ETV Bharat / state

ବୋମା ଖାଇ ହାତୀ ମୃତ୍ୟୁ ପ୍ରସଙ୍ଗ, ଖୁବଶୀଘ୍ର ତଦନ୍ତ କରାଯିବ କହିଲେ ପିସିସିଏଫ

author img

By ETV Bharat Odisha Team

Published : Feb 13, 2024, 8:26 PM IST

Elephant Death In Bharatpur: ଦନ୍ତା ହାତୀର ମୃତ୍ୟୁ ପ୍ରସଙ୍ଗ । କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି ତାହା ଅନୁସନ୍ଧାନ କରାଯିବ । ଅଧିକ ପଢ଼ନ୍ତୁ

ବୋମା ଖାଇ ହାତୀର ମୃତ୍ୟୁ ପ୍ରସଙ୍ଗ
ବୋମା ଖାଇ ହାତୀର ମୃତ୍ୟୁ ପ୍ରସଙ୍ଗ
ବୋମା ଖାଇ ହାତୀର ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ବର: ଜଙ୍ଗଲରେ ଶିକାରୀ ବିଛାଇଥିବା ବୋମା ଖାଇ ଦନ୍ତା ହାତୀର ମୃତ୍ୟୁ ହେବା ପ୍ରସଙ୍ଗ ଏବେ ଚିନ୍ତା ବଢ଼ାଇଛି । ଦନ୍ତା ହାତୀ କେଉଁ ସ୍ଥାନରେ ବୋମା ଖାଇଛି, ଏଥିରେ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି ତାହା ଅନୁସନ୍ଧାନ କରାଯିବ ସହ ଏଭଳି ବୋମା ନରଖିବାକୁ ଅନୁରୋଧ କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

ବୋମା ଖାଇ ହାତୀର ମୃତ୍ୟୁ ପ୍ରସଙ୍ଗରେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, "୧୫ ଦିନ ତଳୁ ଚନ୍ଦକା ଅଭୟରଣ୍ୟରେ ଆହତ ଦନ୍ତା ହାତୀକୁ ଠାବ କରାଯାଇଥିଲା । ଏହା ଖୋର୍ଦ୍ଧା ଅଞ୍ଚଳରୁ ଏକ ହାତୀ ପଲ ସହ ଆସିଥିଲା । ସେଥିରେ ଦୁଇଟି ଦନ୍ତା ତିନିଟି ମାଇ ହାତୀ ଏବଂ ଛୁଆ ହାତୀ ରହିଥିଲେ । ଆଶଙ୍କା କରାଯାଉଛି ବାରହା ଶିକାର କରିବା ଉଦ୍ଦେଶ୍ୟରେ ଖାଦ୍ୟରେ ଖଞ୍ଜା ଯାଇଥିବା ବୋମା ଖାଇ ହାତୀଟି ଆହତ ହୋଇଛି । ତା'ର ଚିକିତ୍ସା କରାଯାଉଥିଲା । ଗତକାଲି ଆହତ ଦନ୍ତା ହାତୀଟି ପଡିଯାଇଥିଲା । ପରେ ଓୟୁଏଟି ଓ ନନ୍ଦନକାନନ ଡାକ୍ତରୀ ଦଳ ହାତୀର ଚିକିତ୍ସା କରିଥିଲେ । ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଗତକାଲି ରାତିରେ ଦନ୍ତା ହାତୀଟିର ମୃତ୍ୟୁ ହୋଇଛି । ଏବେ ପୋଷ୍ଟମର୍ଟମ ଚାଲିଛି । ହାତୀ କେଉଁ ସ୍ଥାନରେ ବୋମା ଖାଇଛି, ଏଥିରେ କିଏ ସଂପୃକ୍ତ ଅଛନ୍ତି, ତାହାର ଅନୁସନ୍ଧାନ କରାଯିବ।"

ସେପଟେ ଏନେଇ ଓୟୁଏଟି ପ୍ରାଣୀ ଶଲ୍ୟ ବିଭାଗ ମୁଖ୍ୟ ପ୍ରଫେସର ଇନ୍ଦ୍ରମଣୀ ନାଥ କହିଛନ୍ତି, "ଡିଏଫଓଙ୍କ ସୂଚନା ପରେ ଭରତପୁରରେ ଓୟୁଏଟି ଓ ନନ୍ଦନକାନନର ଡାକ୍ତରୀ ଦଳ ପହଞ୍ଚିଥିଲେ । ଆହତ ହାତୀ ଗୁରୁତର ଅବସ୍ଥାରେ ପଡିଥିବା ଦେଖିଥିଲୁ । ହାତୀର ପାଟି କଳା ପଡିବା ସହ ମାଢି ହାଡ ଭାଙ୍ଗି ଯାଇଥିଲା । ହାତୀକୁ ଆଣ୍ଟିବାୟୋଟିକ ଦେବା ସହ ସାଲାଇନ ଲଗାଯାଇଥିଲା । ସାଲାଇନ ନେବା ପରେ ହାତୀଟି ଉଠିଥିଲା । କିନ୍ତୁ କିଛି ସମୟ ପରେ ହାତୀଟି ପୁଣି ଥରେ ପଡିଯାଇଥିଲା । ବିସ୍ଫୋରକ ସାମଗ୍ରୀ ଖାଇ ଦେବାରୁ ହାତୀଟିର ଏଭଳି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଭରତପୁର ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, ପାଟିରେ ଫୁଟିଥିଲା ବୋମା

ସୂଚନା ଅନୁଯାୟୀ, ପ୍ରାୟ ୧୫ ଦିନ ତଳୁ ହାତୀଟି ବିସ୍ଫୋରଣର ଶିକାର ହୋଇଥିବା ବେଳେ ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଖାଇ ଦନ୍ତା ହାତୀଟି ବିସ୍ଫୋରଣର ଶିକାର ହୋଇଥିବା ଅନୁମାନ କରାଯାଉଛି । ବୋମା ବିସ୍ଫୋରଣରେ ହାତୀଟିର ଜିଭ ଛିଡ଼ିଯିବା ସହ ମାଢ଼ି ହାଡ଼ ଫାଟି ନଷ୍ଟ ହୋଇଯାଇଥିଲା । ଏନେଇ ହାତୀଟି ଗୋଟିଏ ସ୍ଥାନରେ ପଡ଼ି ରହିଥିଲା । ତେବେ ପେଟ୍ରୋଲିଂ ସମୟରେ ହାତୀଟିକୁ ବନ କର୍ମଚାରୀ ଚିହ୍ନଟ କରିବା ସହ ଚିକିତ୍ସା ଆରମ୍ଭ କରିଥିଲେ । ଗତକାଲି ମଧ୍ୟ ରାତିରେ ହାତୀଟିର ମୃତ୍ୟୁ ଘଟିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.