ETV Bharat / state

ଧନୁଆ ନଦୀ କଂକ୍ରିଟ ବନ୍ଧ ନିର୍ମାଣକୁ ନେଇ ଲୋକେ ଅଶାନ୍ତି, 2.4 କିମି ବନ୍ଧ ନିର୍ମାଣ ପାଇଁ 2.50 କୋଟି ଖର୍ଚ୍ଚ - Khordha Dhanua Riverside Wall

Irregularity in Construction of Riverside walls: ଖୋର୍ଦ୍ଧା ବାଲିପାଟଣା ବ୍ଲକ ଅନ୍ତର୍ଗତ ପମ୍ପାଲୋ ପଞ୍ଚାୟତସ୍ଥିତ ସାହାଣୀ ସାହି ଓ ନୂଆପଡା ବ୍ରିଜ ଠାରୁ ଡେଙ୍ଗ ପର୍ଯ୍ୟନ୍ତ ଧନୁଆ ନଦୀର ଉଭୟ ପାର୍ଶ୍ବରେ ମାଟି ବନ୍ଧର ସୁରକ୍ଷା ପାଇଁ ନିର୍ମାଣ ହେଉଛି କଂକ୍ରିଟ୍‌ ୱାଲ୍‌ । ହେଲେ ଏହାର ନିର୍ମାଣ ନେଇ ପଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

ଧନୁଆ ନଦୀ କଂକ୍ରିଟ ବନ୍ଧ ନିର୍ମାଣକୁ ନେଇ ଲୋକେ ଅଶାନ୍ତି

author img

By ETV Bharat Odisha Team

Published : Feb 9, 2024, 5:37 PM IST

ଧନୁଆ ନଦୀ କଂକ୍ରିଟ ବନ୍ଧ ନିର୍ମାଣକୁ ନେଇ ଲୋକେ ଅଶାନ୍ତି

ନିଆଳି: ବନ୍ୟା ନିୟନ୍ତ୍ରଣ ଏବଂ ଧନୁଆ ନଦୀ ବନ୍ଧକୁ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟୟ ବରାଦ ହୋଇଛି ଅଢେଇ କୋଟି ଟଙ୍କା । 2021 ମସିହାରୁ କାର୍ଯ୍ୟ ଆରମ୍ଭ ମଧ୍ୟ ହେଲାଣି । କିନ୍ତୁ ସରୁନାହିଁ । ସେପଟେ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକମାନେ କରିଛନ୍ତି ଗୁରୁତର ଅଭିଯୋଗ । କେବଳ 2.4 କିମି କଂକ୍ରିଟ ବନ୍ଧ ନିର୍ମାଣ ପାଇଁ 2 କୋଟି 50 ଲକ୍ଷ ଟଙ୍କା ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତସ୍ଥିତ ସାହାଣୀ ସାହି ଓ ନୂଆପଡା ବ୍ରିଜ ଠାରୁ ଡେଙ୍ଗ ପର୍ଯ୍ୟନ୍ତ ଧନୁଆ ନଦୀର ଉଭୟ ପାର୍ଶ୍ବରେ ବନ୍ଧର ସୁରକ୍ଷା ଏବଂ ବନ୍ୟାକୁ ନିୟନ୍ତ୍ରଣ ପାଇଁ ଭୁବନେଶ୍ବର ପ୍ରାଚୀ ବିଭାଗ ସବ୍‌ ଡିଭିଜନ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରାଚୀ ଡିଭିଜନ୍‌ କାର୍ଯ୍ୟ କରିବା ପାଇଁ 2021 ମସିହାରେ ଟେଣ୍ଡର ଆହ୍ବାନ କରିଥିଲେ । ଇତି ମଧ୍ୟରେ ତିନି ବର୍ଷ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟଟି ଶେଷ ହେଉନାହିଁ । ଫଳରେ କାର୍ଯ୍ୟର ମାନ ଏବଂ ବିଭାଗୀୟ ଅଧିକାରୀମାନଙ୍କ ମନମାନିରେ କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀମାନଙ୍କ ହେୟଜ୍ଞାନ ଯୋଗୁଁ କାର୍ଯ୍ୟର ମାନ ଏବଂ ସ୍ଥାୟିତ୍ବକୁ ନେଇ ପମ୍ପାଲୋ ପଞ୍ଚାୟତବାସୀ ଆପତ୍ତି ଉଠାଇଛନ୍ତି ।

ଲୋକଙ୍କ କହିବା କଥା, "ଧନୁଆ ନଦୀରେ ବନ୍ୟା ସମୟରେ ସମଗ୍ର ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥାଏ । ନୂଆପଡା ବ୍ରିଜ ଠାରୁ ଡେଙ୍ଗ ପର୍ଯ୍ୟନ୍ତ ଧନୁଆ ନଦୀର ଉଭୟ ପାର୍ଶ୍ବରେ ବନ୍ଧର ସୁରକ୍ଷା ପାଇଁ ଯେଉଁ କଂକ୍ରିଟ ଢଳେଇ ୱାଲ ନିର୍ମାଣ ହେଉଛି, ଏହା ବନ୍ଧକୁ ସୁରକ୍ଷା ଦେବ ନାହିଁ, ବରଂ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି । ମାଟି ବନ୍ଧ ଠାରୁ କଂକ୍ରିଟ ଢଳେଇ ସୁରକ୍ଷା ବନ୍ଧ ବହୁ ତଳେ ରହୁଛି । ଯାହାଦ୍ବାରା ବନ୍ୟା ଏବଂ ବର୍ଷା ସମୟର ନଦୀ ବନ୍ଧରୁ ମାଟି ଅତଡ଼ା ଖସି କଂକ୍ରିଟ ଢଳେଇ ୱାଲ ପୋତି ହୋଇଯିବ ।" ତେବେ କାହିଁକି ଏଭଳି କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ପମ୍ପାଲୋ ପଞ୍ଚାୟତବାସୀ । ଠିକା ସଂସ୍ଥା ମାଟି ଖୋଳି ନଦୀ ବନ୍ଧରେ ନରଖି ନଦୀ ଗର୍ଭରେ ଗଦା କରିବା ଦ୍ବାରା ନଦୀ ଗର୍ଭ ପୋତି ହୋଇଗଲାଣି ଏବଂ ମାଟି ଖନନ ଯୋଗୁଁ ନୂଆପଡା ଠାରେ ନଦୀ ବନ୍ଧ ଅତଡ଼ା ଖସିଛି । ଯାହା ଫଳରେ ଆଗାମୀ ବର୍ଷା ସମୟରେ ନଦୀ ବନ୍ଧ ପଞ୍ଚାୟତବାସୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଯେଉଁ ସ୍ଥାନରେ ନଦୀ ବନ୍ଧ ସୁରକ୍ଷା ଆବଶ୍ୟକ ସେ ସ୍ଥାନରେ ନକରି ଅନାବଶ୍ୟକ ସ୍ଥାନରେ ଏଭଳି କଂକ୍ରିଟ ଢଳେଇ ୱାଲ ନିର୍ମାଣ କାହା ସ୍ବାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ ।

ଏହା ମଧ୍ୟ ପଢ଼ନ୍ତୁ...ପୋଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ମହିଳାଙ୍କ ଗୁହାରୀ, ନୂଆବେତଣ୍ତାରେ ଛାତିଏ ପାଣିରେ ଯାଇଥିଲା ମୃତଦେହ

ସେପଟେ ଏ ସବୁ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଭୁବନେଶ୍ବର ପ୍ରାଚୀ ବିଭାଗ ସବ୍‌ ଡିଭିଜନ ଏସ୍‌ଡିଓ ପି. ସତ୍ୟନାରାୟଣ ପାତ୍ର କହିଛନ୍ତି, "ନଦୀରେ ବାରମ୍ବାର ପାଣି ଆସୁଥିବା ଯୋଗୁଁ କାର୍ଯ୍ୟ ହେବାରେ ବିଳମ୍ବ ହେଉଛି । କଂକ୍ରିଟ ଢଳେଇ ୱାଲ ନଦୀ ବନ୍ଧ ତଳେ ହେଉଛି । ମାଟି ଅତଡ଼ା ଖସିଲେ ପୋତି ହୋଇପାରେ । କିନ୍ତୁ କିଛି ଅସୁବିଧା ହେବ ନାହିଁ । ସ୍ଥାନୀୟ ଲୋକଙ୍କ କହିବା କଥା ଧନୁଆ ନଦୀ ମାଟି ବନ୍ଧ ପର୍ଯ୍ୟନ୍ତ ସୁରକ୍ଷା କଂକ୍ରିଟ ଢଳେଇ ୱାଲ ନିର୍ମାଣ ହୋଇଥିଲେ ଭଲ ହୋଇଥାନ୍ତା । ହେଲେ ଏହି କାର୍ଯ୍ୟଟି ପୁରୁଣା, ସେଥିପାଇଁ ସେତେବେଳର ଟେଣ୍ଡର ଅନୁସାରେ କାର୍ଯ୍ୟ ହେଉଛି ।"

ତେବେ ଏଭଳି କାର୍ଯ୍ୟକୁ ନେଇ ପମ୍ପାଲୋ ପଞ୍ଚାୟତବାସୀ ଖୁସି ନଥିବା ଜଣାପଡିଛି । ସୂଚନାଯୋଗ୍ୟ, ଧନୁଆ ନଦୀ ବାଲିଅନ୍ତା ବ୍ଲକ ବଇଁଚୁଆ କୁଶଭଦ୍ରା କାଜରୁ ବାହାରି ବାଲିଅନ୍ତା, ବାଲିପାଟଣା, ପୁରୀ ଜିଲ୍ଲା ନିମାପଡ଼ା ଦେଇ ସମୁଦ୍ରରେ ଲୀନ ହୋଇଛି । ବନ୍ୟା ସମୟରେ ଧନୁଆ ନଦୀର ବନ୍ୟାଜଳରେ 84ଟି ରାଜସ୍ବ ଗ୍ରାମର ଲୋକମାନଙ୍କ ଧନ ଜୀବନ କ୍ଷୟକ୍ଷତି ହେଉଥିବା ଜଣାପଡିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.