ETV Bharat / state

ଭୀମ ଭୋଇଙ୍କ ଆଦର୍ଶରେ ଯୁବପିଢି ଅନୁପ୍ରାଣିତ ହୁଅନ୍ତୁ: ରାଷ୍ଟ୍ରପତି

President Visits Sambalpur: ଭୀମ ଭୋଇଙ୍କ ପୀଠ ପରିଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୀମ ଭୋଇଙ୍କ ଆଦର୍ଶରେ ଯୁବପିଢିଙ୍କୁ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି । ଅଧିକ ପଢନ୍ତୁ

President Visits Sambalpur
President Visits Sambalpur
author img

By ETV Bharat Odisha Team

Published : Mar 2, 2024, 8:35 PM IST

President Visits Sambalpur

ସମ୍ବଲପୁର: ରେଢ଼ାଖୋଲ ଗସ୍ତରେ ଆସିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ସେ ସନ୍ଥ କବି ଭୀମ ଭୋଇଙ୍କ ଜନ୍ମ ପୀଠ ପରିଦର୍ଶନ କରିଥିଲେ । ଏହାସହ ରେଢ଼ାଖୋଲ ସହର ମିନି ଷ୍ଟାଡିୟମରେ ମହିମା ଧର୍ମବଲମ୍ବୀଙ୍କ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ମହିମା ଧର୍ମାବଲମ୍ବୀ ସାମିଲ ହୋଇଥିଲେ । ମହାମହିମ ରାଷ୍ଟ୍ରପତି ଦିନ 11ଟାରେ କଦଳୀଗଡ଼ ହାଇସ୍କୁଲ ପଡିଆରେ ତିଆରି ହୋଇଥିବା ହେଲିପ୍ୟାଡରେ ପହଞ୍ଚିଥିଲେ ।

ମଧୁପୁର ସ୍ଥିତ ଭୀମ ଭୋଇଙ୍କ ପ୍ରାପ୍ତି ପୀଠ ପରିଦର୍ଶନ କରିଥିଲେ । ସେଠାରେ ସେ ଛୋଟ ଛୋଟ ପିଲାଙ୍କୁ ଚକୋଲେଟ ବାଣ୍ଟିବା ସହ ବୃକ୍ଷ ରୋପଣ କରିଥିଲେ । ଏହାପରେ ମହାମହିମ ଭୀମ ଭୋଇଙ୍କ ଜ୍ଞାନ ପୀଠ କନ୍ଧରାକୁ ଯାଇ ପରିଦର୍ଶନ କରିଥିଲେ । ଏହାପରେ ଭୀମ ଭୋଇଙ୍କ ସିଦ୍ଧି ପୀଠ କାଙ୍କଣପଡା ଯାଇ ଗାଁ ଦାଣ୍ଡରେ ଚାଲି ଚାଲି ବୁଲିଥିଲେ। ସେଠାରେ ଥିବା ଅଖଣ୍ଡ ଦୀପରେ ଘିଅ ଢାଳିଥିଲେ ଓ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ପରେ ମହାମହିମ ରେଢ଼ାଖୋଲ ପିଏଚଡି ଆଇବିରେ ମଧ୍ୟାହ୍ନ ଭୋଜନ କରି ଅପରାହ୍ନ 3ଟାରେ ରେଢ଼ାଖୋଲ ମିନି ଷ୍ଟାଡିୟମରେ ଅନୁଷ୍ଠିତ ମହିମା ଧର୍ମ ଉପାସକଙ୍କ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ମହିମା ଧର୍ମପୀଠ କନ୍ଧରାରେ ରାଷ୍ଟ୍ରପତି, ସନ୍ଥକବି ଭୀମଭୋଇଙ୍କୁ କଲେ ସ୍ମରଣ

ଏହା ମଧ୍ୟ ପଢନ୍ତୁ...ବାଲୁକାରେ ରାଷ୍ଟ୍ରପତିଙ୍କ ପ୍ରତିଛବି, ମହାମହିମଙ୍କୁ ପ୍ରଦାନ କଲେ ବାଲୁକାଶିଳ୍ପୀ

ନାଗରିକ ସମ୍ମାନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ରଖିଥିଲେ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, "ଭୀମ ଭୋଇଙ୍କ ଜନ୍ମ ପୀଠକୁ ଆସି ଗୌରବାନ୍ବିତ ଅନୁଭବ ହୋଇଛି । ଏଠାକୁ ଯାଇ ଦିବ୍ୟ ଅନୁଭୂତି ଅନୁଭବ ହୋଇଛି । ଭୀମ ଭୋଇ ସାଧାରଣ ପରିବାରର ଅସାଧାରଣ ବ୍ୟକ୍ତିତ୍ୱ ଅଟନ୍ତି କୌଣସି ଆନୁଷ୍ଠାନିକ ଶିକ୍ଷା ନଥାଇ ମଧ୍ୟ ସେ ଉଚ୍ଚ ଶିକ୍ଷା ହାସଲ କରିଥିଲେ । ତାଙ୍କର ଦୃଷ୍ଟି ଶକ୍ତି ନଥିଲେ ମଧ୍ୟ ତାଙ୍କର ଅନ୍ତଃଦୃଷ୍ଟି ଥିଲା l ତାଙ୍କର ରଚିତ ପଦ୍ୟକୁ ଆଜି ପାଠ କରାଯାଉଛି । ଏହି ମହିମା ଧର୍ମ ଆଜି ଦୂର ଦୁରାନ୍ତକୁ ବ୍ୟାପିଛି । ଭୀମ ଭୋଇ ସମାଜରେ ସମାନତା ଆଣିବାକୁ ନିଜକୁ ସମର୍ପଣ କରିଥିଲେ । ଭୀମ ଭୋଇଙ୍କ ଆଦର୍ଶ ଯୁବପିଢି ପାଇଁ ଆଦର୍ଶ ହେଉ ।"

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.