ETV Bharat / state

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି - President Droupadi Murmu

Utkal University Convocation: ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ୧୬୬ ଜଣଙ୍କୁ ପିଏଚଡି ଡିଗ୍ରୀ ଏବଂ ୧୦୬ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିବେ । ଅଧିକ ପଢନ୍ତୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
President Droupadi Murmu
author img

By ETV Bharat Odisha Team

Published : Feb 27, 2024, 7:23 AM IST

ଭୁବନେଶ୍ୱର: ଆସନ୍ତା 28 ତାରିଖରେ (ଆସନ୍ତାକାଲି) ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ଫେବୃଆରୀ ୨୯ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେବେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପିଏଚଡି ଡିଗ୍ରୀ, ସ୍ବର୍ଣ୍ଣପଦକ ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ପିଏଚଡି ଏବଂ ସ୍ବର୍ଣ୍ଣପଦକ ନେବାକୁ ପଞ୍ଜିକରଣ ପାଇଁ ପରୀକ୍ଷା ନିୟନ୍ତ୍ରକଙ୍କ ଡ.ଚିନ୍ମୟ ପ୍ରଧାନ ପରାମର୍ଶ ଦେଇଛନ୍ତି । ଛାତ୍ରଛାତ୍ରୀ https://www.onlinesbi.sbi/sbicollect/icollecthome.htm?corpID=370730 ଏବଂ https://ddce.uuems.in ଲିଙ୍କରେ ପଞ୍ଜିକରଣ କରିପାରିବେ ।

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ପାଖାପାଖି ୧୬୬ ଜଣ ଛାତ୍ରଛାତ୍ରୀ ପିଏଚ୍‍ଡି ଡିଗ୍ରି ଓ ୧୦୬ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । ସୁରକ୍ଷା ଦୃଷ୍ଟିରୁ ଉତ୍ସବ ସ୍ଥଳକୁ ପ୍ରବେଶ ଉପରେ କଟକଣା ଲଗାଯିବ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପରେ ରାଷ୍ଟ୍ରପତି କିଛି ସମୟ ପାଇଁ ଛାତ୍ରଛାତ୍ରୀଙ୍କୁ ଭେଟିପାରନ୍ତି । ବିଶ୍ୱବିଦ୍ୟାଳୟରେ ୩୦ରୁ ଊର୍ଦ୍ଧ୍ୱ ବିଭାଗରେ ୪୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଠାରେ ୯ଟି ଉତ୍କର୍ଷ କେନ୍ଦ୍ର, ସହବନ୍ଧିତ ଆଇନ ମହାବିଦ୍ୟାଳୟ ଓ ଗୋଟିଏ ଦୂର ନିରନ୍ତର ନିର୍ଦ୍ଦେଶାଳୟ ରହିଛି । ବର୍ତ୍ତମାନ ୧୭ଟି ସ୍ୱୟଂଶାସିତ କଲେଜ ସମେତ ୩୮୦ରୁ ଅଧିକ ଅନୁବନ୍ଧିତ ମହାବିଦ୍ୟାଳୟରେ ୨.୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-28ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ବ୍ଲୁ ବୁକ୍ SOP ଅନୁସାରେ ଦିଆଯିବ ସୁରକ୍ଷା

ଉତ୍କଳ ବିଶ୍ବବିଦ୍ୟାଳୟ କ୍ରମାଗତ ଭାବେ ଜାତୀୟ ରାଙ୍କିଙ୍ଗରେ ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଉଛି । ଆଞ୍ଚଳିକ ସ୍ତରରେ ବୃହତ୍ତର ଗବେଷଣା ପାଇଁ ‘ସେଣ୍ଟର୍‌ ଫର୍‌ ଇନୋଭେସନ୍‌ ଆଣ୍ଡ୍‌ ଇନ୍‌କ୍ୟୁବେସନ (ସିଆଇଆଇ) କାର୍ଯ୍ୟକ୍ଷମ ହୋଇଛି । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ର ଆର୍ଥିକ ସହାୟତାରେ ୧୦ଟି ଓ ବିଶ୍ୱବ୍ୟାଙ୍କ ଆର୍ଥିକ ଅନୁଦାନରେ ୩ଟି ଉତ୍କର୍ଷ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସଗୁଡ଼ିକର ନବୀକରଣ କରାଯାଇଛି ।

ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସମେତ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏହି ଅବସରରେ ଦେଶରେ ପ୍ରତିଷ୍ଠା ଲାଭ କରିଥିବା ୩ଜଣ ଓଡ଼ିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.