ETV Bharat / state

ଆବାସ ଯୋଜନାରେ ଘର ତୋଳିଲେ, କିସ୍ତି ଦେବାକୁ ଭୁଲିଗଲା ପ୍ରଶାସନ ! - IRREGULARITIES IN PM AWAS YOJANA

ତିନି ବର୍ଷରୁ ଊର୍ଦ୍ଧ୍ବ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ମିଳୁନାହିଁ ଶେଷ କିସ୍ତି ଟଙ୍କା । ପ୍ରଶାସନ ପାଖରେ ଅଭିଯୋଗ କରି ହେଲେଣି ନୟାନ୍ତ ।

IRREGULARITIES IN PM AWAS YOJANA
IRREGULARITIES IN PM AWAS YOJANA (ETV Bharat Odisha)
author img

By ETV Bharat Odisha Team

Published : Nov 6, 2024, 6:07 PM IST

ଝାରସୁଗୁଡା: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ମିଳୁନାହଁ ଶେଷ କିସ୍ତି ଟଙ୍କା । ପ୍ରଶାସନ ପାଖରେ ଗୁହାରି କରି ହେଲେଣି ନୟାନ୍ତ । ଏଭଳି ଏକ ଅଭିଯୋଗ ଆସିଛି ଝାରସୁଗୁଡା ପୌରପରିଷଦ ଅଞ୍ଚଳରେ ଥିବା ଚିଠୁଆପଡ଼ା ଅଞ୍ଚଳରୁ । ଆବାସ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ହିତାଧିକାରୀଙ୍କୁ ଶେଷ କିସ୍ତି ଟଙ୍କା ମିଳିନଥିବା ଅଭିଯୋଗ କରିଛନ୍ତି । ଚିଠୁଆପଡ଼ା ଅଞ୍ଚଳର କିଛି ହିତାଧିକାରୀଙ୍କୁ ମିଳିଲା ଆବାସ ଯୋଜନାର କାର୍ଯ୍ୟାଦେଶ । ଘର କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେଲା । ହେଲେ ନିୟମାନୁସାରେ କିସ୍ତି ଆକାରରେ ପଇସା ଆସିବା କଥା ତାହା ୩ଟା କିସ୍ତି ଆସିବା ପରେ ଶେଷ କିସ୍ତି ଆସିନଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।

ମିଳୁନାହିଁ ଶେଷ କିସ୍ତି:

IRREGULARITIES IN PM AWAS YOJANA (ETV Bharat Odisha)

ହିତାଧିକାରୀଙ୍କୁ ଡିସେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ମିଳିଥିଲା । ନିୟମାନୁସାରେ ୨ ଲକ୍ଷ ଟଙ୍କା ୪ଟି କିସ୍ତି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ । କାର୍ଯ୍ୟାଦେଶ ପାଇବା ପରେ ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ ଲୋକେ । ତେବେ ବ୍ୟାଙ୍କ ଖାତାକୁ ପ୍ରଥମେ ୬୦ହଜାର ଟଙ୍କା, ଦ୍ଵିତୀୟ କିସ୍ତି ୪୦ ହଜାର ଏବଂ ତୃତୀୟ ଥର ୬୦ ହଜାର ଆସିଥିବା ବେଳେ ଶେଷ କିସ୍ତିର ୪୦ ହଜାର ଟଙ୍କା ଏପର୍ଯ୍ୟନ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିନଥିବା ଅଭିଯୋଗ ହୋଇଛି ।ଏନେଇ ହିତାଧିକାରୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଭଡାରେ ଲାଗୁଛି ଆବାସ, ବିଡିଏକୁ ଦୋଷ ଲଦିଲା ବିଏମସି - Awas Houses On Rent

ଏହା ମଧ୍ୟ ପଢନ୍ତୁ ...ବାପାଙ୍କଠୁ ଅଲଗା ହେଲେ ବି ମିଳିବ ଆବାସ, ଘର ଦେବେ ମୋହନ ମାଝୀ ସରକାର - PM Awas Yojana

ଏମିତି କହିଛନ୍ତି ହିତାଧିତାରୀ :

ସାବିତ୍ରୀ ଓରାମ ନାମକ ଜଣେ ହିତାଧିକାରୀ କହିଛନ୍ତି," ତିନି ବର୍ଷରୁ ଉର୍ଦ୍ଧ୍ବ ହେବ ଚତୁର୍ଥ କିସ୍ତି ମିଳିନାହିଁ । ପ୍ରଶାସନ ଚୁପ ରହିଛି । ଧାରକରଜ ଆଣି ଘର କରିଛୁ କିନ୍ତୁ ଚତୁର୍ଥ କିସ୍ତି ନମିଳିବାରୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛୁ । ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ପ୍ରକାର ସୁଫଳ ମିଳୁନାହିଁ ।"

ସେପଟେ ଝାରସୁଗୁଡ଼ା ପୌରପରିଷଦର ଅଧ୍ୟକ୍ଷା ରାନୀ ହାତୀ କହିଛନ୍ତି,"ଚିଠୁଆପଡ଼ା ଅଞ୍ଚଳର କିଛି ହିତାଧିକାରୀଙ୍କୁ ଆବାସ ଯୋଜନାର ଶେଷ କିସ୍ତି ମିଳିନାହିଁ । ମୁଁ ଏହି ବିଷୟରେ ଅବଗତ ରହିଛି । ଏହାର ସମାଧାନ ପାଇଁ ମୁଁ ଲେଖି ଜଣାଇଛି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ । "

ଇଟିଭି ଭାରତ,ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.