ETV Bharat / state

ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ପର୍ବ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

author img

By ETV Bharat Odisha Team

Published : Mar 5, 2024, 10:30 PM IST

Preparation for Pankodhar Ekadashi in Puri: ରାତି ପାହିଲେ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହେବାକୁ ଯାଉଛି । ସେନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଧିକ ପଢ଼ନ୍ତୁ,

ପଙ୍କୋଦ୍ଧାର ଏକାଦଶୀ ପାଇଁ ଚଳଚଞ୍ଚଳ ଲୋକନାଥ ପୀଠ

ପୁରୀ: ରାତି ପାହିଲେ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହେବାକୁ ଯାଉଛି । ସେନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଗହଳୀକୁ ନଜରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଯାହାର ସୂଚନା ପୁରୀ ଏସପି ପିନାକ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଦେଇଛନ୍ତି । ତେବେ ଏକାଦଶୀର ଦୁଇ ଦିନପରେ ପ୍ରସିଦ୍ଧ ଜାଗର ପର୍ବ ପାଳନକୁ ନେଇ ମଧ୍ୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ବୁଧବାର ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ପାଳନ ହେବ। ଯାହା ପାଇଁ ଚଳଚଞ୍ଚଳ ହୋଇଯାଇଛି ଲୋକନାଥଙ୍କ ପୀଠ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାରେ ଅପେକ୍ଷା କରିରହିଛନ୍ତି। ପ୍ରତିବର୍ଷର ଏହି ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ବର୍ଷ ସାରା ପ୍ରଭୁଙ୍କ ଉପରେ ଭକ୍ତ ଦେଉଥିବା ବେଲପତ୍ର ଏବଂ ଫୁଲରେ ପ୍ରଭୁ ଘୋଡେଇ ହୋଇ ରହିଥାନ୍ତି ତେଣୁ ଦର୍ଶନ ସମ୍ଭବ ହୋଇନଥାଏ। ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୂଙ୍କ ଉପରୁ ବର୍ଷ ତମାମ ପଡ଼ି ରହିଥିବା ବେଲ ପତ୍ର, ଫୁଲ କଡା ଯାଏ। ଏଣୁ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥାଏ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସୁବିଧା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛି।

ଏହା ମଧ୍ୟ ପଢ଼ନ୍ତୁ.... ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ: ରୋକିବା ପାଇଁ ଖୁବଶୀଘ୍ର ଏସଓପି ଆଣିବ ପ୍ରଶାସନ

ହଜାର ହଜର ଭକ୍ତ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିଗେଟ ବ୍ୟବସ୍ଥା, ଧାଡ଼ି ବ୍ୟବସ୍ଥା ସହିତ ଭକ୍ତ କିଭଳି ଶିଘ୍ର ଦର୍ଶନ କରିପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ରଖାଯାଇଛି। ଚୋରି, ଛିନତାଇ, ଗଣ୍ଡଗୋଳକୁ ରୋକିବା ପାଇଁ 8 ପ୍ଲାଟୁନ ପୋଲିସ ଫୋର୍ସ ସହ ସାଧା ପୋଷାକରେ ପୋଲିସ ମୁତୟନ ରହିବେ ବୋଲି ଏସପି ପିନାକ ସୂଚନା ଦେଇଛନ୍ତି ।।2 ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ଵରେ ରହିବେ। ସେପଟେ ଶୁକ୍ରବାର ପ୍ରଭୂ ଲୋକନାଥଙ୍କ ପୀଠରେ ପାଳନ ହେବ ପ୍ରସିଦ୍ଧ ଜାଗର ପର୍ବ। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ହେବାର ସମ୍ଭାବନା ଥିବାରୁ ସେଠାରେ ମଧ୍ୟ ପୋଲିସ ଫୋର୍ସ ମୁତୟନ କରାଯିବ। ତେବେ ଶାନ୍ତି ଶୃଙ୍ଖଳାରେ କିଭଳି ପ୍ରଭୁ ଲୋକନାଥଙ୍କ ପ୍ରସିଦ୍ଧ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ପର୍ବ ପାଳନ ହେବ ତାହା ଉପରେ ପୋଲିସର ଦୃଷ୍ଟି ଥିବା ପୁରୀ ଏସପି ପିନାକ ମିଶ୍ର କହିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.