ETV Bharat / state

ଜାତୀୟ ଶିକ୍ଷକ ପୁରସ୍କାର: ରାଷ୍ଟ୍ରପତିଙ୍କଠୁ ପୁରସ୍କୃତ ହେଲେ ଓଡ଼ିଶାର ଦୁଇ ଶିକ୍ଷକ - National Teachers Award 2024

author img

By ETV Bharat Odisha Team

Published : Sep 5, 2024, 10:17 PM IST

National Teachers Award 2024: ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ଜଣ ଶିକ୍ଷକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଏଥିସହ ମୋଟ 82 ଜଣଙ୍କୁ ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

National Teachers Award 2024
National Teachers Award 2024 (ETV Bharat Odisha)

ଭୁବନେଶ୍ବର/ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଗୁରୁ ଦିବସ । ଏହି ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ପୁରସ୍କାର 2024 ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କ ସମେତ ମୋଟ 82 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ଓଡ଼ିଶାର ଦୁଇ ଶିକ୍ଷକ ହେଲେ କଳାହାଣ୍ଡିର ସନ୍ତୋଷ କୁମାର କର ଓ ରାୟଗଡାର ଦ୍ବିତୀଚନ୍ଦ୍ର ସାହୁ । ଏହି ଅବସରରେ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ, ମହିଳାଙ୍କ ସମ୍ମାନ କେବଳ ଶବ୍ଦରେ ନୁହେଁ ବ୍ୟବହାରରେ ହେବା ଆବଶ୍ୟକ । ଶିକ୍ଷକ ମାନେ ଛାତ୍ରଛାତ୍ରୀଙ୍କୁ ଏପରି ଶିକ୍ଷା ପ୍ରଦାନ କରିବା ଆବଶ୍ୟକ ଯେପରି ସେମାନେ ମହିଳାଙ୍କୁ ଉଚିତ୍‌ ବ୍ୟବହାର କରିବେ ।

National Teachers Award
National Teachers Award (ETV Bharat Odisha)

ଓଡ଼ିଶାର କେଉଁ ଜିଲ୍ଲାର ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର:
କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାରେ ଜନଜାତି ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ସମର୍ପିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଜାତୀୟ ଶିକ୍ଷକ ପୁରସ୍କାର
ଜାତୀୟ ଶିକ୍ଷକ ପୁରସ୍କାର (ETV Bharat Odisha)
ଦେଶର 82 ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର:

ରାଷ୍ଟ୍ରପତି ଆଜି ବିଜ୍ଞାନ ଭବନ ଠାରେ 82 ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍‌ ସମେତ ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Odisha Teacher National Award:୨ ଓଡ଼ିଆ ଶିକ୍ଷକଙ୍କୁ ମିଳିବ ଜାତୀୟ ଶିକ୍ଷକ ସମ୍ମାନ, ଗୁରୁ ଦିବସରେ ସମ୍ମାନିତ କରିବେ ରାଷ୍ଟ୍ରପତି
ରାଜ୍ୟରେ ୪୪ ହଜାର ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ:

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଓଡିଆ ଭାଷାବୃତ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଏବଂ ଦ୍ବାଦଶ ବୋର୍ଡର ଶ୍ରେଷ୍ଠ ବିଦ୍ୟାର୍ଥୀ ଏବଂ ଉଚ୍ଚ ମାଧ୍ୟମିକ ବୋର୍ଡର ୩୯୧ଜଣ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହା ବ୍ୟତୀତ ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୩୦ଟି ଜିଲ୍ଲାର ୪୪ ହଜାର ୭୨୮ ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ରାଜ୍ୟସ୍ତରରେ ୨୮୭, ଜିଲ୍ଲାସ୍ତରରେ ୩ ହଜାର ୧୨୮, ବ୍ଲକସ୍ତରରେ ୩୨ ହଜାର ୨୦୮ ଏବଂ ମହାନଗରନିଗମ ସ୍ତରରେ ୧ ହଜାର ୯୦୩ଜଣ ବିଦ୍ୟାର୍ଥୀଙ୍କୁ “ମେଧାବୀ ବିଦ୍ୟାର୍ଥୀ ପୁରସ୍କାର” ପ୍ରଦାନ କରାଯାଇଛି । ସେହିପରି ରାଜ୍ୟର ସର୍ବମୋଟ୍ ୭ ହଜାର ୧୬୦ ଜଣ ବିଦ୍ୟାର୍ଥୀଙ୍କୁ “ଓଡ଼ିଆ ଭାଷା ବୃତ୍ତି” ପୁରସ୍କାର ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଏବଂ ମାଧ୍ୟମିକ ଶିକ୍ଷା ପରିଷଦର ଦ୍ବାଦଶ ବୋର୍ଡ଼ର ଶ୍ରେଷ୍ଠ ୪୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ।

ଜିଲ୍ଲାସ୍ତରୀୟ ପୁରସ୍କାର (ETV Bharat Odisha)
ଜିଲ୍ଲାସ୍ତରୀୟ ପୁରସ୍କାର: ଖୋର୍ଦ୍ଧା ଜିଲ୍ଲାର ୧୦୧ ଜଣ ମେଧାବୀ ବିଦ୍ୟାର୍ଥୀ ଏହି ଜିଲ୍ଲାସ୍ତରୀୟ ପୁରସ୍କାର ପାଇବାପାଇଁ ମନୋନୀତ ହୋଇ ପ୍ରତ୍ୟେକ ବିଦ୍ୟାର୍ଥୀ ୧୦ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ପାଇବେ ।
ଜିଲ୍ଲାସ୍ତରୀୟ ପୁରସ୍କାର

ବ୍ଲକ୍ ସ୍ତରୀୟ ପୁରସ୍କାର: ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୦ଟି ବ୍ଳକର ବ୍ଲକସ୍ତରୀୟ ପୁରସ୍କାର ନିମନ୍ତେ ପ୍ରତ୍ୟେକ ବ୍ଲକରୁ ୧୦୦ ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ମୋଟ ୧୦୩୩ ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ନିସ୍ବାର୍ଥପର ସେବାର ଜୀବନ୍ତ ମୂର୍ତ୍ତି, ଗୁରୁ ଦିବସରେ ଜାଣନ୍ତୁ କିଏ ଶ୍ରେଷ୍ଠ ଗୁରୁ

ଓଡ଼ିଆଭାଷା ବୃଦ୍ଧି: ବିଦ୍ୟାର୍ଥୀମାନଙ୍କର ଓଡ଼ିଆ ଭାଷା ଜ୍ଞାନର ଅଭିବୃଦ୍ଧି କରିବା ନିମନ୍ତେ ସେମାନଙ୍କ ମନରେ ଉସାହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଅର୍ଥରାଶି ଓଡ଼ିଆ ଭାଷାବୁରି ରୂପେ ପ୍ରଦାନ କରାଯାଇଅଛି । ଚଳିତବର୍ଷ ଆମ ଜିଲ୍ଲାରୁ ୨୫୦ ଜଣ ମେଧାବୀ ବିଦ୍ୟାର୍ଥୀ ଏହି ବୃଦ୍ଧି ପାଇଁ ମନୋନୀତ ହୋଇଛନ୍ତି। ମେଧାବୃରି (Means-cum Merit Scholarship): ଚଳିତବର୍ଷ ନିମ୍ନ ଆୟ ବର୍ଗ ଭିଭିନ ମେଧା ବୃଦ୍ଧି ତାଲିକାରେ ଖୋର୍ଦ୍ଧା ଜିଲ୍ଲାର ୧୨୩ ଜଣ ଦିଦ୍ୟାର୍ଥୀ ସ୍ଥାନିତ ହୋଇଛନ୍ତି । ଏହି ଦୂରିରେ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.