ETV Bharat / state

ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଶିକ୍ଷକ ସଂଘ - Keonjhar News

OSSTA Teachers Protest: ଶିକ୍ଷକଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା କହିଛନ୍ତି ଓଷ୍ଟା ଶିକ୍ଷକ ସଂଘ । ୧୨ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି ଓଷ୍ଟା। ଅଧିକ ପଢ଼ନ୍ତୁ,

ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ
ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ
author img

By ETV Bharat Odisha Team

Published : Feb 4, 2024, 7:46 AM IST

ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ

କେନ୍ଦୁଝର: ସରକାର ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ କରୁଛନ୍ତି । କେଉଁଠି ନୂତନ ବିଦ୍ୟାଳୟ ଗଢ଼ା ହେଉଛି । କେଉଁ ପୁରୁଣା ବିଦ୍ୟାଳୟର ପୁନରୁଦ୍ଧାର କାମ ଚାଲିଛି । ହେଲେ ଏସବୁ ଭିତରେ ଶିକ୍ଷକଙ୍କ କଥା ଭୁଲିଯାଇଛନ୍ତି ସରକାର । ଶିକ୍ଷକଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା କହିଛି ଓଷ୍ଟା ଶିକ୍ଷକ ସଂଘ । ୧୨ ଦଫା ଦାବିରେ ସଂଘ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଛି ।

କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ସଦସ୍ୟ । ଶହ ଶହ ଶିକ୍ଷକ ମାନେ ସ୍ଥାନୀୟ ଶିକ୍ଷକ ସଂଘ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକମାନଙ୍କୁ ପେନସନ ପ୍ରଦାନ, ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ, ସପ୍ତମ ବେତନ ଓ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁରଣ ହୋଇନାହିଁ । ଏହାକୁ ପାଳନ ଦାବିରେ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ଶିକ୍ଷକ ସଂଘ । ଯଦି ତାଙ୍କ ଦାବି ପୁରଣ ନହୁଏ ତେବେ ଆଗାମୀ ଦିନରେ ସଂଘ ପକ୍ଷରୁ ଶିକ୍ଷାଦାନ ବନ୍ଦ ରହିବ । ତାସହିତ ପରୀକ୍ଷା ଏବଂ ନିର୍ବାଚନକୁ ମଧ୍ୟ ବର୍ଜନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ.... ଶିକ୍ଷା କ୍ଷେତ୍ରରେ ବରଗଡ଼ର ଉତ୍ତମ ପ୍ରଦର୍ଶନ, ବିଇଓକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଦୀର୍ଘ ୩୦ ବର୍ଷରୁ ଅଧିକ ବର୍ଷ ଧରି ଚାକିରି କରି ଶିକ୍ଷକ କର୍ମଚାରୀଟିଏ ଅବସର ନେବା ପରଦିନ ଟଙ୍କାଟିଏ ଔଷଧ କିଣିବା ପାଇଁ ମଧ୍ୟ ପାଆନ୍ତି ନାହିଁ । ଅବସର ପରଦିନଠାରୁ ପରିଣତ ବୟସରେ ବିନା ପେନସନରେ ବଞ୍ଚିବାର ରାହା ପାଇବା ପାଇଁ ମୂଲ ଲାଗିବା, ପାନ ଦୋକାନ କରିବା ଓ ଚା' ଦୋକାନ କରିବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ନିଜକୁ ବିନିଯୋଗ କରି ଜୀବନ ବଞ୍ଚାଇବାର ଉପାୟ ଖୋଜନ୍ତି । ସରକାର ସମସ୍ୟାଗୁଡ଼ିକର ସମାଧାନ ନକରି ଅଯଥା ଟାଳଟୁଳ ନୀତି ଅବଲମ୍ବନ କରିବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନକରିବା, ଚାକିରି ସର୍ଭାବଳୀ ଓ ଅବସର ପରେ ଶିକ୍ଷକମାନଙ୍କୁ ପେନସନ ନ ଦେବା ସରକାରଙ୍କ ବୈମାତ୍ମକ ମନୋଭାବ ଶିକ୍ଷକମାନଙ୍କୁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରିଛି । ଆଗରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ତେବେ ତାଙ୍କ ସମସ୍ୟା ସମ୍ପର୍କରେ ସରକାର କର୍ଣ୍ଣପାର କରିନଥିବାରୁ ସେମାନେ ଆଜି ଆନ୍ଦୋଳନକୁ ଓଲ୍ଲାଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.