ETV Bharat / state

ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି: ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଣାମ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ - Lord jagannath

Lord jagannath rath yatra 2024: ପୁରୀ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରଥଯାତ୍ରାରେ ହେବେ ସାମିଲ । ଗତକାଲିଠାରୁ 4 ଦିନିଆ ଓଡିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 7, 2024, 2:28 PM IST

Updated : Jul 7, 2024, 4:02 PM IST

ଆଉ କିଛି ସମୟ ପରେ ପହଞ୍ଚିବେ ରାଷ୍ଟ୍ରପତି, ଟାଣିବେ ରଥ
ଆଉ କିଛି ସମୟ ପରେ ପହଞ୍ଚିବେ ରାଷ୍ଟ୍ରପତି, ଟାଣିବେ ରଥ (ETV Bharat Odisha)

ହାଇଦ୍ରାବାଦ: ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବା ପାଇଁ ପୁରୀ ବଡ଼ଦାଣ୍ଡରେ ପହଞ୍ଚି ରଥାରୁଢ଼ ଦାରୁଦିଁଅଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିବା ବେଳେ ରଥଟଣା ସମୟରେ 3 ରଥ ଟାଣିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଅଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ଯାଇ ପୁରୀ ତାଳବଣିଆ ଠାରେ ହେଲିପ୍ୟାଡରେ ଅବତରଣ କରିଥିଲେ । ପରେ ସେଠାରୁ ସେ କଡ଼ା ସୁରକ୍ଷା ଭିତରେ ବଡଦାଣ୍ଡରେ ପହଞ୍ଚି ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଗତକାଲି (ଶନିବାର) ଠାରୁ 4ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଗତକାଲି ଅପରାହ୍ନରେ ସେ ଭୁବନେଶ୍ବରେ ଅବତରଣ କରିବା ପରେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଶ୍ରାଦ୍ଧ ଉତ୍ସବରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପରେ ସେ ରାଜଭବନରେ ରାତ୍ରିଯାପନ କରିଥିଲେ । ଆଜି ସେ ଅପରାହ୍ନରେ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ସାମିଲ ହେବେ । ଏପଟେ ରଥଯାତ୍ରା ଦେଖିବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ ।

ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ । ପରେ ସେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ବଡଦାଣ୍ଡରେ ପହଞ୍ଚିବେ । ଏଥିପାଇଁ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇସାରିଛି । ପୋଲିସ ବିଶେଷ ସୁରକ୍ଷା ବ୍ୟବସ୍ଥା ଓ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭିନ୍ନ ରୁଟ ମଧ୍ୟ ନିର୍ଦ୍ଧାରିତ କରିସାରିଛି । ରାଷ୍ଟ୍ରପତି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ତିନିରଥ ଟାଣି ପାରନ୍ତି । ଏବେ ଶ୍ରୀଜିଉଙ୍କର ପହଣ୍ଡି ଶେଷ ହୋଇଛି । ବଡଠାକୁର ଶ୍ରୀ ବଳଭଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଦେବୀ ଶୁଭଦ୍ରା ପହଣ୍ଡିରେ ଆସି ରଥାରୂଢ ହୋଇସାରିଲେଣି । ରଥ ଉପରେ କିଛି ଘଣ୍ଟାର ନୀତିକାନ୍ତି ରହିଛି । ଏବେ ଗଜପତି ମହାରାଜ ଛେରା ପହଁରା ନୀତି ପାଇଁ ବିଜେ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 7, 2024, 4:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.