ETV Bharat / state

ରଥଯାତ୍ରା ପ୍ରସ୍ତୁତି ବୈଠକ, ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ - Ratha Yatha Preparatory Meeting

author img

By ETV Bharat Odisha Team

Published : Apr 16, 2024, 6:08 PM IST

Ratha Yatha Preparatory Meeting: ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । ପ୍ରତ୍ୟେକ ବିଭାଗ ସେମାନଙ୍କ ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରାମର୍ଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ରଥଯାତ୍ରା ପ୍ରସ୍ତୁତି ବୈଠକ
ରଥଯାତ୍ରା ପ୍ରସ୍ତୁତି ବୈଠକ

ରଥଯାତ୍ରା ପ୍ରସ୍ତୁତି ବୈଠକ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି ବୈଠକ । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମ୍ମିଳିତ ଉଦ୍ୟମ ଓ ପାରସ୍ପରିକ ସହଯୋଗ ଦ୍ବାରା ରଥଯାତ୍ରାକୁ ସଫଳତାର ସହ ଶେଷ କରିବା ଏବଂ ଚଳିତବର୍ଷ ନିର୍ବାଚନ ସହ ରଥଯାତ୍ରାର ଆୟୋଜନ ପ୍ରଶାସନ ପାଇଁ ବଡ ଆହ୍ଵାନ । ତେଣୁ ପ୍ରତ୍ୟେକ ବିଭାଗ ସେମାନଙ୍କ ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରାମର୍ଶ ଦେଇଛନ୍ତି ।

ଆଜି (ମଙ୍ଗଳବାର) ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ବିଭାଗକୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବୈଠକରେ ପୁରୀ ଏସପି ପିନାକ ମିଶ୍ର ପ୍ରତ୍ୟେକ ବିଭାଗ ତତ୍ପରତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ପିନାକ ମିଶ୍ର ରଥଯାତ୍ରା ପାଇଁ ଆଇନ ଶୃଙ୍ଖଳା ରକ୍ଷାର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ଯାତ୍ରୀମାନଙ୍କ ସୁବିଧା ପାଇଁ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା, ଗାଡ଼ି ଗୁଡିକ ପରିବହନକୁ ସୁନିୟନ୍ତ୍ରିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଏହାସହ ରଥକାଠ ସଂଗ୍ରହ, ରଥ ନିର୍ମାଣ ସମ୍ପର୍କରେ ଦୃଷ୍ଟି ଦେଇ ଶ୍ରୀମନ୍ଦିର ନିତୀ ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଚଳିତ ବର୍ଷ ମେ' ୧୦ ତାରିଖ ଅକ୍ଷୟ ତୃତୀୟାରେ ରଥ ଅନୁକୂଳ, ଜୁନ ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୭ ତାରିଖରେ ଶ୍ରୀଗୁଣ୍ଡିଚା, ଜୁଲାଇ ୧୨ ତାରିଖରେ ଦକ୍ଷିଣ ମୋଡ, ଜୁଲାଇ ୧୪ ତାରିଖରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୧୫ ତାରିଖରେ ବାହୁଡା ଯାତ୍ରା, ଜୁଲାଇ ୧୭ ତାରିଖରେ ସୁନାବେଶ ଓ ୧୮ ତାରିଖରେ ଅଧରପଣା ନିତୀ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି । ସେହିପରି ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ଥିବା ବେଳେ ପୂର୍ବ ବର୍ଷର ୫୩ ଖଣ୍ଡ କାଠ ବଳକା ଥିବାରୁ ଚଳିତ ବର୍ଷ ଆଉ ୮୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି । ଏହାସହ ଜଙ୍ଗଲ ବିଭାଗ ନିର୍ଦ୍ଧାରିତ ସମୟରେ ଏହା ପ୍ରଦାନ କରିବେ । ରଥ ପାଇଁ ବିଭିନ୍ନ ରଙ୍ଗର ୧୫୪୨ ମିଟର ରଥ କପଡା, ଲାଗି ଲୁଗା, ଝୁଣା, ଚନ୍ଦନ କାଠ, ରଥ ଦଉଡି ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ବୋଲି ଜିତେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଗଡିଲା ରୁକୁଣା ରଥ, ଲକ୍ଷାଧିକ ଭକ୍ତଙ୍କ ମେଳିରେ ପ୍ରଭୁ ଲିଙ୍ଗରାଜ - RUKUNA RATHA YATRA 2024

ସେହିପରି ବୈଠକରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ, ପାର୍କିଂ ସ୍ଥଳ, ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ ଏବଂ ସ୍ୱେଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅସୁରକ୍ଷିତ ବିଲ୍ଡିଂର ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ, ଅଗ୍ନି ନିର୍ବାପକ ବ୍ୟବସ୍ଥାର ସମୀକ୍ଷା ଇତ୍ୟାଦିକୁ ଯୁଗ୍ମ ତଦନ୍ତ ମାଧ୍ୟମରେ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ତେବେ ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ସମସ୍ତଙ୍କୁ ସ୍ୱାଗତ, କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.