ETV Bharat / state

ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଲା କାଳବୈଶାଖୀ: ଭୁଶୁଡିଲା ଫାର୍ମ, ହଜାର ହଜାର କୁକୁଡାଙ୍କ ମୃତ୍ୟୁ - Thunderstorm impact - THUNDERSTORM IMPACT

Thunderstorm impact in Nuapada: ନୂଆପଡାରେ କାଳବୈଶାଖୀର ତାଣ୍ଡବରେ ହତାଶ କୁକୁଡା ଚାଷୀ । ଭାଙ୍ଗିଦେଲା 25 ଲକ୍ଷ ଟଙ୍କାର କୁକୁଡା ଫାର୍ମ । 15 ହଜାରରୁ ଅଧିକ କୁକୁଡା ମୃତ । ସରକାରୀ ସହାୟତା ପାଇଁ ନିବେଦନ । ଅଧିକ ପଢନ୍ତୁ

Thunderstorm impact in Nuapada
Thunderstorm impact in Nuapada
author img

By ETV Bharat Odisha Team

Published : Apr 1, 2024, 10:14 AM IST

Thunderstorm impact in Nuapada

ନୂଆପଡା: କାଳବୈଶାଖୀର ତାଣ୍ଡବ । ସିନାପାଲି ବ୍ଲକ ଅନ୍ତର୍ଗତ ଯୋଗିବାହଲ ଗାଁରେ ଘୂର୍ଣ୍ଣିଝଡ଼ ସହ ପ୍ରବଳ ବର୍ଷାରେ ଭୁଶୁଡିଲା ଲକ୍ଷ ଲକ୍ଷ ଟଙ୍କାର କୁକୁଡ଼ା ଫାର୍ମ । 15 ହଜାର କୁକୁଡ଼ା ଚିଆଁଙ୍କ ମୃତ୍ୟୁ ଘଟିଥିବା ବେଳେ 25 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ହୋଇଛି । ଧାରକରଜରେ କରି ଏହି କୁକୁଡା ଚାଷ ଆରମ୍ଭ କରିଥିବା ବେଳେ କିଭଳି ଏହାକୁ ଭରଣ କରିବେ ସେନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି କୁକୁଡା ଚାଷୀ । ଅନ୍ୟପଟେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ରାଜ୍ୟରେ ମେଘୁଆ ପାଗ; ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା, 19ଜିଲ୍ଲାକୁ ସତର୍କ ସୂଚନା - RAIN WITH THUNDERSTORM ALERT

ରବିବାର ଦିନ ନୂଆପଡା ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ସହ ଘୂର୍ଣ୍ଣିଝଡ କୁକୁଡା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ମାଖାପଦର ଗ୍ରାମପଞ୍ଚାୟତ ଯୋଗୀବାହଲ ଗ୍ରାମର ସଂଯୁକ୍ତା ମେହେର କୁକୁଡା ଚାଷ କରି ଜୀବିକା ନିର୍ବାହ କରନ୍ତି । ସ୍ଥାନୀୟ ସିନାପାଲି ପଶୁ ଚିକିତ୍ସା ଅଧିକାରୀ ଏବଂ ସିନାପାଲି ଆଇପିଓଙ୍କ ଠାରୁ ତାଲିମ ନେଇ ସେ ଆରମ୍ଭ କରିଥିଲେ କୁକୁଡ଼ା ଫାର୍ମ । କୁକୁଡ଼ା ଫାର୍ମରେ ସଂଯୁକ୍ତା ମେହେରଙ୍କ ସ୍ୱାମୀ ବୈଷ୍ଣବ ମେହେର, ପୁଅ ପ୍ରବୀଣ ମେହେର ସହିତ ନିଜେ ସଂଯୁକ୍ତା ମେହେର ଦିନରାତି ପରିଶ୍ରମ କରି କୁକୁଡ଼ା ଚାଷ କରୁଥିଲେ ।

ଏହାମଧ୍ୟ ପଢନ୍ତୁ.. ଅଦିନିଆ ବର୍ଷା: ଫସଲ ଉଜୁଡ଼ିବା ଆଶାଙ୍କରେ ଚାଷୀ

କିନ୍ତୁ କାଳବୈଶାଖୀର ତାଣ୍ଡବରେ ତାଙ୍କର ଲକ୍ଷ ଲକ୍ଷ ଟଙ୍କାର କୁକୁଡ଼ା ଫାର୍ମ ଭୁଶୁଡି ପଡିଛି । 15 ହଜାର କୁକୁଡ଼ା ଚିଆଁଙ୍କ ସହ 1 କିଲୋଗ୍ରାମରୁ ଅଧିକ ଓଜନ ଥିବା 12 ହଜାର କୁକୁଡ଼ା ରହିଥିଲା ବେଳେ ସମସ୍ତଙ୍କ ମୃତ୍ୟୁ ହୋଇଛି । ଆଉ ମଧ୍ୟ 25 ଲକ୍ଷ ଟଙ୍କାରେ ତିଆରି କରିଥିବା କୁକୁଡା ଫାର୍ମଟି ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସାହୁକାର ଠାରୁ ଧାରକରଜ ଆଣିବା ସହ ବ୍ୟାଙ୍କରୁ ଋଣ ଆଣି ଏହି କୁକୁଡା ଚାଷ ଆରମ୍ଭ କରିଥିବା ବେଳେ କାଳବୈଶାଖୀର ତାଣ୍ଡବ ରଚିଛି । କୁକୁଡା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା ବେଳେ ଏତେ ପରିମାଣର ଟଙ୍କା କିଭଳି ସୁଝିବେ ସେନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ତେବେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଥିବା ବେଳେ କିଛି ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି କୁକୁଡା ଚାଷୀ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.