ETV Bharat / state

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ,'ମହାପ୍ରଭୁଙ୍କ ମହାପ୍ରସାଦ ମାନ ହେବ ପରୀକ୍ଷଣ, ବ୍ୟବହାର ହେଉନି ନକଲି ଘିଅ' - Mahaprasad and ghee quality check

author img

By ETV Bharat Odisha Team

Published : 2 hours ago

Mahaprasad and ghee quality check: ତିରୁପତି ମନ୍ଦିର ଲଡୁ ବିବାଦ ପରେ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବୟାନ । ଅବଢ଼ା ରୋଷେଇ ପୂର୍ବରୁ ଓ ଅବଢ଼ା ବାହାରିବା ପରେ ହେବ ମାନ ପରୀକ୍ଷଣ । ଘିଅ ମାନ ମଧ୍ୟ ପରୀକ୍ଷା କରାଯିବ ।

Mahaprasad and ghee quality check
Mahaprasad and ghee quality check (ETV Bharat Odisha)

ଭୁବନେଶ୍ବର: ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ । ମାନ ଯାଞ୍ଚ କରିବା ପାଇଁ ନିଯୁକ୍ତି ହେବେ ଫୁଡ ଇନ୍ସପେକ୍ଟର । ଫୁଡ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ହୋଇଛି ଆଲୋଚନା । କେବଳ ଅବଢ଼ା ନୁହେଁ, ଅବଢ଼ା ପାଇଁ ବ୍ୟବହୃତ ସାମଗ୍ରୀ ଏବଂ ଘିଅର ମଧ୍ୟ ମାନ ଯାଞ୍ଚ କରାଯିବ । ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ମହାପ୍ରସାଦ ମାନ ପରୀକ୍ଷା:

ପୁରୀ ଜଗନ୍ନାଥ ମନ୍ଦିର ଅବଢ଼ାକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା । ପୁରୀ ଜଗନ୍ନାଥ ମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ଅବଢ଼ା ବାହାରିବା ପରେ ହେବ ପରୀକ୍ଷଣ । ଶ୍ରୀମନ୍ଦିରରେ ଫୁଡ଼ ଇନ୍ସପେକ୍ଟର ନିୟୋଜିତ ହେବେ କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତିରୁପତି ମନ୍ଦିରରେ ପ୍ରସାଦରେ ପଶୁ ଚର୍ବି ଓ ମାଛ ତେଲ ମିଶିବା ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ଘିଅକୁ ନେଇ ପ୍ରଶ୍ନ ଉଠିଥିଲା ।

Puri Jagannath temple Mahaprasad and-ghee quality check (ETV Bharat Odisha)

ମହାପ୍ରସାଦ ରନ୍ଧା ସାମଗ୍ରୀର ଯାଞ୍ଚ-

ଶ୍ରୀମନ୍ଦିର ଅବଢ଼ାର ହେବ ମାନ ଯାଞ୍ଚ । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଯାଞ୍ଚ ହେବ । ଅବଢ଼ା ବାହାରିବା ପରେ ମାନ ପରୀକ୍ଷଣ ହେବ । ଶ୍ରୀମନ୍ଦିରରେ ଫୁଡ୍‌ ଇନ୍ସପେକ୍ଟର ନିୟୋଜିତ ହେବେ । ଅବଢ଼ାର ଶୁଦ୍ଧତା ପାଇଁ ଫୁଡ଼ ଇନ୍ସପେକ୍ଟର ରହିବେ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି ଶ୍ରୀମନ୍ଦିରରେ କୌଣସି ଅଭିଯୋଗ ନଆସିବାକୁ ପଦକ୍ଷେପ ନିଆଯାଇଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ।

"ନକଲି ଘିଅ ବ୍ୟବହାର ହେଉନାହିଁ ":

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "କୌଣସି ସ୍ଥାନରେ ନକଲି ଘିଅ ବ୍ୟବହାର ହେଉନାହିଁ । ଶୁଦ୍ଧତା ମାନ ଯାହା ରହିବା କଥା ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି । କିନ୍ତୁ ଏହିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରୀକ୍ଷଣ କରିବା ଓ ଏହି ମାନକୁ ମେଣ୍ଟେନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ ହେବ । ତିରୁପତି ବାଲାଜୀ ମନ୍ଦିରରେ ଯେଉଁ ଅଭିଯୋଗ ଆସିଲା, ତାହା ହେବାର ଆବଶ୍ୟକତା ନଥିଲା । ସେଥିପାଇଁ ଆମେ ଆଗୁଆ ପଦକ୍ଷେପ ନେଉଛୁ । ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ନିଷ୍ପତ୍ତି ନିଆଯାଇଛି । ଏକ ମାନ ପରୀକ୍ଷଣ ବ୍ୟବସ୍ଥାକୁ ଜାରୀ ରଖିବୁ । ମହାପ୍ରସାଦର ସହ ଘିଅ ଓ ଅନ୍ୟାନ୍ୟ ସାମଗ୍ରୀର ମାନ ମଧ୍ୟ ଯାଞ୍ଚ ହେବ । ରୋଷଶାଳାକୁ କାହାକୁ ପ୍ରବେଶ କରିବା ଲାଗି ଅନୁମତି ନଥାଏ । ରୋଷଶାଳାକୁ ଯିବା ପୂର୍ବରୁ ଓ ରୋଷଶାଳାରୁ ପ୍ରସାଦ ବାହାରିବା ପରେ ମାନ ପରୀକ୍ଷଣ ହେବ । ଦୁଇଟି ସ୍ଥାନରେ ଏହି ପରୀକ୍ଷଣ ହେବ ।"

"ସ୍ବାସ୍ଥ୍ୟ ବିଭାଗର ସହାୟତା ନିଆଯିବ"
ଆଇନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଶ୍ରୀମନ୍ଦିରରେ ଫୁଡ଼ ଇନ୍ସପେକ୍ଟର ନିୟୋଜିତ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛୁ । ବହୁତ ଶୀଘ୍ର ସେ ନେଇ ନିଯୁକ୍ତି କରାଯିବ । ମାନର ପରୀକ୍ଷଣ ଓ ସୁଦ୍ଧତା ରକ୍ଷା କରିବା ଲାଗି ଫୁଡ଼ ଇନ୍ସପେକ୍ଟର ନିୟୋଜିତ କରିବୁ । ଯାହା ଫଳରେ ଦେଶର ଅନ୍ୟ ମନ୍ଦିର ଭଳି ଆମ ମନ୍ଦିରରେ ଅଭିଯୋଗ ନ ଆସୁ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସେଭଳି କିଛି ଅଭିଯୋଗ ଜାଲରେ ଛନ୍ଦି ନହୋଇପଡୁ । ଏହାକୁ ଦୃଷ୍ଟିରେ ରଖି ଆମେ ଏଭଳି କରୁଛୁ । ବିଶ୍ୱର ସମସ୍ତ ଜଗନ୍ନାଥ ଭକ୍ତ ଅଶ୍ୱସ୍ତ ରହିବେ । ମହାପ୍ରଭୁଙ୍କ ପ୍ରସାଦରେ ଅଶୁଦ୍ଧତା କେବେ ନଥିଲା କି ଆଗାମୀ ଦିନରେ ରହିବ ନାହିଁ । ଶୃଙ୍ଖଳା ସହ ସୁରକ୍ଷା ପାଇଁ ପୂର୍ବତନ ସେନା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।"

ତିରୁପତି ବିବାଦ ପରେ ଶ୍ରୀମନ୍ଦିର ଘିଅକୁ ନେଇ ପ୍ରଶ୍ନ, ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା:
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ କହିବା କଥା, "ଶ୍ରୀମନ୍ଦିରରେ କୋଠ ଭୋଗ ଓ ବରାଦୀ ଭୋଗରେ ଘିଅ ବ୍ୟବହାର ହୋଇଥାଏ। ତେବେ ଘିଅର ମାନକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ । ତେବେ ଶ୍ରୀମନ୍ଦିରକୁ ଆସୁଥିବା ଘିଅର ମାନକୁ ଯାଞ୍ଚ କରାଯିବ । ତିରୁପତି ମନ୍ଦିରରେ ଅପମିଶ୍ରିତ ଘିଅକୁ ନେଇ ବିଭିନ୍ନ ଅଭିଯୋଗ ଆସିବା ପରେ ଆମେ ଶ୍ରୀମନ୍ଦିରକୁ ଯୋଗାଣ ହେଉଥିବା ଘିଅର ମାନ ମଧ୍ୟ ଯାଞ୍ଚ କରିବୁ । ତେବେ ଶ୍ରୀମନ୍ଦିରକୁ ଓମଫେଡ ପକ୍ଷରୁ ଘିଅ ଯୋଗାଇ ଦିଆଯାଉଛି । ଶ୍ରୀମନ୍ଦିରକୁ ଆସୁଥିବା ଘିଅର ମାନ କିଭଳି ବଜାୟ ରହିବ ସେନେଇ ସୁଆର ମହାସୁଆର ନିଯୋଗ, ଓମଫେଡ ସହ ଆଲୋଚନା ହେବ ।"

ତିରୁପତି ପ୍ରସାଦରେ ଅପମିଶ୍ରିତ ଘିଅ:

ତିରୁପତି ବାଲାଜୀ ମନ୍ଦିର ପ୍ରସାଦରେ ପଶୁ ଚର୍ବି ଓ ନିମ୍ନମାନର ସାମଗ୍ରୀ ମିଶୁଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ଦେଶରେ ତେଜିଛି ବିବାଦ। ତତକାଳୀନ YSRCP ସରକାର ସମୟରେ ଏପରି କରାଯାଉଥିବା ଅଭିଯୋଗ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି । NDDB ଲ୍ୟାବ ରିପୋର୍ଟରେ ଏହା ପ୍ରମାଣିତ ହୋଇଥିବା କହିଛନ୍ତି ଶାସକ TDP ।

ଇଟିଭି ଭାରତ, ଭୁବନେଶ୍ବର/ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.