ETV Bharat / state

ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ ଆଳୁ, କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ - POTATO CRISIS

ରାଜ୍ୟରେ ଦୂର ହେବ ଆଳୁ ସମସ୍ୟା । ଉତ୍ତରପ୍ରଦେଶରୁ କାଲି ସୁଦ୍ଧା ୩୦୦ ଟ୍ରକ ଆଳୁ ଓଡ଼ିଶାରେ ପହଞ୍ଚିବ । କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ସରକାର ।

POTATO CRISIS
POTATO CRISIS (ETV Bharat Odisha)
author img

By ETV Bharat Odisha Team

Published : Dec 1, 2024, 7:48 PM IST

ଭୁବନେଶ୍ବର: ଓଡ଼ିଶାରେ ଦୂର ହେବ ଆଳୁ ସଂକଟ । ଆସନ୍ତାକାଲି ସୁଦ୍ଧା ଓଡ଼ିଶାକୁ ଆସିବ ୩୦୦ ଟ୍ରକ ଆଳୁ । ଉତ୍ତରପ୍ରଦେଶରୁ ଆଳୁ ମଗାଇଛନ୍ତି ରାଜ୍ୟ ସରକାର । ସେହିପରି କଳାବଜାରୀଙ୍କ ଉପରେ ତୀକ୍ଷ୍ମ ନଜର ରକାଯାଇଛି । ଯଦି କୌଣସି ବ୍ୟବସାୟୀ ଅଧିକ ଦରରେ ଆଳୁ ବିକ୍ରି କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

'ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଭଲ ବାତାବରଣରେ ଭଟ୍ଟା ପକାଉଛି':

POTATO CRISIS (ETV Bharat Odisha)

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଥିବା ରିପୋର୍ଟ ଆସିଛି । ଅତି ବେଶୀରେ ତାଙ୍କର ୫ ଲକ୍ଷ ମେଟ୍ରିକ ଟନ୍ ଆଳୁ ଆବଶ୍ୟକ ଅଛି । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ । ଯେଉଁ ବେପାରୀ ମାନେ ଆଳୁ ବାହାରକୁ ବିକ୍ରି କରିବା ପାଇଁ ରଖିଛନ୍ତି । ଯଦି ସେମାନେ ଅନ୍ୟ ରାଜ୍ୟକୁ ରପ୍ତାନି କରିପାରିବେନି ତେବେ ଆଳୁ ପଚି ଯିବ ଓ କ୍ଷତି ସହିବେ । ତେଣୁ ବ୍ୟବସାୟୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ସ୍ଵାଭାବିକ । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । କେଉଁ ରାଜ୍ୟରେ କେଉଁ ସାମଗ୍ରୀ ଅଧିକ ଉତ୍ପାଦନ ହୁଏ, ସେ ରାଜ୍ୟ ଅନ୍ୟ ରାଜ୍ୟକୁ ରପ୍ତାନି କରେ । ଯଦି କୌଣସି ରାଜ୍ୟ କିଛି ଜିନିଷ ଅଧିକ ଉତ୍ପାଦନ କରେ ତେବେ ସେ ଅନ୍ୟ ରାଜ୍ୟକୁ ରପ୍ତାନୀ କରେ । ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦ୍ଵାରା ଏହି ଭଲ ବାତାବରଣ ଉପରେ ଭଟ୍ଟା ପଡୁଛି । ତାଙ୍କର ଅନ୍ୟ ରାଜ୍ୟକୁ ଆଳୁ ଦେବେନି ବୋଲି ନିଷ୍ପତ୍ତି ଠିକ୍ ହେଲା ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...‘ପଶ୍ଚିମବଙ୍ଗକୁ ମାଗିବୁନି ଆଳୁ, ୨ ବର୍ଷରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା’

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଆଳୁ ସଙ୍କଟ, ୟୁପି ଏକ ମାତ୍ର ବିକଳ୍ପ କହିଲେ ବ୍ୟବସାୟୀ

କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ:

ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି, "ପଶ୍ଚିମବଙ୍ଗ ବ୍ୟବସାୟୀମାନେ ଆଳୁ ବିକିବା ପାଇଁ ଚାହୁଁଛନ୍ତି । କାରଣ ବେଶୀ ଦିନ ଆଳୁ ରହିଲେ ପଚିଯିବ । ତେଣୁ ଚାଷୀ ଆନ୍ଦୋଳନ କରିବା ସ୍ବାଭାବିକ । ସବୁ ରାଜ୍ୟ ପ୍ରତି ସମଭାବନା ରଖିବା ଦରକାର । ସବୁ ରାଜ୍ୟକୁ ନିଜର ଭାବିବା ଉଚିତ । କାରଣ ସମ୍ପୂର୍ଣ୍ଣ ଦେଶ ଆମର । ଆଳୁଦର ନିଶ୍ଚିନ୍ତ ଭାବରେ ସ୍ବାଭାବିକ ହେବ । କାଲି ୩୦୦ ଟ୍ରକ ଆଳୁ ଉତ୍ତରପ୍ରଦେଶରୁ ଆସୁଛି । କାଲି ସୁଦ୍ଧା ରାଜ୍ୟରେ ଆଳୁ ପହଞ୍ଚିଯିବ । ଦର ନିୟନ୍ତ୍ରଣକୁ ଆସଛି । ବଜାରରେ ଆଳୁ କେଡି ୩୫ ଟଙ୍କା ଅଛି । କିଛିକିଛି ଜାଗାରେ ୪୦ ଟଙ୍କା ଅଛି । ଯଦି କୌଣସି ବ୍ୟବସାୟୀ ଏହି ସ୍ଥିତିର ଫାଇଦା ନେଇ ଅଧିକ ଦରରେ ଆଳୁ ବିକ୍ରି କରିବେ ତେବେ ବିଭାଗର ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟନୁଷ୍ଠାନ ନେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.