ETV Bharat / state

ମାଛ ପାଇଁ ଆଉ କଲିକତା ଉପରେ ନିର୍ଭର କରିବାକୁ ପଡିବନି: ପ୍ରତିଷ୍ଠା ହେବ ହାଇଜେନିକ ଫିସ ମାର୍କେଟ, ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ - Hygienic Fish Market in balasore

author img

By ETV Bharat Odisha Team

Published : Aug 24, 2024, 4:21 PM IST

HYGIENIC FISH MARKET: ବାଲେଶ୍ୱରର ବସ୍ତା ଠାରେ ପ୍ରତିଷ୍ଠା ହେବ ହାଇଜେନିକ ଫିସ ମାର୍କେଟ । ଆସନ୍ତା 30 ତାରିଖରେ ପ୍ରସ୍ତାବିତ ହାଇଜିନିକ ଫିସ ମାର୍କେଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

HYGIENIC FISH MARKET IN BALASORE
HYGIENIC FISH MARKET IN BALASORE (ETV Bharat Odisha)

ବାଲେଶ୍ୱର: ମତ୍ସ୍ୟ ବ୍ୟବସାୟୀଙ୍କ ପାଇଁ ଖୁସି ଖବର । ବାଲେଶ୍ୱର ଜିଲ୍ଲା ପ୍ରତିଷ୍ଠା ହେବ ହାଇଜିନିକ ଫିସ ମାର୍କେଟ । ଆସନ୍ତା 30 ତାରିଖରେ ବସ୍ତା ଠାରେ ପ୍ରସ୍ତାବିତ ହାଇଜେନିକ ଫିସ ମାର୍କେଟର ଶିଳାନ୍ୟାସ କରିବେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରେନ୍ସ ଜରିଆରେ ଏହାର ଶିଳାନ୍ୟାସ କରିବେ ।

ହାଇଜେନିକ ଫିସ ମାର୍କେଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ :

ବାଲେଶ୍ଵର ଏକ ମତ୍ସ୍ୟଜୀବୀ ବହୁଳ ଜିଲ୍ଲା ହୋଇଥିବାରୁ ଜିଲ୍ଲାରେ ଏକ ହାଇଜେନିକ୍ ଫିସ୍ ମାର୍କେଟର ଆବଶ୍ୟକତାକୁ ଅନୁଭବ କରି ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ଵର ପାଇଁ ଏକ ହାଇଜେନିକ୍ ଫିସ ମାର୍କେଟ ପାଇଁ ଅର୍ଥ ମଞ୍ଜୁର କରାଇଥିଲେ । ହେଲେ ପାଞ୍ଚ ବର୍ଷ ଧରି ଜମି ଅଧିଗ୍ରହଣରେ ଅସୁବିଧା ଥିବାରୁ ଯୋଜନା କାର୍ଯ୍ୟକାରୀ କରାଯାଇ ପାରି ନଥିଲା । ଆସନ୍ତା 30 ତାରିଖରେ ଫିସ ମାର୍କେଟର ଶିଳାନ୍ୟାସ କରାଯିବ ବୋଲି ସୂଚନା ଦିଆଯାଇଛି । ଫିସ୍ ମାର୍କେଟ ପାଇଁ ଜମି ଅଧିଗ୍ରହଣ ଓ ଖୁବଶୀଘ୍ର ଏହାର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କରାଯିବା ନେଇ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ।

କ'ଣ କହିଲେ ପ୍ରତାପ ନନା :
ଏନେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି," ମୁଁ ଦୀର୍ଘବର୍ଷ ଧରି ଏଥିପାଇଁ ଲାଗିଥିଲି, କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି । ତାର ପୁଣି ପରିବର୍ଦ୍ଧିତ ଆକଳନ ମିଳିଛି । 78 କୋଟି ଟଙ୍କାର ପ୍ରକଳ୍ପ ଯାହା ରାଜ୍ୟ କେନ୍ଦ୍ର ମିଳିତ ସହଯୋଗରେ ହେବ । ଗତ ସରକାର ସମୟରେ ବହୁତ ଚେଷ୍ଟା ହୋଇଥିଲା । ଯାହା ହେଉ ବର୍ତ୍ତମାନ ସଫଳ ହୋଇଛି । କେନ୍ଦ୍ରୀୟ ମଞ୍ଜୁରୀ ମିଳିଯାଇଛି । ଆସନ୍ତା 30 ତାରିଖ ଦିନ ପ୍ରଧାନମନ୍ତ୍ରୀ ଅନଲାଇନରେ ଶିଳାନ୍ୟାସ କରିବେ ଏବଂ ଭୂମିପୂଜନ କରିବେ । ଏହା ବସ୍ତାରେ ହେବ । 78 କୋଟି ଟଙ୍କାର ପ୍ରକଳ୍ପ । ଏଠାକୁ ଆସିବା ପାଇଁ ମୁଁ ରାଜ୍ୟର ମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରିବି । ଏଥିରେ ବହୁତ ଲୋକ ଉପକୃତ ହୋଇପାରିବେ । "

ଏହା ମଧ୍ୟ ପଢନ୍ତୁ.....ରାଜ୍ୟରେ ହେବ ଦୁଗ୍ଧ ବନ୍ୟା ମିଶନ, ଲୋକାଲ ଫର ଭୋକାଲ ପାଇଁ ମନ୍ତ୍ରୀଙ୍କ ଆହ୍ବାନ - Revolution In Dairy Farming

'କଲିକତା ଯିବାକୁ ପଡିବନି'

ସେ ଆହୁରି ମଧ୍ୟ କହିଛନ୍ତି," ବିଶେଷ କରି ମାଛ ବ୍ୟବସାୟ କରୁଥିବା ଲୋକମାନେ ଆଉ କଲିକତା ଯିବାକୁ ପଡିବନି । ଏଠାରେ ମାଛର ଷ୍ଟୋରେଜ ହୋଇପାରିବ, କୋଲଡ଼ ଷ୍ଟୋରେଜ ଅଛି । ମାଛର ପ୍ରୋସେସିଂ ହୋଇ ପାରିବ, ଏଠି ମାଛର ରପ୍ତାନୀ ହୋଇ ପାରିବ । ମାଛର ୱେଷ୍ଟ ମ୍ୟାନେଜମେଣ୍ଟ ହୋଇ ପାରିବ । ଗୋଟେ ହାଇଜେନିକ ୱାର୍ଲଡ଼ ଷ୍ଟାଣ୍ଡର୍ଡ଼ର ହେବ । "

ଇଟିଭି ଭାରତ,ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.