ETV Bharat / state

ଦୁଆରଶୁଣୀ ଘାଟି ରାସ୍ତା ଅବରୋଧ କଲା ଭଞ୍ଜସେନା

author img

By ETV Bharat Odisha Team

Published : Feb 2, 2024, 10:37 PM IST

Protest in Duarasuni Ghati : ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ଦୁଆରଶୁଣୀ ଘାଟି ରାସ୍ତା । ରାଜରାସ୍ତାକୁ ଓହ୍ଲାଇଛି ମୟୂରଭଞ୍ଜର ଅଣ ରାଜନୈତିକ ସଂଗଠନ ଭଞ୍ଜସେନା । ଅଧିକ ପଢ଼ନ୍ତୁ,

ରାସ୍ତା ଅବରୋଧ
ରାସ୍ତା ଅବରୋଧ
ରାସ୍ତା ଅବରୋଧ

ରାଇରଙ୍ଗପୁର : ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ଦୁଆରଶୁଣୀ ଘାଟି ରାସ୍ତା । ରାଜରାସ୍ତାକୁ ଓହ୍ଲାଇଛି ମୟୂରଭଞ୍ଜର ଅଣ ରାଜନୈତିକ ସଂଗଠନ ଭଞ୍ଜସେନା । ସକାଳ ୭ଟାରୁ ଜାତୀୟ ରାଜପଥରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ ହୋଇଥିଲା । ରାଜପଥ ଅବରୋଧ ଫଳରେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଯାତ୍ରୀ । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଲିଖିତ ପ୍ରତିଶୃତି ଦିଆଯିବା ପରେ ଆନ୍ଦୋଳନରୁ ଓହରି ଥିଲେ ।

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟି ରାସ୍ତା ଓ ବିଶୋଇ ଥାନା ଅନ୍ତର୍ଗତ ଦେଓପଟା ଛକ ନିକଟରେ ଧାରଣା ପ୍ରଦର୍ଶନ କରାଯାଇଛି । ଭଞ୍ଜସେନାର କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଆଜି ସକାଳ ୭ଟାରୁ ଜାତୀୟ ରାଜପଥରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ ସହ ରାଜପଥ ଅବରୋଧ କରାଯାଇଛି । ଏହି ରାସ୍ତାରୋକର ମୁଖ୍ୟଦାବି ହେଲା ଦୁଆରଶୁଣୀ ଘାଟି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ । କେବଳ ଜରୁରୀକାଳୀନ ସେବା ଯୋଗାଉ ଥିବା ଯାନବାହାନ ଗୁଡ଼ିକୁ ଘାଟି ରାସ୍ତାରେ ଯାତାୟାତ କରିବାକୁ ଦିଆ ଯାଇଥିଲା । ଜାତୀୟ ରାଜପଥ ଅବରୋଧ ହେବା ଫଳରେ ଘାଟିର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ମଟର ଅଟକି ରହିଥିଲା। ଟ୍ରକ ଚାଳକଙ୍କ ଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ ଓ ଅନ୍ୟ ଗାଡ଼ି ଗୁଡ଼ିକ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲା । ସେନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଯାତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ.... ଭାରସାମ୍ୟ ହରାଇ ଓଲଟିଲା କାର, ଜଣେ ମୃତ ଜଣେ ଗୁରୁତର

ଏଥି ସହିତ ଜନସାଧାରଣଙ୍କ ସ୍ବାର୍ଥ ସମ୍ବନ୍ଧୀୟ ଭଞ୍ଜସେନାର କିଛି ଦାବି ରହିଥିଲା। ଦାବି ଗୁଡିକ ମଧ୍ୟରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଘାଟି ରାସ୍ତା ପାର୍ଶ୍ବ ଦୁଇ ଫୁଟ ଚଉଡା କରିବା, ଉଭୟ ପଟରେ ଦୁଇଟି ଆମ୍ବୁଲାନ୍ସ ନିୟୋଜିତ କରିବା, ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଏବଂ ଓଭର ଲୋଡିଂ ଯାଞ୍ଚ କରିବା, ଦୁର୍ଘଟଣାରେ ମୃତକ ପରିବାରକୁ ସଙ୍ଗେ ସଙ୍ଗେ ରେଡକ୍ରସରୁ ୨୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ଆଦି ଦାବି ରହିଥିଲା । ପରେ ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଲିଖିତ ପ୍ରତିଶୃତି ଦିଆଯିବା ପରେ ଅପରାହ୍ନ ପ୍ରାୟ ୧୨ ଘଟିକା ସମୟରେ ଭଞ୍ଜସେନା ଆନ୍ଦୋଳନରୁ ଓହରି ଯାଇଥିଲା। ଆଜିର ଆନ୍ଦୋଳନରେ ଭଞ୍ଜସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଜୀବ ରାଉତ, ସଭାପତି ପିଣ୍ଟୁ ମାଇତି, ରାକେଶ ବେହେରା, ବାଜୁନ ହାଁସଦଃ, ଏସ କେ ରାଜାଖାନଙ୍କ ସମେତ ବାଙ୍ଗିରିପୋଷି ବ୍ଲକ ସଭାପତି ସତ୍ୟ ପ୍ରକାଶ ମହାନ୍ତି, ସନ୍ତୋଷ ଗିରି, ମନୋରଞ୍ଜନ ବାରିକ ଦକ୍ଷୀଣା ମହାନ୍ତ ଓ ବିଶୋଇ ବ୍ଲକର ସଭାପତି, କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.