ETV Bharat / state

ଆସୁଛି ‘ଦାନା’; ସତର୍କତା ହିଁ ସୁରକ୍ଷା, ବାତ୍ୟା ପାଇଁ ଏହି ସତର୍କତା ଅବଲମ୍ବନ କରନ୍ତୁ

ପୁଣି ରାଜ୍ୟବାସୀଙ୍କ ମନରେ 'ବାତ୍ୟା' ଛନକା । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଲଘୁଚାପ ପରେ ହିଁ ବାତ୍ୟାର ରୂପରେଖ ସ୍ପଷ୍ଟ ହେବ ।

author img

By ETV Bharat Odisha Team

Published : 8 hours ago

cyclone precautions
cyclone precautions (ETV Bharat Odisha)

ଭୁବନେଶ୍ବର: ରାଜ୍ୟରୁ ପୁଣି ବାତ୍ୟା ଡର । ପାଣିପାଗ ବିଭାଗ ସୂଚନା ମୁତାବକ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସମ୍ଭାବ୍ୟା ବାତ୍ୟା ଆଶଙ୍କା ବଢିବ । ବାତ୍ୟା ସମ୍ବନ୍ଧରେ ସୂଚନା କିମ୍ବା ପୂର୍ବାନୁମାନ ଜାରି ହେଉଛି ଉଭୟ ଭାରତୀୟ ପାଣିପାଗ ବିଭାଗ ଏବଂ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ।

cyclone precautions
cyclone precautions (ETV Bharat Odisha)

ବଙ୍ଗୋପସାଗରରେ ମାଡି ଆସୁଛି ବାତ୍ୟା । ତେବେ ଏହି ବାତ୍ୟାକୁ ନେଇ ସତର୍କ କଲେ ସ୍ବତନ୍ତ୍ର ରିଲିଫ କମିଶନର । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ସବୁ ବିଭାଗୀୟ ମୁଖ୍ୟ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍, ଓଡ୍ରାଫ ନିର୍ଦ୍ଦେଶଙ୍କୁ ସତର୍କ ରହିବା ପାଇଁ ଚିଠି ଦିଆଯାଇଛି ।

cyclone precautions
cyclone precautions (ETV Bharat Odisha)

ଆସନ୍ତୁ ଜାଣିବା ବାତ୍ୟା ସତର୍କତା-

  • ବାତ୍ୟା ସମୟରେ ଶାନ୍ତ ରୁହନ୍ତୁ, ମିଥ୍ୟା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ
  • ବାତ୍ୟା ନେଇ ସରକାରୀ ତଥ୍ୟା, ରେଡିଓ ବାର୍ତ୍ତା ଶୁଣି ପଦକ୍ଷେପ ନିଅନ୍ତୁ
  • ମୋବାଇଲ ଫୋନ ଚାର୍ଜ ରଖନ୍ତୁ
  • ବ୍ୟାଟେରୀ, ଜେନେରେଟର ତୟାର ରଖନ୍ତୁ
  • ଅତ୍ୟାବଶ୍ୟକୀୟ କାଗଜପତ୍ର ଏବଂ ମୂଲ୍ୟବାନ ଜିନିଷ ସୁରକ୍ଷିତ ରଖନ୍ତୁ
  • ଖୁଶିଲା ଖାଦ୍ୟ, ପାନୀୟ ଜଳ, ଔଷଧ ପାଖରେ ରଖନ୍ତୁ
  • ଗର୍ଭବତୀ ମହଳା, ଶିଶୁ ଏବଂ ବୃଦ୍ଧ ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନକୁ ନିଅନ୍ତୁ
  • ଗୃହ ପାଳିତ ପଶୁମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ
  • ବାତ୍ୟା ସମୟରେ ଘରୁ ବାହାରକୁ ବାହାରନ୍ତୁ ନାହିଁ
  • ଘରେ ରୋଗୀ ଥିଲେ ଆଗୁଆ ମେଡିକାଲ ନିଅନ୍ତୁ
  • ଆପତ୍ତକାଳୀନ ସହଯୋଗ ପାଇଁ ସରକାରୀ ସଂସ୍ଥାକୁ ଯୋଗାଯୋଗ କରନ୍ତୁ
  • ବିଶେଷ କରି ବିଜୁଳି ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ
  • ମତ୍ସ୍ୟଜୀବୀ ଭାଇମାନେ ସମୁଦ୍ର ମଧ୍ୟକୁ ଯାଅନ୍ତୁ ନାହିଁ
cyclone precautions
cyclone precautions (ETV Bharat Odisha)

ଏହା ବି ପଢନ୍ତୁ- ବଡ଼ ଅପଡେଟ ଦେଲା IMD: ୨୩ରେ ବାତ୍ୟା, ୨୪ରେ ଲ୍ୟାଣ୍ଡଫଲ୍‌ ! କେଉଁଠି ଛୁଇଁବ ଉପକୂଳ ?

ଏହା ବି ପଢନ୍ତୁ- କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ; ୨୧ରେ ଲଘୁଚାପ, ୨୩ରୁ ୩ ଦିନ ପ୍ରବଳ ବର୍ଷା

ଲଗାତାର ଭାବେ କିଛି ବର୍ଷ ହେବ ଅକ୍ଟୋବର ମାସରେ ରାଜ୍ୟକୁ ବାତ୍ୟା ଆସୁଥିବାରୁ ଏଥିନିମନ୍ତେ ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାତ୍ୟା ଋତୁକୁ ଦୃଷ୍ଟିରେ ରଖି ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ଏସଓପି (Standard Operating Procedure) ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କର୍ମକ୍ଷମ ରଖିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

cyclone precautions
cyclone precautions (ETV Bharat Odisha)

ବାତ୍ୟା ପୂର୍ବ ସତର୍କତା-

  • ଘର ଯାଞ୍ଚ କରନ୍ତୁ; କବାଟ ଏବଂ ଝରକା ମରାମତି କାର୍ଯ୍ୟ ସାରନ୍ତୁ
  • ଘର ନିକଟରେ ଥିବା ଶୁଖିଲା ଗଛ କାଟିଦିଅନ୍ତୁ
  • କିରୋସିନ, ବ୍ୟାଟେରୀ ଚାଳିତ ଲାଇଟ ମହଜୁଦ ରଖନ୍ତୁ
  • ପୁରୁଣା ଘରକୁ ଭାଙ୍ଗନ୍ତୁ
  • ଜରୁରୀକାଳୀନ ସମୟରେ ବ୍ୟବହାର ପାଇଁ କିଛି ଶୁଖିଲା ଖାଦ୍ୟ ସର୍ବଦା ପ୍ରସ୍ତୁତ ରଖନ୍ତୁ
  • ରେଡିଓ ଶୁଣନ୍ତୁ
  • ଚେତାବନୀ ଉପରେ ନଜର ରଖନ୍ତୁ
  • ଗୁଜବକୁ ଅଣଦେଖା କରନ୍ତୁ
  • ଭୟଭୀତ ହୁଅନ୍ତୁ ନାହିଁ
  • ସରକାରୀ ସୂଚନା ଉପରେ ବିଶ୍ୱାସ ରଖନ୍ତୁ

ସୃଷ୍ଟି ହେଲା ଲଘୁଚାପ-

ଗତକାଲି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ । ପରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ୨୨ ତାରିଖ ସକାଳ ସୁଦ୍ଧା ଅବପାତ ରୂପ ନେବ ଲଘୁଚାପ । ପରେ ୨୩ ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ଲଘୁଚାପ । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ନିକଟସ୍ଥ ସମୁଦ୍ର ମଧ୍ୟରେ ଓଡିଶା-ପଶ୍ଚିମବଙ୍ଗ ନିକଟରେ ପହଞ୍ଚିବ ବା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.