ETV Bharat / state

ଜାଲ ସାର୍ଟିଫିକେଟରେ କିରଥିଲେ ଚାକିରି, ପ୍ରାଇମେରୀ ସ୍କୁଲ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ - Teacher arrested

author img

By ETV Bharat Odisha Team

Published : Jul 4, 2024, 2:25 PM IST

Primary school teacher arrested: ମହଙ୍ଗା ପଡିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି । ଅଭିଯୋଗ ପରେ ଶିକ୍ଷକଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Primary school teacher arrested
Primary school teacher arrested (ETV BHARAT ODISHA)

ବଲାଙ୍ଗୀର: ପୁଣି ସାମ୍ନାକୁ ଆସିଲା ଜାଲ ସାର୍ଟିଫିକେଟ ଘଟଣା । ଲମ୍ବି ଚାଲିଛି ନକଲି ସାର୍ଟିଫିକେଟ କାରବାରର ଚେର । ଜାଲ ସାର୍ଟିଫିକେଟରେ ଶିକ୍ଷକତା ପଡ଼ିଲା ମାହାଙ୍ଗା। ଜାଲ ସାର୍ଟିଫିକେଟରେ ଚାକିରି ପାଇଥିବା ଶିକ୍ଷକଙ୍କୁ ଗିରଫ କଲା ପୋଲିସ । ପୂର୍ବରୁ ଶିକ୍ଷା ବିଭାଗ ତାଙ୍କୁ ଚାକିରିରୁ ବହିଷ୍କାର କରିଥିବା ବେଳେ ଏବେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଶିକ୍ଷକ ହେଉଛନ୍ତି ରୋହିତ ମନ୍ତ୍ରୀ । ସେ ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଳୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ ।

ଏହା ମଧ୍ୟ ପଢନ୍ତୁ-ଜାଲ୍ ସାର୍ଟିଫିକେଟରେ ଚାକିରି, ହାଇସ୍କୁଲ ଶିକ୍ଷକ ଗିରଫ

ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଜଣାପଡ଼ିବାଲପରେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସଂପୃକ୍ତ ଶିକ୍ଷକଙ୍କୁ ଗତ ଫେବୃଆରୀ 16 ତାରିଖରେ ତାଙ୍କୁ ଚାକିରିରୁ ବହିଷ୍କୃତ କରିଥିଲେ। ତେବେ ସଂପୃକ୍ତ ଶିକ୍ଷକ ରୋହିତ ମନ୍ତ୍ରୀ 1994ରୁ ସରକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରି ଆସୁଥିଲେ। ଚାକିରି ପାଇଁ ସେ ଦେଇଥିବା ସେକେଣ୍ଡାରୀ ଟିଚର ଟ୍ରେନିଂ ସାର୍ଟିଫିକେଟ ଜାଲ ବୋଲି ଜଣା ପଡିଥିଲା। ଏହାପରେ ତାଙ୍କ ନାମରେ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସ୍ଥାନୀୟ ବିଇଓ । ଯାହା ପରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଚାକିରିରୁ ନିଲମ୍ବନ ପରେ ଗତାକାଲି ବଙ୍ଗୋମୁଣ୍ଡା ପୋଲିସ୍ ଶିକ୍ଷକ ରୋହିତ ମନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବଲାଙ୍ଗୀର ଶିକ୍ଷା ବିଭାଗରେ ଜାଲ ସାରର୍ଟିଫିକେଟରେ ଅନେକ ଅଯୋଗ୍ୟ ଚାକିରି ହାତେଇଥିବାର ଅଭିଯୋଗ ହୋଇଥିଲା। ଯାହା ପରେ ଏଥିରେ ସବୁ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ପଠାଯାଇଥିଲା । ଏଥିରେ 336 ଜଣଙ୍କର ସାର୍ଟିଫିକେଟ ସନ୍ଦେହାଷ୍ପଦ୍ଦ ଥିଲା। ଗତକାଲି ରୋହିତ ମନ୍ତ୍ରୀଙ୍କୁ ଗିରଫ କରାଯାଇଥିବା ବେଳେ ଏହି ତାଲିକା ଆଗକୁ ଆହୁରି ଲମ୍ବିବ ବୋଲି ସୂଚନା ମିଳିଛି। ଗତ 2023ରେ ବଲାଙ୍ଗୀର ଜିଲ୍ଲାରେ ଜଣେ ହାଇସ୍କୁଲ ଶିକ୍ଷକ ଭକ୍ତ କୁମାର ସେଠଙ୍କୁ ପୋଲିସ ଗିରଫ କରିଥିଲା । ସେ ଜାଲ ସାର୍ଟିଫିକେଟରେ ସରକାରୀ ଚାକିରି ହାତେଇଥିବା ଅଭିଯୋଗ ପରେ ଗିରଫ ହୋଇଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.