତି ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜଗନ୍ନାଥପ୍ରେମୀ ।ଅଧିକ ପଢନ୍ତୁ..

Jagannath Temple inside photo Viral
Jagannath Temple inside photo Viral (ETV Bharat Odisha)
author img

By ETV Bharat Odisha Team

Published : Jul 17, 2024, 8:11 AM IST

Updated : Jul 17, 2024, 8:54 AM IST

ପୁରୀ:ପୁଣି ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ୍। ଶ୍ରୀମନ୍ଦିର ଭିତରେ ସେଲଫି ଉଠାଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି ଜଣେ ବ୍ୟକ୍ତି । ଫଟୋ ପୋଷ୍ଟ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଜା ସାକାର । ନିଜ ସୋସିଆଲ ମିଡିଆରେ ରାଜା ଏହି ଫୋଟୋ ପୋଷ୍ଟ କରିଥିବା ବେଳେ ଏହାକୁ ନେଇ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଶ୍ରୀମନ୍ଦିର ବାହାରେ ଓ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ କିଭଳି ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେଲେ ଏବଂ ସେଲଫି ଉଠାଇଲେ ସେନେଇ ପ୍ରଶ୍ନ ଉଠିଛି । ଏହି ଫୋଟୋ କେବେ ଉଠିଛି ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Jagannath Temple inside photo Viral
Jagannath Temple inside photo Viral (ETV Bharat Odisha)

ସେପଟେ ଶ୍ରୀମନ୍ଦିର ଭିତରେ ବାରମ୍ବାର ଏଭଳି ଫଟୋ ଏବଂ ଭିଡିଓ ଭାଇରାଲ ହେଉଥିବାରୁ ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ତୁରନ୍ତ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି । ଏଥିସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରୁଥିବା ସୁରକ୍ଷା କର୍ମୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି ।

ପୂର୍ବରୁ ମଧ୍ୟ ଅନେକ ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟ: ଶ୍ରୀମନ୍ଦିରର ଫଟୋ ସୋସିଆଲ ମିଡିଆରେ ଘୁରିବୁଲିବା ଏହା ଘଟଣା ପ୍ରଥମ ନୁହେଁ । ଏହାପୂର୍ବରୁ ମଧ୍ୟ ଏଭଳି ଘଟଣାର ଅନେକ ନଜିର ରହିଛି । ତେବେ ପୂର୍ବ ସପ୍ତାହରେ ମଧ୍ୟ ସୋସିଆଲ ମିଡିଆରେ ଭିତର ବେଢାର ଫୋଟ ଭାଇରାଲ ହୋଇଥିଲା । ଇନଷ୍ଟାଗ୍ରାମରେ ନିଖିଲ ଗିରି ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଥିଲେ । ଶ୍ରୀମନ୍ଦିର ଆନନ୍ଦ ବଜାରର ପ୍ରବେଶ ପଥରେ ଏହି ଫଟୋ ଉତ୍ତୋଳନ କରାଯାଇଥିବା ଜଣାପଡିଥିଲା ।

ଏହାମଧ୍ୟ ପଢନ୍ତୁ.. ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ! ଭିତର ବେଢ଼ାର ଫଟୋ ଭାଇରାଲ - Sri Mandir Inside Photo Viral

ସେହିଭଳି ଫେବୃଆରୀ ମାସରେ ମଧ୍ୟ ଶ୍ରୀମନ୍ଦିରର ଭିତର ବେଢା ଫଟୋ ଭାଇରାଲ ହୋଇଥିଲା ।ଫଟୋରେ ସତ୍ୟାନାରାୟଣ ମନ୍ଦିରଠାରୁ ଭିତର ବେଢା ଓ ବଟବୃକ୍ଷ ସହିତ ଅନ୍ୟ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା ।ସେହି ଫଟୋକୁ ଜନି ଦତ୍ତ ନାମକ ଜଣେ ଯୁବକ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନ ଉଠିଛି ।

Last Updated : Jul 17, 2024, 8:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.