ETV Bharat / state

ଚା'ରେ ନିଶା ଦେଇ ବସ ଅପହରଣ ଉଦ୍ୟମ ! 3 ଗୁରୁତର - Private Bus hijack Attempt

author img

By ETV Bharat Odisha Team

Published : Jul 16, 2024, 11:04 PM IST

Private Bus hijack Attempt: ଚା'ରେ ନିଶା ଦେଇ ଘରୋଇ ବସ ଅପହରଣ କରି ନେଉଥିଲା ଦୁର୍ବୃତ୍ତ । ବସ ଜବତ, 3 ବସ କର୍ମଚାରୀ ଅଚେତ ଅବସ୍ଥାରେ ଉଦ୍ଧାର । ଅଧିକ ପଢ଼ନ୍ତୁ

Private Bus hijack Attempt
Private Bus hijack Attempt (ETV Bharat Odisha)

ଜଗତସିଂହପୁର: ପାରାଦ୍ବୀପରେ ଏକ ଘରୋଇ ବସର ତିନି ଜଣ କର୍ମଚାରୀଙ୍କୁ ଜଣେ ଅଜଣା ବ୍ୟକ୍ତି ଚା'ରେ ନିଶା ଦେଇ ବସଟିକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ବସକୁ ଠାବ କରିବାରେ ସଫଳ ହୋଇଥିବାବେଳେ ତିନି ବସ କର୍ମଚାରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାରାଦ୍ବୀପ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଏଭଳି ଘଟଣା ପରେ ବସଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । କିଏ ଓ କାହିଁକି ଏଭଳି ବସକୁ ଅପହରଣ କରିନେଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ପାରାଦ୍ବୀପ ବସଷ୍ଟାଣ୍ଡ ନିକଟରେ ଏକ ଘରୋଇ ବସ ପାରାଦ୍ବୀପରୁ କଟକ ଯିବାପାଇଁ ଅପେକ୍ଷା କରିଥିଲା । ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଏହି ଘରୋଇ ବସ ନିକଟରେ ପହଞ୍ଚି ବାହାଘର ପାଇଁ ରିଜର୍ଭ ବୁକିଂ ପାଇଁ କଣ୍ଡକ୍ଟରକୁ କହିଥିଲା । କଣ୍ଡକ୍ଟର ଜଣଙ୍କ ବୁକିଂ ସମ୍ବନ୍ଧରେ ସମ୍ପୃକ୍ତ ବସ ମାଲିକଙ୍କ ସହ କଥାହେବା ପରେ ନିର୍ଦ୍ଧାରିତ ସମୟରେ ଗାଡି ପହଞ୍ଚିବ ବୋଲି କହିଥିଲେ । ଏଥିରେ ଅଜଣା ବ୍ୟକ୍ତି ଜଣଙ୍କ ଭଡା ବାବଦରେ କଥା ହୋଇ କିଛି ଟଙ୍କା ଅଗ୍ରିମ କଣ୍ଡକ୍ଟରଙ୍କୁ ଦେଇଥିଲା । ଏ ସମ୍ବନ୍ଧରେ କିଛି ସମୟ ବସର କଣ୍ଡକ୍ଟର, ଡ୍ରାଇଭର ଓ ହେଲଫରଙ୍କ ସହିତ ଅଜଣା ବ୍ୟକ୍ତି ଜଣଙ୍କ ବହୁତ ସମୟ କଥା ହେବା ସହିତ ତିନି ଜଣଙ୍କୁ ଚା' ପିଇବା ପାଇଁ ଡାକିଥିଲା । ଘରୋଇ ବସର ଏହି ତିନି କର୍ମଚାରୀ ସେହି ଅଜଣା ବ୍ୟକ୍ତିଙ୍କ ନିକଟରୁ ଚା' ପିଇଥିଲେ । ଚା' ପିଇବାର କିଛି ସମୟ ପରେ ତିନି ବସ କର୍ମଚାରୀ ଅଚେତ ହୋଇ ପଡ଼ିଥିଲେ । ବସ କର୍ମଚାରୀମାନେ ଅଚେତ ହୋଇ ପଡିବା ପରେ ସଂପୃକ୍ତ ଅଜଣା ବ୍ୟକ୍ତି ଜଣଙ୍କ ବସଟିକୁ ନିଜେ ଚଳାଇ ନେଇ ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଲୋକୋ ପାଇଲଟ ଅପହରଣ ମାମଲାରେ ୩ ଗିରଫ - Rourkela Loco Pilot Kidnapped Case

କିଛିବାଟ ଯିବାପରେ ବସରେ ଲୋକେସନ ଠାବ ଯନ୍ତ୍ର ଲାଗିଥିବା ଜାଣିପାରି ଅଭିଯୁକ୍ତ ଗାଡି ଛାଡି ପଳାଇ ଯାଇଥିଲା । ଯିବା ସମୟରେ ଗାଡି ଭଡା ବାବଦକୁ ଦେଇଥିବା ଆଡଭାନ୍ସ ଅର୍ଥ ସମେତ କଣ୍ଡକ୍ଟର ପାଖରେ ଥିବା ଟଙ୍କା ନେଇ ପଳାଇଥିବା ଜଣା ପଡ଼ିଛି । ଗାଡି ଷ୍ଟାଣ୍ଡରେ ନରହି ଅନ୍ୟଏକ ସ୍ଥାନରେ ରହିଥିବା ଲୋକେସନ ଟ୍ରାକର୍‌ରୁ ମାଲିକ ଜାଣିବା ପରେ ମାଲିକ ଜଣଙ୍କ ଗାଡି ନିକଟରେ ପହଞ୍ଚିଥିଲେ । ସେଠାରେ ବସର ତିନିଜଣ କର୍ମଚାରୀ ଅଚେତ ହୋଇ ପଡ଼ିଥିବା ଦେଖିବାକୁ ପାଇବା ପରେ ପାରାଦ୍ବୀପ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତିନି ଗୁରୁତରଙ୍କୁ ପାରାଦ୍ବୀପ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବାବେଳେ ସମ୍ପୃକ୍ତ ଅଜଣା ବ୍ୟକ୍ତି ଜଣଙ୍କ ବସକୁ ଅପହରଣ କରିବାର ଯୋଜନା କରିପାରିଥାଏ ବୋଲି ସନ୍ଦେହ କରୁଛି । ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.