ETV Bharat / state

29ରେ ଆସୁଛନ୍ତି ରାଷ୍ଟ୍ରପତି, ଖିଚିଂ କୀଚକେଶ୍ବରୀ ମନ୍ଦିର କରିବେ ପରିଦର୍ଶନ

author img

By ETV Bharat Odisha Team

Published : Feb 14, 2024, 8:04 PM IST

President Droupadi Murmu To visit Khiching: ଚଳିତ ଫେବୃଆରୀ 29ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାର ଖିଚିଂ ସ୍ଥିତ ଐତିହାସିକ ମା' କୀଚକେଶ୍ବରୀ ମନ୍ଦିର କରିବେ ପରିଦର୍ଶନ । ଅଧିକ ପଢ଼ନ୍ତୁ

29ରେ ଆସୁଛନ୍ତି ରାଷ୍ଟ୍ରପତି
29ରେ ଆସୁଛନ୍ତି ରାଷ୍ଟ୍ରପତି
29ରେ ଆସୁଛନ୍ତି ରାଷ୍ଟ୍ରପତି

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣିଥରେ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି । ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ଖିଚିଂ ସ୍ଥିତ ଐତିହାସିକ ମା' କୀଚକେଶ୍ବରୀ ମନ୍ଦିର ପହଞ୍ଚିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ମା' କୀଚକେଶ୍ବରୀଙ୍କୁ ଦର୍ଶନ କରିବା ସହିତ ମା'ଙ୍କ ଆଳତୀରେ ଉପସ୍ଥିତ ରହିବେ ରାଷ୍ଟ୍ରପତି ମୁର୍ମୁ । ଏନେଇ ରାଷ୍ଟ୍ରପତିଙ୍କ ଭବନରୁ ମା' କୀଚକେଶ୍ବରୀ ମନ୍ଦିର କମିଟିକୁ ଇ-ମେଲ୍‌ ଯୋଗେ ଖବର ଦିଆଯାଇଛି । ଯାହାର ସୂଚନା ଦେଇଛନ୍ତି ମା' କୀଚକେଶ୍ବରୀ ମନ୍ଦିର କମିଟିର ପରିଚ୍ଛା ଅଜୟ କୁମାର ସାହୁ ।

ତେବେ ରାଷ୍ଟ୍ରପତି ଭବନ ପକ୍ଷରୁ ମା' କୀଚକେଶ୍ବରୀ ମନ୍ଦିର କମିଟିକୁ ଦିଆଯାଇଥିବା ଇ-ମେଲ୍‌ ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ଫେବୃଆରୀ ମାସ ୨୯ ତାରିଖ ଦିନ 10.10 ସମୟରୁ ଦିନ 10.40 ସମୟ ପର୍ଯ୍ୟନ୍ତ ଅଧଘଣ୍ଟା ପର୍ଯ୍ୟନ୍ତ କୀଚକେଶ୍ବରୀ ମନ୍ଦିରରେ ରହି ମା'ଙ୍କ ଦର୍ଶନ ସହ ମା'ଙ୍କ ଆରତୀରେ ସାମିଲ ହେବେ । ତେବେ ଏହି ମନ୍ଦିରକୁ ଆସିବା ପାଇଁ ମନ୍ଦିର କମିଟି ପକ୍ଷରୁ ୨୦୨୩ ମସିହା ଡିସେମ୍ବର ୨୮ ତାରିଖ ଦିନ ଇ-ମେଲ ଯୋଗେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଥିବା ସୂଚନା ମଧ୍ୟ ଦେଇଛନ୍ତି ମନ୍ଦିର ପରିଚ୍ଛା ଅଜୟ କୁମାର ସାହୁ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ମିଳିବା ପରେ ଖିଚିଂ କୀଚକେଶ୍ବରୀ ମନ୍ଦିର କମିଟି ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେଖନ୍ତୁ ସେହି ସମୟର ଦୃଶ୍ୟ

ସେପଟେ ପ୍ରଥମ ଥର ପାଇଁ ଭାରତର ରାଷ୍ଟ୍ରପତି ଖିଚିଂ ସ୍ଥିତ ମା' କୀଚକେଶ୍ବରୀଙ୍କ ମନ୍ଦିର ପରିଦର୍ଶନରେ ଆସୁଥିବା ବେଳେ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ଏହା ତାଙ୍କର ତୃତୀୟ ଥର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ଏଥିରେ ସେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କୀଚକେଶ୍ବରୀଙ୍କ ମନ୍ଦିର ପରିଦର୍ଶନ ସହ ମା'ଙ୍କ ଆଶୀର୍ବାଦ ଲାଭ କରିବେ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ଖବର ମିଳିବା ପରେ ଖିଚିଂବାସୀଙ୍କ ସମେତ ସମଗ୍ର ଜିଲ୍ଲାବାସୀଙ୍କୁ ବେଶ ଉତ୍ସାହିତ କରିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.