ETV Bharat / state

ରଦ୍ଦି କାଗଜରୁ ସୁନ୍ଦର ମୁଖା, ପ୍ରମୋଦଙ୍କୁ ଦେଇଛି ପରିଚୟ - Mask Craft From Used Paper

author img

By ETV Bharat Odisha Team

Published : Jun 20, 2024, 6:34 PM IST

Mask Craft From Used Paper: ଅଦରକାରୀ ରଦ୍ଦି କାଗଜରୁ ଭଳିକି ଭଳି ମୁଖା ତିଆରି କରି ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀର ପ୍ରମୋଦ କୁମାର ପଣ୍ଡା । ଅଧିକ ପଢ଼ନ୍ତୁ

MASK CRAFT
MASK CRAFT (ETV Bharat Odisha)

ଖୋର୍ଦ୍ଧା: ଅଦରକାରୀ ରଦ୍ଦି କାଗଜରୁ ପ୍ରସ୍ତୁତ ହେଉଛି ବିଭିନ୍ନ ରଙ୍ଗ ବେରଙ୍ଗର ମୁଖା । ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାରେ କାଗଜ ମୁଖାର ରହିଛି ସ୍ୱତନ୍ତ୍ର ପରିଚୟ । କିନ୍ତୁ ଏହି କଳା ଏବେ ହଜିଯିବାକୁ ବସିଲାଣି । ଏହି କାଗଜ ମୁଖା ଲୋକ କଳାର ବାର୍ତ୍ତା ବହନ କରୁଥିବା ବେଳେ ଆଗାମୀ ପିଢ଼ି ଏହି କଳାକୁ ସେହିଭଳି ଭାବେ ଆପଣଉ ନଥିବା ଦେଖିବାକୁ ମିଳୁଛି । ବିଶେଷକରି କାଗଜ ମୁଖାକୁ ପୂର୍ବରୁ ବିଭିନ୍ନ ରାମଲୀଳା, କୃଷ୍ଣ ଲୀଳା ଭଳି ଲୋକକଳାମାନଙ୍କରେ କଳାକାରମାନେ ପରିଧାନ କରି ନୃତ୍ୟ ପରିବେଷଣ କରିଥାନ୍ତି । କିନ୍ତୁ ଯୁଗ ବଦଳିବା ସହ ଏହି କାଗଜ ମୁଖା ଶିଳ୍ପ ଏବେ ବୁଡି ଯିବାକୁ ବସିଛି । ଏହି ସମୟରେ କାଗଜ ମୁଖା ଶିଳ୍ପକୁ ଜନ ମାନସରେ ବଞ୍ଚାଇ ରଖିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଘମାରି ଗ୍ରାମର ପ୍ରମୋଦ କୁମାର ପଣ୍ଡା ।

MASK CRAFT (ETV Bharat Odisha)

ପ୍ରମୋଦ କୁମାର ପଣ୍ଡା ଏହି କାଗଜ ମୁଖାକୁ ଅତି ନିଖୁଣ ଭାବରେ ରଦ୍ଦି କାଗଜ ଦ୍ୱାରା ପ୍ରସ୍ତୁତ କରି ଏଥିରେ ପ୍ରାକୃତିକ ରଙ୍ଗ ସାହାଯ୍ୟରେ ଜୀବନ୍ତ କରିଥାନ୍ତି । ଆଉ ଗ୍ରାମାଞ୍ଚଳରେ ପୌରାଣିକ ନାଟକ ପରିବେଷଣ ହେଉ ନଥିବାରୁ ଏହି ମୁଖା ଆଉ ସେଥିରେ ବ୍ୟବହାର ହେଉନି । କିନ୍ତୁ ବିଭିନ୍ନ ପ୍ରତିକୃତିର ଏହି କାଗଜ ମୁଖା ରାଜ୍ୟ ବାହାରେ ତଥା ବିଦେଶରେ ବେଶ ଆଦୃତ ହୋଇପାରିଛି । ବିଶେଷକରି ଏହି ସୁନ୍ଦର କାଗଜ ମୁଖାକୁ ଘରସଜ୍ଜା ତଥା ବଡ଼ ତାରକା ହୋଟେଲମାନଙ୍କରେ ବ୍ୟବହାର କରାଯାଉଥିବା କହିଛନ୍ତି ମୁଖା କାରିଗର ପ୍ରମୋଦ । ଖାଲି ଏତିକି ନୁହେଁ କେଉଁଠାରୁ ବିଧିବଦ୍ଧ ପ୍ରଶିକ୍ଷଣ ନେଇ ନଥିଲେ ମଧ୍ୟ ପ୍ରମୋଦ ଅତି ନିଖୁଣ ଭାବେ ମୁଖା ପ୍ରସ୍ତୁତ କରି ସେଥିରେ ରଙ୍ଗ ଦେଇ ଜୀବନ୍ତ କରିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଲୋପ ପାଇବାକୁ ବସିଲାଣି କାଗଜ ମୁଖା, ପୁନଃବ୍ୟବହାର କରିବାକୁ ପ୍ରଦୀପଙ୍କ ପ୍ରୟାସ - Paper Mask

ସେହିପରି ଏହି ବିଲୁପ୍ତ କାଗଜ ମୁଖା ପ୍ରସ୍ତୁତି ସମ୍ପର୍କରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇ ଏହି କଳାପ୍ରତି ଆଗ୍ରହ ପ୍ରକାଶ କରାଉଛନ୍ତି ପ୍ରମୋଦ । ନିଜ ଗ୍ରାମର ବେକାର ଯୁବକ ଯୁବତୀଙ୍କୁ ଏହି ମୁଖା ପ୍ରସ୍ତୁତି କାମ ବିନା ପାରିଶ୍ରମିକରେ ଶିଖାଇ ସେମାନଙ୍କୁ ରୋଜଗାର କ୍ଷମ କରାଇବା ପାଇଁ ଲକ୍ଷ ରଖିଛନ୍ତି ପ୍ରମୋଦ । ବର୍ତ୍ତମାନ କାଗଜ ମୁଖାର ଚାହିଦା ଭଲ ଥିବାରୁ ଏହାକୁ ପେସା ଭାବେ ଗ୍ରହଣ କଲେ ଯୁବଗୋଷ୍ଠୀ ଭଲ ରୋଜଗାର କରିପାରିବେ ବୋଲି କହିଛନ୍ତି ଶିଳ୍ପୀ ପ୍ରମୋଦ ପଣ୍ଡା । ସେହିପରି ଏହି ଶିଳ୍ପ ଓ ଶିଳ୍ପୀଙ୍କ ଉପରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଏହି ପାରମ୍ପରିକ କାଗଜ ମୁଖା ଶିଳ୍ପ ପ୍ରତି ଯୁବପିଢ଼ି ଆଗ୍ରହ ବଢ଼ି ପାରନ୍ତା ବୋଲି ଆଶା ରଖିଛନ୍ତି ଶିଳ୍ପୀ ପ୍ରମୋଦ କୁମାର ପଣ୍ଡା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.