ETV Bharat / state

ଦିଅର ହାତରୁ ମୁଢ଼ି ଗ୍ରହଣ କଲେ ରାଷ୍ଟ୍ରପତି, ଝିଆରୀକୁ ଦେଲେ ଚକୋଲେଟ୍ - DROUPADI MURMU MET RELATIVES

ଘର ତିଆରି ମୁଢ଼ି ଧରି ରାଷ୍ଟ୍ରପତିଙ୍କୁ ଭେଟିବାକୁ ଆସିଥିଲେ ଦିଅର ଏବଂ ଝିଆରୀ । ଭାଉଜ ଦ୍ରୌପଦୀ ମୁର୍ମୁଙ୍କୁ ଦେଖି ଖୁସିରେ ବିଭୋର ସମ୍ପର୍କୀୟ ।

DROUPADI MURMU MET HIS RELATIVES
DROUPADI MURMU MET HIS RELATIVES (ETV BHARAT ODISHA)
author img

By ETV Bharat Odisha Team

Published : Dec 7, 2024, 11:59 AM IST

ରାଇରଙ୍ଗପୁର (ମୟୂରଭଞ୍ଜ): ଦେଶର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ । କିନ୍ତୁ ଏସବୁ ତାଙ୍କ ସମ୍ପର୍କୀୟ ମଧ୍ୟରେ ଥିବା ସ୍ନେହ ଶ୍ରଦ୍ଧାକୁ ଭୁଲିବାକୁ ଦେଇନାହିଁ । ଜନ୍ମମାଟି ଉପରବେଡ଼ାରେ ଗାଁ ଲୋକମାନଙ୍କ ସହ ସାକ୍ଷାତ ଆଲୋଚନା ହେଉ କିମ୍ବା, ରାସ୍ତାରେ ଗାଁ ଲୋକଙ୍କ ସହ ନୃତ୍ୟ କରିବା କିମ୍ବା ବାସଭବନରେ ସଂପର୍କୀୟମାନଙ୍କ ସହ ମନଖୋଲି କଥାବାର୍ତ୍ତା ହେବା, ଏ ସମସ୍ତ ଘଟଣା ମହାମହିମଙ୍କ ଜନ୍ମମାଟି ପ୍ରୀତିକୁ ଦର୍ଶାଉଛି ।

ଭାଉଜ ଦ୍ରୌପଦୀଙ୍କ ପାଇଁ ମୁଢ଼ି ଆଣିଥିଲେ ଦିଅର:

ମୟୂରଭଞ୍ଜ ମହୁଲଡିହା ବାସଭବନରେ ସମୟ କଟାଇଥିଲେ ରାଷ୍ଟ୍ରପତି । ଏହି ସମୟରେ ତାଙ୍କୁ ଭେଟିଥିଲେ ତାଙ୍କ ଦିଅର ଓ ଝିଆରୀ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପାଖରେ ପାଇ ସମ୍ପର୍କୀୟଙ୍କ ଖୁସି କହିଲେ ନସରେ । ଭାଉଜଙ୍କୁ ରାଷ୍ଟ୍ରପତି ଭାବେ ଦେଖି ଦିଅର ସୁରେନ୍ଦ୍ର ନନ୍ଦଙ୍କ ଛାତି ଖୁସିରେ କୁଣ୍ଡେ ମୋଟ । ଆଉ ଝିଆରୀକୁ ଦେଖି ହାତରେ ଚକୋଲେଟ ଧରାଇ ଦେଇଥିଲେ ମହାମହିମ । ଦିଅର ସୁରେନ୍ଦ୍ର ନିଜ ଘରେ ତିଆରି ମୁଢ଼ି, ଭାଉଜ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଥିଲେ ।

DROUPADI MURMU MET RELATIVES (ETV BHARAT ODISHA)

ରାଷ୍ଟ୍ରପତିଙ୍କୁ ଭେଟିଲେ ସମ୍ପର୍କୀୟ:

ଗତକାଲି(ଶୁକ୍ରବାର) ମହାମହିମ ମହୁଲଡିହାସ୍ଥିତ ନିଜ ବାସଭବନରେ ରାତ୍ରୀଯାପନ ସହିତ ରାତ୍ରୀଭୋଜନ କରିଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମହାମହିମଙ୍କ ଘର ସମ୍ମୁଖରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏସବୁ ଭିତରେ କିଛି ସମ୍ପର୍କୀୟ ଓ କିଛି ଆତ୍ମୀୟ ସ୍ବଜନ ମହାମହିମଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଦୀର୍ଘ ୪୦ ବର୍ଷ ଧରି ମହାମହିମଙ୍କ ସହିତ ସମ୍ପର୍କ ଥିବା ରାଇରଙ୍ଗପୁରର ଦିଅର ସୁରେନ୍ଦ୍ର ନନ୍ଦ ଓ ତାଙ୍କ କୁନି ଝିଆରୀ ପରୀ ନନ୍ଦ ରାଷ୍ଟ୍ରପତିଙ୍କୁ ଭେଟି ସୁଖ ଦୁଃଖ ଆଲୋଚନା କରିଥିଲେ।

DROUPADI MURMU MET  RELATIVES

ଏହା ମଧ୍ୟ ପଢନ୍ତୁ-ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବେ ରାଷ୍ଟ୍ରପତି

ଏହା ମଧ୍ୟ ପଢ଼ନ୍ତୁ-'ଉପରବେଡ଼ା ଗାଁ ନୁହେଁ, ମୋ ପରିବାର'; ଜନ୍ମମାଟିକୁ ଏଭଳି କହିଲେ ରାଷ୍ଟ୍ରପତି

ଏହା ମଧ୍ୟ ପଢନ୍କୁ- ଜନ୍ମମାଟି ଯିବେ ରାଷ୍ଟ୍ରପତି: ସଜେଇ ହେଉଛି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ

ରାଷ୍ଟ୍ରପତି ହେବା ପରେ ବି ବଦଳି ନାହାନ୍ତି ମହାମହିମ : ସୁରେନ୍ଦ୍ର

ସୁରେନ୍ଦ୍ର ନନ୍ଦ ମହାମହିମଙ୍କ ପାଇଁ ମୁଢ଼ି ନେଇ ଯାଇଥିଲେ । ଏହାକୁ ସେ ଗ୍ରହଣ ମଧ୍ୟ କରିଥିଲେ । ରାଷ୍ଟ୍ରପତି ପ୍ରତ୍ୟେକ ଥର ଓଡ଼ିଶା ଗସ୍ତରେ ଆସିଲେ ସୁରେନ୍ଦ୍ର ନନ୍ଦ ଦେଖା କରନ୍ତି ଓ ସେ ଭାଉଜ ବୋଲି ସମ୍ବୋଧନ କରନ୍ତି । ସୁରେନ୍ଦ୍ର ନନ୍ଦ କହିଛନ୍ତି, ''ଦ୍ରୌପଦୀ ମୁର୍ମୁଙ୍କ ସହ ଆମର ଦୀର୍ଘ ବର୍ଷର ସମ୍ପର୍କ । ମୋତେ ଘର ବିଷୟରେ ଓ ନିଜ ବିଷୟରେ ପଚାରିଲେ । ତମେ କହିଁକି କଥା ହୁଏ ମୁଁ । ଭାଉଜ ରାଷ୍ଟ୍ରପତି ମୁଁ ବହୁତ ଖୁସି । ସେ ପୂର୍ବରୁ ମନ୍ତ୍ରୀ, ରାଜ୍ୟପାଳ ଓ ଏବେ ରାଷ୍ଟ୍ରପତି ହୋଇ ମଧ୍ୟ ବଦଳି ନାହାନ୍ତି । ଆଜି ସେ ଜଳଖିଆରେ ପରଟା, ବରା ଓ ଇଡିଲି ଖାଇଥିଲେ। ଯେଉଁଟାକୁ ଘରେ ତିଆରି ହୋଇଥିଲା । ''

ଝିଆରୀକୁ ଚକୋଲେଟ ଦେଲେ ରାଷ୍ଟ୍ରପତି:

ସେହିପରି ଝିଆରୀ ସହ ମଧ୍ୟ ରାଷ୍ଟ୍ରପତି କଥା ହୋଇଥିଲେ । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନିଜେ ମଧ୍ୟ ରାଷ୍ଟ୍ରପତି ହେବେ ବୋଲି କହିଛନ୍ତି ଝିଆରୀ ପରୀ । ଝିଆରୀ ପରୀ କହିଛନ୍ତି, ''ମୋତେ ରାଷ୍ଟ୍ରପତି କେମିତି ଅଛ ବୋଲି ପଚାରିଲେ, ପାଠ ବିଷୟରେ ମଧ୍ୟ ପଚାରିଲେ । ଚକୋଲେଟ ଦେଇଛନ୍ତି । ମୁଁ ବି ବଡ ହେଲେ ରାଷ୍ଟ୍ରପତି ହେବି । ''

ଆଜି(ଶନିବାର) ବାଙ୍ଗିରିପୋଷିରେ ରାଷ୍ଟ୍ରପତିଙ୍କ ଦ୍ବାରା ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ । ପରେ ସେଠାରୁ କଲେଇକୁଣ୍ଡା ଏୟାରବେସରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.