ETV Bharat / state

ଭୁଲ ଇଞ୍ଜେକସନ ନେଲା ପ୍ରସୂତିଙ୍କ ଜୀବନ ! ନ୍ୟାୟ ଦାବି କଲେ ପରିବାର - ପ୍ରସୂତିଙ୍କ ମୃତ୍ୟୁ

Pregnant Woman Dies After Wrong Injection: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପିପଲପଦର ଏମସିଏଚରେ ପ୍ରସୂତିଙ୍କ ମୃତ୍ୟୁ । ଭୁଲ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାରର ଅଭିଯୋଗ । ଅଧିକ ପଢନ୍ତୁ,

ଭୁଲ ଇଞ୍ଜେକସନ ନେଲା ପ୍ରସୂତିଙ୍କ ଜୀବନ , ନ୍ୟାୟ ଦାବି କଲେ ପରିବାରବର୍ଗ

author img

By ETV Bharat Odisha Team

Published : Feb 8, 2024, 4:34 PM IST

ଭୁଲ ଇଞ୍ଜେକସନ ନେଲା ପ୍ରସୂତିଙ୍କ ଜୀବନ , ନ୍ୟାୟ ଦାବି କଲେ ପରିବାରବର୍ଗ

ବଲାଙ୍ଗୀର : ପୁଣି ସାମ୍ନାକୁ ଆସିଛି ରାଜ୍ୟରେ ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର । ଆଉ ଏଥିପାଇଁ ଚାଲିଯାଇଛି ଜଣେ ମହିଳାଙ୍କ ଜୀବନ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳରୁ । ଟିଟିଲାଗଡ଼ ପିପଲପଦର ଏମସିଏଚରେ ଜଣେ ପ୍ରସୂତିଙ୍କର ଚାଲିଯାଇଛି ଜୀବନ । ଭୁଲ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ଟିଟିଲାଗଡ଼ ଶିହିନି ଗାଁର ବିମଲ ଛତରଙ୍କ ସ୍ତ୍ରୀ ବିନୋଦିନୀ ଛତର ଗର୍ଭବତୀ ଥିଲେ । ପ୍ରସବ ସମୟ ଆସିବାରୁ ତାଙ୍କୁ ଗତ 2 ତାରିଖ ଦିନ ଟିଟିଲାଗଡ ମାତୃ ଓ ଶିଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଗତ 3 ତାରିଖ ଦିନ ଗର୍ଭବତୀ ମହିଳାଙ୍କୁ ଏକ ମୃତ ଶିଶୁକୁ ଜନ୍ମ ହୋଇଥିଲା । ସେପଟେ ମହିଳାଙ୍କର ଅବସ୍ଥା ଠିକ୍ ନଥିବା ବେଳେ ତାଙ୍କର ଚିକିତ୍ସା କ୍ରମାଗତ ଭାବେ ଏଠି ଚାଲିଥିଲା । ହେଲେ ଆଜି ଭୋର ସକାଳ ସମୟରେ ରାଉଣ୍ଡରେ ଥିବା ଡାକ୍ତର ଜଣକ ଆସି ତାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ନାହିଁ ନାହିଁରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ; ମିଳୁନି ଆବଶ୍ୟକୀୟ ଚିକିତ୍ସା ସୁବିଧା

ଇଞ୍ଜେକସନ ଦେବାର 5 ମିନିଟ ପରେ ପ୍ରସୂତି ମହିଳାଙ୍କ ମୁହଁରୁ ଫେଣ ବାହାରିବା ସହ ସେ ଆହୁରି ଗୁରୁତର ହୋଇଥିଲେ ଏବଂ ତାଙ୍କର ଏଥିରେ ମୃତ୍ୟୁ ହୋଇଥିଲା । ଯାହା ପରେ ଭୁଲ ଇଞ୍ଜେକସନ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ଆଣି ମୃତକଙ୍କ ପରିବାର ଏମସିଏଚ ହସ୍ପିଟାଲରେ ହଙ୍ଗାମା କରିଥିଲେ । ସେପଟେ ଘଟଣା ଖବର ପାଇ ନିଜେ ଘଟଣା ସ୍ଥଳରେ ଟିଟିଲାଗଡ ଏସଡିପିଓ ଓ ପୋଲିସ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ଦେଖାଦେବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ମହିଳାଙ୍କ ମୃତ୍ୟୁକୁ ନେଇ ସମ୍ପର୍କ ବାଗ୍ କହିଛନ୍ତି ଯେ, "ମହିଳା ଜଣକ ୫ ଦିନ ପୂର୍ବରୁ ଠିକ୍ ଠାକ୍ ଥିଲେ । କିନ୍ତୁ ସାମାନ୍ୟ ଅସୁସ୍ଥ ଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ଜଣେ ଡାକ୍ତର ତାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ । ଯାହାପରେ ତାଙ୍କର ମୃତ୍ୟୁ ହୋଇଥିଲା । " ତେଣୁ ଏ ସମ୍ପର୍କରେ ସିସିଟିଭି ପ୍ରମାଣ ଅଛି ଏବଂ ପୋଲିସ ଏହାର ତଦନ୍ତ କରି ପଦକ୍ଷେପ ନେଉ ବୋଲି ସେ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.