ଯାଜପୁର: ଆସନ୍ତା ୫ତାରିଖ ଓଡିଶା ଗସ୍ତରେ ଆସୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ବେଣାପୁରଠାରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପ୍ରଶାସନ ପକ୍ଷରୁ ଏନେଇ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ଏନେଇ ଆଜି ରାଜ୍ୟ ପୋଲିସ ପ୍ରଶାସନ ଓ କେନ୍ଦ୍ରୀୟ ପ୍ରତିନିଧି ଦଳ ସମାବେଶ ସ୍ଥଳ ବୁଲି ଦେଖିବା ସହ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଥିଲେ ।
ଏଥିପୂର୍ବରୁ ଚଣ୍ଡିଖୋଲ ଡାକବଙ୍ଗଳା ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁଇନ୍ଦା ବିଭାଗ ମୁଖ୍ୟ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ପୋଲିସ ଆଶିଷ ସିଂଙ୍କ ସମେତ ଯାଜପୁର ଜିଲ୍ଲାପାଳ, ଏସପି ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିରରେ ଉତ୍ସାହ ଦେଖାଦେଇଛି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ-ପାରାଦ୍ବୀପ ୫୩ନଂ ଜାତୀୟ ରାଜପଥର ୮ ଥାକିଆ ରାସ୍ତା ସହ ବିଭିନ୍ନ ପ୍ରକଳ୍ପର ଶିଳନ୍ୟାସ ଓ ଉଦଘାଟନ କରିବାର କାର୍ଯକ୍ରମ ରହିଛି । ଏଥିସହ ପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଧାରଣ ନିର୍ବାଚନ ଆଗକୁ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ରାଜନୈତିକ ବାତାବରଣ ବେଶ ସରଗରମ ହୋଇଛି । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଜିଲ୍ଲା ଗସ୍ତକୁ ନେଇ ବେଶ ଉତ୍ସାହିତ ହେଇ ପଡିଛି ଜିଲ୍ଲା ବିଜେପି ।
ଏହା ମଧ୍ୟ ପଢନ୍ତୁ...ମହିମା ଧର୍ମପୀଠ କନ୍ଧରାରେ ରାଷ୍ଟ୍ରପତି, ସନ୍ଥକବି ଭୀମଭୋଇଙ୍କୁ କଲେ ସ୍ମରଣ
ତେବେ ଏହି ସାଧାରଣ ସଭାରେ କିଭଳି ଲକ୍ଷାଧିକ ଲୋକ ସାମିଲ ହେବ ବିଜେପି ପକ୍ଷରୁ ଜିଲ୍ଲା 10 ବ୍ଲକ ଓ ଦୁଇଟି ପୌର ପରିଷଦରେ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ମାନ କରାଯାଉଛି । ତେବେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନିଶ୍ଚିନ୍ତ ବିଜେପି ପାଇଁ ଏକ ଶୁଭମୁହୂର୍ତ୍ତ ବୋଲି ବିଜେପି ନେତା ମାନେ କହିଛନ୍ତି । ସେପଟେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଇଗଲା । ତେବେ ନିର୍ବାଚନ ସମୟରେ କିଭଳି ଶାନ୍ତିଶୃଙ୍ଖଳା ରହିବ କେନ୍ଦ୍ର ସରକାର ପକ୍ଷରୁ ସିଆରପିଏଫ ଯବାନ ମାନଙ୍କୁ ନିୟୋଜିତ ପାଇଁ ନିର୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ଯାଜପୁର ରୋଡରେ ସିଆରପିଏଫ ଏକ ଟିମ ପହଞ୍ଚିଥିବା ସୂଚନା ମିଳିଛି । ଏହି ଟିମ ବ୍ୟାସନଗର କଲେଜ ପରିସରରେ ରହି ଜିଲ୍ଲା ଗତିବିଧି ଉପରେ ନଜର ରଖିବ ବୋଲି ସୂଚନା ମିଳିଛି l
ଇଟିଭି ଭାରତ, ଯାଜପୁର