ETV Bharat / state

ସମସ୍ୟା ଘେରରେ ରାଉରକେଲା ବସଷ୍ଟାଣ୍ଡ, ହନ୍ତସନ୍ତ ଯାତ୍ରୀ - Rourkela bus stop Issues

author img

By ETV Bharat Odisha Team

Published : Jun 9, 2024, 8:04 PM IST

Rourkela bus stop Issues: ରାଉରକେଲା ବସଷ୍ଟାଣ୍ଡରେ ମୌଳିକ ସୁବିଧା ପାଇପାରୁ ନାହାନ୍ତି ଯାତ୍ରୀ । ଏଭଳି ଅଭିଯୋଗ ଆଣିଛନ୍ତି ଯାତ୍ରୀ । ଅଧିକ ପଢ଼ନ୍ତୁ

Rourkela bus stop Issues
Rourkela bus stop Issues (ETV Bhart Odisha)

ରାଉରକେଲା: ନାହିଁ ନାହିଁରେ ଚାଲିଛି ରାଉରକେଲା ବସଷ୍ଟାଣ୍ଡ । ଯାତ୍ରୀ ମୌଳିକ ସୁବିଧା ପାଇ ପାରୁନଥିବା ଅଭିଯୋଗ କରିଛନ୍ତି । ରାଉରକେଲା ବସଷ୍ଟାଣ୍ଡରେ ନା ଅଛି ପାଣି ବ୍ୟବସ୍ଥା ନା ଅଛି ଯାତ୍ରୀ ଆଶ୍ରୟସ୍ଥଳୀ ନା ଲାଗିଛି ଖଣ୍ଡିଏ ଫ୍ୟାନ । ସେପଟେ ଡହଡହ ଖରାରେ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ଏଭଳି ଦୂରାବସ୍ଥା ମଧ୍ୟରେ ଚାଲିଛି ରାଉରକେଲା ସହରର ବସଷ୍ଟାଣ୍ଡ । ହେଲେ ଏଥିପ୍ରତି କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ନଥିବା ଅଭିଯୋଗ ହୋଇଛି ।

ପଶ୍ଚିମ ଓଡିଶାର ପ୍ରମୁଖ ବସ୍‌ଷ୍ଟାଣ୍ଡ ରାଉରକେଲା ବସ୍‌ଷ୍ଟାଣ୍ଡ । ଦୈନିକ ବସଷ୍ଟାଣ୍ଡରୁ କେବଳ ଓଡ଼ିଶା ନୁହେଁ ପଡୋଶୀ ରାଜ୍ୟ ଛତିଶଗଡ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରୁ ୪ ଶହରୁ ଅଧିକ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଯାତାୟତ କରୁଛି । ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀଙ୍କ ଯାତାୟତର ମାଧ୍ୟମ ସାଜୁଥିବା ଏହି ବସ୍‌ଷ୍ଟାଣ୍ଡରେ ଥିବା ସମସ୍ୟାର ତାଲିକା ବହୁତ ଲମ୍ବା । ଯାତ୍ରୀଙ୍କ ଆବଶ୍ୟକତାକୁ ରାଉରକେଲା ପ୍ରଶାସନ ବା ମହାନଗର ନିଗମ କି ଆରଡିଏ କେହି ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି । ତେବେ ଖରାରେ ଆସିଥିବା ଯାତ୍ରୀଙ୍କ ପାଇଁ ପାଣି ମୁନ୍ଦାଏ ନଥିବା ସେମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ପିଇବା ପାଣିର ବ୍ୟବସ୍ଥା କରାଗଲା ସତ କିନ୍ତୁ ବର୍ତ୍ତମାନ ଏଠାରେ ନାହିଁ ପିଇବା ପାଇଁ ପାଣି । ବସଷ୍ଟାଣ୍ଡରେ ଆରୋ ତ ଅଛି ହେଲେ କେଉଁଥିରେ ପାଣି ଆସୁନି ତ ଆଉ କେଉଁଥିରେ ଟ୍ୟାପ ଭାଙ୍ଗି ଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.. ଏମିତି ଚାଲିଛି ବିକାଶ: ସମସ୍ୟା ପାହାଡ ତଳେ ଖୋର୍ଦ୍ଧା ବସଷ୍ଟାଣ୍ଡ, ପଡୁନି ପ୍ରଶାସନର ନଜର

ମୁଣ୍ଡଫଟା ତାତିରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଶହ ଶହ ଯାତ୍ରୀ ପାଣି ଓ ଶୌଚାଳୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଯାତ୍ରୀ ନୁହନ୍ତି, ବସଷ୍ଟାଣ୍ଡର ବ୍ୟବସାୟୀ ଓ ବସ୍‌ର କର୍ମଚାରୀମାନେ ସମାନ ଦଶା ଭୋଗୁଛନ୍ତି । ବ୍ୟବସାୟୀ ଓ ଗାଡି ଚାଳକମାନେ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଏମାନଙ୍କ ଦୁଃଖ ବୁଝିବାକୁ ଜିଲ୍ଲା ପ୍ରଶାସନ କିମ୍ବା ଆର୍‌ଡିଏ ପାଖରେ ସମୟ ନଥିବା ସେମାନେ କହିଛନ୍ତି । ଏହାସହ ଯାତ୍ରୀଙ୍କ ପାଇଁ ବିଶ୍ରାମ ଗୃହ ଦରକାର ଥିବା ଲୋକେ ଦାବି କରିଛନ୍ତି ଏବଂ ବସ ଷ୍ଟାଣ୍ଡରେ ଗରମ ଯୋଗୁଁ ଯାତ୍ରୀ ହନ୍ତସନ୍ତ ହେଉଥିବା ବେଳେ ଫ୍ୟାନ ଗୋଟିଏ ମଧ୍ୟ ନଥିବାରୁ ଲୋକ ହନ୍ତସନ୍ତ ହେଉଥିବା ଅଭିଯୋଗ କରାଯାଇଛି । ଅନ୍ୟପଟେ ଏସମ୍ପର୍କରେ ରାଉରକେଲା ମହାନଗର ନିଗମ କମିଶନର ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.