ETV Bharat / state

ଗାଁକୁ ନାହିଁ ରାସ୍ତା,ଖଟିଆରେ ବୁହାହେଲେ ଗର୍ଭବତୀ - Pregnant woman carried on cot - PREGNANT WOMAN CARRIED ON COT

Pregnant woman carried on cot: ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଖଟିଆରେ ଗର୍ଭବତୀଙ୍କୁ ୨ କିମି ବୋହିନେଲେ ଗ୍ରାମବାସୀ । ଭୋଟ ବର୍ଜନ କରିବାକୁ ଦେଲେ ଚେତାବନୀ । ଅଧିକ ପଢ଼ନ୍ତୁ

Pregnant woman carried on cot
Pregnant woman carried on cot
author img

By ETV Bharat Odisha Team

Published : Apr 26, 2024, 10:20 PM IST

Pregnant woman carried on cot

ବାଲେଶ୍ବର: ସ୍ବାଧୀନତାର ୭୬ ବର୍ଷ ପରେ ବି ଏମିତି ଗାଁ ଅଛି, ଯେଉଁ ଗାଁକୁ ସଂଯୋଗ ହୋଇନାହିଁ ପକ୍କା ରାସ୍ତା । ଯାହାଦ୍ବାରା ରୋଗୀମାନଙ୍କୁ ଖଟିଆରେ ବୋହି ମେଡିକାଲ ନେବାକୁ ପଡୁଥିବା ଦେଖିବାକୁ ମିଳିଛି । ଏମିତି ଏକ ଗାଁ ହେଉଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତର ଅଇଁରି ଗ୍ରାମ । ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହାଯାଇ ମେଡିକାଲକୁ ନେବା ଘଟଣା ବାସ୍ତବ ବିକାଶର ନଗ୍ନଚିତ୍ର ପ୍ରତିପାଦିତ କରୁଛି ।

ସୂଚନା ଅନୁସାରେ, ଗ୍ରାମର ବଳଭଦ୍ରପୁର ଠାରୁ ହରିପୁର ସ୍କୁଲ ଯାଏଁ ପ୍ରାୟ ତିନି କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ରହିଛି । ମାଟି ରାସ୍ତା ଯୋଗୁଁ ଏହି ଗାଁ ଭିତରକୁ ଆମ୍ବୁଲାନ୍ସ ଯିବା ଆସିବାରେ ଅସୁବିଧା ହୁଏ । ଏହାରି ଭିତରେ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବଜନିତ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ମଧ୍ୟ ଠିକ ସମୟରେ ଆସି ପହଞ୍ଚିଥିଲା । ମାତ୍ର ଗାଁ ଭିତରକୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଗର୍ଭବତୀଙ୍କ ପାଖରେ ପହଞ୍ଚି ପାରି ନଥିଲା । ପ୍ରସବ ଯନ୍ତ୍ରଣା ଅଧିକ ହେବାରୁ ଶେଷରେ କିଛି ଉପାୟ ନପାଇ ଗ୍ରାମବାସୀଙ୍କ ସହଯୋଗରେ ଗର୍ଭବତୀଙ୍କୁ ଏକ ଖଟିଆରେ ଶୁଆଇ କାନ୍ଧେଇ କାନ୍ଧେଇ ଆମ୍ବୁଲାନ୍ସ ନିକଟକୁ ନେବାର ସୁବିଧା କରାଯାଇଥିଲା । ପ୍ରାୟ ଦୁଇ କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ମହିଳାଙ୍କୁ ସେଠାରୁ ଆମ୍ବୁଲାନ୍ସ ଯୋଗେ ଅନନ୍ତପୁର ମେଡିକାଲରେ ନେଇ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଗାଁକୁ ନାହିଁ ରାସ୍ତା, ଖଟିଆ ପାଲଟିଛି ଆମ୍ବୁଲାନ୍ସ

ପ୍ରକାଶ ଥାଉ, ଏମିତି ଅସୁବିଧା ବାବଦରେ ଗ୍ରାମବାସୀ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହାକୁ ନେଇ ପୂର୍ବରୁ ଗ୍ରାମବାସୀ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି । ଏଥିପାଇଁ ତୁରନ୍ତ ଗାଁ ରାସ୍ତା ତିଆରି ପାଇଁ ଦାବି ହୋଇଛି । ଗାଁରେ ୫ ଶହରୁ ଅଧିକ ଭୋଟର ଥିବାବେଳେ ଏଥର ସେମାନଙ୍କ ସମସ୍ୟା ସମାଧାନ ହେଉଛି କି ନାହିଁ, ଭୋଟ ବର୍ଜନ ନିଷ୍ପତ୍ତି କଣ ପ୍ରଭାବ ପକାଉଛି, ତାହା ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢ଼ନ୍ତୁ...ଗାଁରେ ପଶି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.