ETV Bharat / state

ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର, ଆଇନଜୀବୀଙ୍କୁ ଦିଆଯିବ ଷ୍ଟାଟସ ରିପୋର୍ଟ - Prashant Jagdevs Health Condition

author img

By ETV Bharat Odisha Team

Published : May 31, 2024, 6:24 PM IST

Prashant Jagdevs Health Condition Improving: ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ଅଧିକ ପଢ଼ନ୍ତୁ

ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର
ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର (ETV Bharat Odisha)

କଟକ: ସୁଧୁରୁଛି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟବସ୍ଥା । ବର୍ତ୍ତମାନ ପୂର୍ବ ଅପେକ୍ଷା ସୁସ୍ଥ ହୋଇ ଆସିଲେଣି ବିଧାୟକ । ତେବେ ଏସସିବି ମେଡିକାଲ କର୍ତ୍ତୃପକ୍ଷ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବେ । ପ୍ରଶାନ୍ତଙ୍କ ଚିକିତ୍ସା ନେଇ ମେଡିକାଲରେ ଡାକ୍ତରୀ ଟିମ ଗଠନ କରାଯାଇଥିବା ଟିମର ନେତୃତ୍ୱରେ ଥିବା ପ୍ରଫେସର ଡ଼ା. ଜୟନ୍ତ ପଣ୍ଡା ଏହି ଷ୍ଟାଟସ ରିପୋର୍ଟ ତିଆରି କରିବେ ଓ ତାଙ୍କ ଆଇନଜୀବୀଙ୍କୁ ପ୍ରଦାନ କରିବେ ।

ରିପୋର୍ଟରେ ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ କ'ଣ ରହିଛି ଏବଂ କ'ଣ ସ୍ୱାସ୍ଥ୍ୟ ସମସ୍ୟା ରହିଛି ତାହା ଉଲ୍ଲେଖ କରାଯିବା ନେଇ ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡ଼ା. ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ଏବେ ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଏସସିବି ଅଧିକ୍ଷକ । ପୂର୍ବରୁ ପ୍ରଶାନ୍ତଙ୍କ ଶରୀରରେ ମଧୁମେହ ପରିମାଣ ଅଧିକା ହୋଇଥିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଗତ ବୁଧବାର ଏସସିବି ନିୟୁ ମେଡ଼ିସିନ ବିଭାଗ ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇ ସମସ୍ତ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଏସସିବିରେ ପ୍ରଶାନ୍ତଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଥିଲା । ଉକ୍ତ ଟିମରେ ମେଡ଼ିସିନ ବିଭାଗ, ହୃଦରୋଗ ବିଭାଗ, ଏଣ୍ଡୋକ୍ରାଇନ ବିଭାଗର ବିଭାଗୀୟ ମୁଖ୍ୟ ଓ ଅନ୍ୟାନ୍ୟ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ, ହାଇକୋର୍ଟ ଯିବେ ପ୍ରଶାନ୍ତ - Prashant Jagdev Bail Plea Reject

ସୂଚନା ଥାଉ କି, ଗତ ୨୫ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ପ୍ରଶାନ୍ତ ଜଗଦ୍ଦେବ ଏକ ବୋଲଗଡ ବ୍ଲକ କାଉଁରୀପାଟଣା ବୁଥରେ ଭୋଟ ଦେବାକୁ ଯାଇଥିବା ବେଳେ ଇଭିଏମ ଭଙ୍ଗାରୁଜା କରିବା ନେଇ ଅଭିଯୋଗ ହୋଇଥିଲା । ସେହିଦିନ ତାଙ୍କୁ ଗିରଫ କରାଯାଇ ବିଳମ୍ବିତ ରାତିରୁ ଖୋର୍ଦ୍ଧା ସବ ଜେଲକୁ ପଠାଯାଇଥିଲା । ଗତ ବୁଧବାର ଭୋର ପ୍ରାୟ ୪ଟା ସମୟରେ ଜଗଦ୍ଦେବ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜେଲରୁ କଟକ ଏସସିବି ମେଡିକାଲରେ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.